/odisha-reporter/media/post_attachments/uploads/2019/06/61631171_3264228026924478_2.jpg)
61631171_3264228026924478_2
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଆଇ ଫିଲ୍ ୟୁ ଆଇ ମିସ୍ ୟୁ, ଆଇ ଲଭ୍ ୟୁ ସାଥୀରେ’, ଏମିତି କିଛି କହୁଛନ୍ତି ସ୍ୱରାଜ, ସେ ପୁଣି ଭୂମିକାଙ୍କୁ। ସେ ଆହୁରି କହୁଛନ୍ତି ‘ମୁଁ ହଜି ଯାଇଛି, ଭିଜି ଯାଇଛି, ତୋ ଭିଜା ଭିଜା ସ୍ମୃତିରେ’। କଥା କ’ଣ କାହିଁକି ଏମିକି କହୁଛନ୍ତି ସ୍ୱରାଜ?। ଆପଣ ଆଉ ଦ୍ୱନ୍ଦରେ ରୁହନ୍ତୁ ନାହିଁ। ସ୍ୱରାଜ ଭୂମିକାଙ୍କୁ ଏକଥା କହୁଛନ୍ତି ସତ କିନ୍ତୁ ରିଲ୍ରେ। ହଁ ‘ତୁ ମୋ ଲଭ୍ ଷ୍ଟୋରୀ-୨’ରେ ଏକ ସୁନ୍ଦର ରୋମାଣ୍ଟିକ୍ ଟ୍ରାକ୍ର ଏ ହେଉଛି କିଛି ପକ୍ତିଂ । ନିକଟରେ ଏହି ଗୀତଟି ରିଲିଜ୍ ହୋଇଛି।
ଥାଇଲାଣ୍ଡର ସୁନ୍ଦର ଲୋକେସନ୍ରେ ଗୀତଟିକୁ ସୁଟ୍ କରାଯାଇଛି। ହିରୋ ହିରୋଇନ୍ ମଧ୍ୟ ଏଥିପାଇଁ ଡିଫ୍ରେଣ୍ଟ ଗେଟଅପ୍ ନେଇଛନ୍ତି। ବିଚ୍ ପାଖରେ ଗୀତର ସୁଟିଂ ହୋଇଥିବାରୁ ସ୍ୱରାଜ ଏବଂ ଭୂମିକା ବିଚ୍ ଲୁକ୍ରେ ରହିଛନ୍ତି। ଗୀତଟି ରିଲିଜ୍ ହେବାର ଗୋଟେ ଦିନ ମଧ୍ୟରେ ୬ଲକ୍ଷରୁ ଅଧିକ ଦର୍ଶକ ଏହାକୁ ଦେଖିସାରିଲେଣି।
ସୂଚନା ଅନୁଯାୟୀ, ତୁ ମୋ ଲଭ୍ ଷ୍ଟୋରୀ-୨ ଫିଲ୍ମ ୨୦୧୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ତୁ ମୋ ଲଭ୍ ଷ୍ଟୋରୀ’ର ସିକ୍ୱେଲ୍ ଫିଲ୍ମ। ଏଥିରେ ପ୍ରଥମ ଫିଲ୍ମ ପରି ସ୍ୱରାଜ ଏବଂ ଭୂମିକାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏଥିସହ ସିଦ୍ଧାନ୍ତ ଏବଂ ଅନୁଙ୍କ ଯୋଜିଙ୍କୁ ମଧ୍ୟ ଦର୍ଶକେ ଦେଖିବାକୁ ପାଇବେ। ଫିଲ୍ମଟି ରଜରେ ରିଲିଜ୍ ହେବ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ତାପସ ସରଘରିଆ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
