Advertisment

ତମନ୍ନାଙ୍କୁ ଉପହାରରେ ମିଳିଲା ୨ କୋଟିର ହୀରା ମୁଦି !

ନୂଆଦିଲ୍ଲୀ : ଦକ୍ଷିଣୀ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କ ଅଭିନୀତ ଫିଲ୍ମ ‘ସାୟରା ନରସିଂମା ରେଡ୍ଡୀ’ ରିଲିଜ୍‌ ହେବା ପରେ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିବାରେ ଲାଗିଛି। ଫିଲ୍ମରେ ତମନ୍ନାଙ୍କର ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଉଛି। ଆଉ ଏହି ସଫଳତା ପାଇଁ ଫିଲ୍ମର ପ୍ରଡ୍ୟୁସର୍‌ ରାମଚରଣଙ୍କ ସ୍ତ୍ରୀ ଉପାସନା କୋନିଡେଲା ତାଙ୍କ ଉପରେ ବହୁତ ଖୁସି ଅଛନ୍ତି। ସେ ତମନ୍ନାଙ୍କ ଉପରେ ଏତେ ଖୁସି ଅଛନ୍ତି ଯେ ତାଙ୍କୁ ଏକ ବହୁମୂଲ୍ୟ ହୀରା ମୁଦି ଉପହାର ସ୍ୱରୂପ […]

author-image
Puspanjali Panda
ଅଦ୍ୟତନ ହୋଇଛି
ତମନ୍ନାଙ୍କୁ ଉପହାରରେ ମିଳିଲା ୨ କୋଟିର ହୀରା ମୁଦି !

tttt2

ନୂଆଦିଲ୍ଲୀ : ଦକ୍ଷିଣୀ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କ ଅଭିନୀତ ଫିଲ୍ମ ‘ସାୟରା ନରସିଂମା ରେଡ୍ଡୀ’ ରିଲିଜ୍‌ ହେବା ପରେ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିବାରେ ଲାଗିଛି। ଫିଲ୍ମରେ ତମନ୍ନାଙ୍କର ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଉଛି। ଆଉ ଏହି ସଫଳତା ପାଇଁ ଫିଲ୍ମର ପ୍ରଡ୍ୟୁସର୍‌ ରାମଚରଣଙ୍କ ସ୍ତ୍ରୀ ଉପାସନା କୋନିଡେଲା ତାଙ୍କ ଉପରେ ବହୁତ ଖୁସି ଅଛନ୍ତି।

Advertisment

ସେ ତମନ୍ନାଙ୍କ ଉପରେ ଏତେ ଖୁସି ଅଛନ୍ତି ଯେ ତାଙ୍କୁ ଏକ ବହୁମୂଲ୍ୟ ହୀରା ମୁଦି ଉପହାର ସ୍ୱରୂପ ଦେଇଛନ୍ତି। ସୋଶାଲ୍‌ ମିଡିଆରେ ଫଟୋ ଶେଆର୍‌ କରି ଉପାସନା ଏହି ସୂଚନା ଦେଇଛନ୍ତି। ସେ କ୍ୟାପସନ୍‌ରେ ଲେଖିଛନ୍ତି, ‘ତମନ୍ନାଙ୍କ ପାଇଁ ମିସେସ୍‌ ପ୍ରଡ୍ୟୁସରଙ୍କ ତରଫରୁ ଏକ ଉପହାର।’

https://twitter.com/upasanakonidela/status/1179808130424684545

ଉପାସନା ଏହି ହୀରା ମୁଦିର ମୂଲ୍ୟ ବିଷୟରେ କିଛି ସୂଚନା ଦେଇନାହାନ୍ତି। କିନ୍ତୁ ଏହି ହୀରା ମୁଦିଟି ଦୁନିଆର ସବୁଠାରୁ ୫ଟି ବଡ଼ ହୀରା ମଧ୍ୟରୁ ଗୋଟିଏ। ଏହି ହୀରା ମୁଦିର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତମନ୍ନା ଏହି ମୁଦିକୁ ପିନ୍ଧି ଫଟୋ ଉଠାଇଛନ୍ତି। ଫଟୋରେ ମୁଦିଟି ଖୁବ୍‌ ବଡ଼ ମଧ୍ୟ ଦେଖାଯାଉଛି।

Advertisment

‘ସାୟରା ନରସିଂମା ରେଡ୍ଡୀ’ ଫିଲ୍ମରେ ତମନ୍ନା ଲକ୍ଷ୍ମୀ ଚରିତ୍ରରେ ଅଭିନୟ କରିଛନ୍ତି। ସ୍ୱାଧୀନତା ପାଇବା ପାଇଁ ଇଂରେଜମାନଙ୍କ ସହିତ ହୋଇଥିବା ଲଢ଼େଇରେ ଲକ୍ଷ୍ମୀ ଥିଲେ ନରସିଂମାଙ୍କର ସବୁଠାରୁ ବଡ଼ ସହଯୋଗୀ। ଏହି ଫିଲ୍ମରେ ସାଉଥ୍‌ ସୁପରଷ୍ଟାର ଚିରଞ୍ଜୀବୀ ‘ନରସିଂମା’ଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସୁରେନ୍ଦ୍ର ରେଡ୍ଡୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।