Advertisment

ହିରୋଙ୍କ ପତ୍ନୀଙ୍କୁ ପସନ୍ଦ ନ ଆସିବାରୁ ଫିଲ୍ମରୁ ହଟିଥିଲେ ତାପସୀ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କର ଦମଦାର୍ ଅଭିନୟରେ ସମସ୍ତଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି। ସେ ‘ପିଙ୍କ’, ‘ମୁଲ୍କ’, ‘ବାଦଲା’, ‘ଜୁଡ଼ୱା ୨’ ‘ଥପ୍ପଡ଼’ ଏବଂ ‘ମନମର୍ଜିୟାଁ’ ଭଳି ଫିଲ୍ମରେ ଭିନ୍ନ ଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରି ନିଜର ଅନନ୍ୟ ପ୍ରତିଭାର ପ୍ରମାଣ ଦେଇଛନ୍ତି। ଆଜି ତାପସୀଙ୍କ ନାଁ ବଲିଉଡ୍‌ର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣାଯାଉଛି ସତ କିନ୍ତୁ ଏହି ସ୍ତରରେ ପହଞ୍ଚିବା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। […]

ହିରୋଙ୍କ ପତ୍ନୀଙ୍କୁ ପସନ୍ଦ ନ ଆସିବାରୁ ଫିଲ୍ମରୁ ହଟିଥିଲେ ତାପସୀ

tapasee

Advertisment

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କର ଦମଦାର୍ ଅଭିନୟରେ ସମସ୍ତଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି। ସେ 'ପିଙ୍କ', 'ମୁଲ୍କ', 'ବାଦଲା', 'ଜୁଡ଼ୱା ୨' ‘ଥପ୍ପଡ଼’ ଏବଂ 'ମନମର୍ଜିୟାଁ' ଭଳି ଫିଲ୍ମରେ ଭିନ୍ନ ଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରି ନିଜର ଅନନ୍ୟ ପ୍ରତିଭାର ପ୍ରମାଣ ଦେଇଛନ୍ତି। ଆଜି ତାପସୀଙ୍କ ନାଁ ବଲିଉଡ୍‌ର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣାଯାଉଛି ସତ କିନ୍ତୁ ଏହି ସ୍ତରରେ ପହଞ୍ଚିବା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ନିକଟରେ ସେ ଏକ ସାକ୍ଷାତକାର୍‌ରେ ନିଜ ସଂଘର୍ଷ ବିଷୟରେ ବହୁତ କିଛି କହିଛନ୍ତି।

Advertisment

ତାପସୀ କହିଛନ୍ତି: "ମୁଁ ପ୍ରଥମେ ପ୍ରଥମେ କିଛି ଅଦ୍ଭୁତ ଜିନିଷର ସାମ୍ନା କରୁଥିଲି ଯାହା ଆଦୌ ଭଲ ଲାଗୁନଥିଲା। ମୋତେ ଏକ ଫିଲ୍ମରୁ ରିପ୍ଲେସ କରିଦିଆଯାଇଥିଲା କାରଣ ହିରୋଙ୍କ ପତ୍ନୀ ମୋତେ ଫିଲ୍ମର ଅଂଶ ଭାବେ ଦେଖିବାକୁ ଚାହୁଁନଥିଲେ। ମୁଁ ମୋର ଗୋଟିଏ ଫିଲ୍ମ ପାଇଁ ଡବିଂ କରୁଥିଲି, ମୋତେ କୁହାଯାଇଥିଲା ଯେ ହିରୋକୁ ମୋର ଡାଇଲଗ ପସନ୍ଦ ଆସିଲା ନାହିଁ। ତେଣୁ ମୋତେ ଏହାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଆଉ ଯେତେବେଳେ ମୁଁ ମନା କରିଦେଲି, ସେମାନେ ଡବିଂ କଳାକାରଙ୍କୁ ନେଇଆସିଥିଲେ। ଏକ ସମୟ ଥିଲା ଯେତେବେଳେ ମୋତେ କୁହାଗଲା ଯେ ହିରୋଙ୍କ ପୂର୍ବ ଚଳଚ୍ଚିତ୍ର ସଫଳ ନୁହେଁ, ତେଣୁ ତୁମର ଫିସ୍ କମ୍ କର ଯେପରି ବଜେଟ୍ ନ ବିଗିଡ଼ିବ। କିଛି ହିରୋ ଥିଲେ ଯେଉଁମାନେ ମୋର ଏଣ୍ଟ୍ରି ସିନ୍‌ରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ କାରଣ ସେମାନେ ଅନୁଭବ କରିଥିଲେ ଯେ ଏହା ସେମାନଙ୍କର ଏଣ୍ଟ୍ରି ସିନ୍‌କୁ ପ୍ରଭାବିତ କରୁଛି। ଏସବୁ ଘଟଣା ମୋ ସାମ୍ନାରେ ଘଟିଛି, ମୋ ପଛରେ ଆଉ କ’ଣସବୁ ଘଟିଛି ମୁଁ ଜାଣେ ନାହିଁ।’

ତାପସୀଙ୍କୁ ଅନେକଥର ତାଙ୍କ ଲୁକ୍ସକୁ ନେଇ ମଧ୍ୟ କମେଣ୍ଟ କରାଯାଇଛି। ତାଙ୍କୁ କୁହାଯାଇଛି ଯେ ସେ ଦେଖିବାକୁ ଏତେ ସୁନ୍ଦର ନୁହେଁ। ତାପସୀ କହିଛନ୍ତି, ‘ଏବେ ମୁଁ କେବଳ ସେଇ ଫିଲ୍ମ କରିବି ଯେଉଁଥି ପାଇଁ କାମ କଲେ ମୋତେ ଖୁସି ଅନୁଭବ ହେଉଥିବ।’

Advertisment

ତାପସୀ ପନ୍ନୁ ଚଳିତ ବର୍ଷ ବହୁତ ବ୍ୟସ୍ତ ଛନ୍ତି। ତାଙ୍କର ଆଗକୁ ବହୁତଗୁଡ଼େ ଫିଲ୍ମ ଆସୁଛି। ତାଙ୍କ ଆଗାମୀ ଫିଲ୍ମ ‘ହସିନ୍‌ ଦିଲରୁବା’ରେ ତାଙ୍କ ସହ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମେସି ନଜର ଆସିବେ। ଏହା ବ୍ୟତୀତ ସେ ଫିଲ୍ମ 'ରଶ୍ମୀ ରକେଟ୍'ରେ ବି ନଜର ଆସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe