Advertisment

ଅଭିନେତ୍ରୀଙ୍କ ଫଟୋ ଏଡିଟ୍‌ କରନ୍ତି ସ୍ୱରାଜ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ସମୟ ଅଭିନେତା ସ୍ୱରାଜ ଫୋନ୍‌ରେ ସମୟ ବିତାଇବାର ଦେଖାଯାଏ। ଶୁଟିଂ ସେଟ୍‌ରେ ଯେତେବେଳେ ବି ଟିକେ ସମୟ ପାଆନ୍ତି ଫୋନ୍‌ ଧରି ବସିପଡନ୍ତି। ତେବେ ଏତେ ସମୟ ଧରି ସ୍ୱରାଜ କାହାସହ କଥା ହୁଅନ୍ତି? ଫୋନ୍‌ରେ କଥା ହୁଅନ୍ତି ନା ଅନ୍ୟ କିଛି କାମ କରନ୍ତି ବୋଲି ପଚାରିବାରୁ ସ୍ୱରାଜ କହିଥିଲେ ଯେ ସେ ପ୍ରାୟ ସମୟ ଫୋନ୍‌ରେ ଫଟୋ ଏଡିଟ୍‌ କରନ୍ତି। ତାଙ୍କୁ ଏଡିଟିଂ ପସନ୍ଦ। ସେ ନିଜ ଫଟୋ ସହ ବିଭିନ୍ନ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଅଭିନେତ୍ରୀଙ୍କ ଫଟୋ ଏଡିଟ୍‌ କରନ୍ତି ସ୍ୱରାଜ!

swaraj

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ସମୟ ଅଭିନେତା ସ୍ୱରାଜ ଫୋନ୍‌ରେ ସମୟ ବିତାଇବାର ଦେଖାଯାଏ। ଶୁଟିଂ ସେଟ୍‌ରେ ଯେତେବେଳେ ବି ଟିକେ ସମୟ ପାଆନ୍ତି ଫୋନ୍‌ ଧରି ବସିପଡନ୍ତି। ତେବେ ଏତେ ସମୟ ଧରି ସ୍ୱରାଜ କାହାସହ କଥା ହୁଅନ୍ତି?

Advertisment

ଫୋନ୍‌ରେ କଥା ହୁଅନ୍ତି ନା ଅନ୍ୟ କିଛି କାମ କରନ୍ତି ବୋଲି ପଚାରିବାରୁ ସ୍ୱରାଜ କହିଥିଲେ ଯେ ସେ ପ୍ରାୟ ସମୟ ଫୋନ୍‌ରେ ଫଟୋ ଏଡିଟ୍‌ କରନ୍ତି। ତାଙ୍କୁ ଏଡିଟିଂ ପସନ୍ଦ। ସେ ନିଜ ଫଟୋ ସହ ବିଭିନ୍ନ ହିରୋଇନ୍‌ଙ୍କ ଫଟୋ ମଧ୍ୟ ଏଡିଟ୍‌ କରନ୍ତି।

ଓଟିଭିର ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଗପସପ’ରେ ଥରେ ଯୋଗଦେଇ ସ୍ୱରାଜ ଏକଥା କହିଥିଲେ।

Advertisment

ସ୍ୱରାଜ ଅଭିନେତ୍ରୀ ଭୂମିକାଙ୍କର ମଧ୍ୟ କିଛି ଫଟୋ ଏଡିଟ୍‌ କରି ଦେଇଛନ୍ତି । ଏହି ଏଡିଟ୍‌ ଫଟୋ ସବୁ ଭୂମିକା ଫେସ୍‌ବୁକ୍‌ରେ ମଧ୍ୟ ଶେଆର କରିଛନ୍ତି। ଏଥିସହ ସ୍ୱରାଜା ବିଭିନ୍ନ ଫିଲ୍ମର ପୋଷ୍ଟର ମଧ୍ୟ ଫୋନ୍‌ରେ ହିଁ ଏଡିଟ୍‌ କରିଦିଅନ୍ତି। ଚଳିତ ବର୍ଷ ରିଲିଜ୍‌ ହୋଇଥିବା ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ର ପୋଷ୍ଟରକୁ ସ୍ୱରାଜ ତାଙ୍କ ଫୋନ୍‌ରେ ଏଡିଟ୍‌ କରି ଦେଇଥିଲେ।

publive-image

ସୂଚନାଯୋଗ୍ୟ- ସ୍ୱରାଜ ‘ତୁ ମୋ ଲଭ୍‌ ଷ୍ଟୋରୀ’, ‘ଲୈଲା ଓ ଲୈଲା’, ‘ଲଭ୍‌ ଏକ୍ସପ୍ରେସ୍’, ‘ମାୟାରେ ବାୟା’ ଆଦି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି।