Advertisment

ଜ୍ୟାକ୍‌ଲିନ୍‌ ଓ ଭିକ୍କି ସବୁଠୁ ଖରାପ କୋ-ଷ୍ଟାର୍‌: ତାପସୀ

ମୁମ୍ବାଇ: ଅଭିନୟ ବ୍ୟତୀତ ତାପସୀ ପନ୍ନୁ ସବୁବେଳେ ନିଜର ବେଫିକର୍‌ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହନ୍ତି। ଏବେ ମଧ୍ୟ ସେମିତି ଏକ ମନ୍ତବ୍ୟ ପାଇଁ ସେ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ଏକ ଟକ୍‌ ଶୋ’ରେ ସେ ଭିକ୍କି କୌଶଲ୍‌ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌ଙ୍କୁ ନେଇ ଦେଇଥିବା ପ୍ରତିକ୍ରିୟା ପାଇଁ ଚର୍ଚ୍ଚାରେ ରହିଛନ୍ତି। https://www.instagram.com/tv/B5MaH44nDoM/?utm_source=ig_web_copy_link ଅଭିନେତ୍ରୀ ନେହା ଧୂପିଆଙ୍କ ଏହି ଟକ୍ ଶୋ’ରେ ତାପସୀଙ୍କୁ ପଚରା ଯାଇଥିଲା ଯେ ଏଯାବତ୍ ବଲିଉଡ୍‌ରେ ତାଙ୍କର ସବୁଠୁ ଖରାପ […]

ଅଦ୍ୟତନ ହୋଇଛି
ଜ୍ୟାକ୍‌ଲିନ୍‌ ଓ ଭିକ୍କି ସବୁଠୁ ଖରାପ କୋ-ଷ୍ଟାର୍‌: ତାପସୀ

tapasi

Advertisment

ମୁମ୍ବାଇ: ଅଭିନୟ ବ୍ୟତୀତ ତାପସୀ ପନ୍ନୁ ସବୁବେଳେ ନିଜର ବେଫିକର୍‌ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହନ୍ତି। ଏବେ ମଧ୍ୟ ସେମିତି ଏକ ମନ୍ତବ୍ୟ ପାଇଁ ସେ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ଏକ ଟକ୍‌ ଶୋ’ରେ ସେ ଭିକ୍କି କୌଶଲ୍‌ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌ଙ୍କୁ ନେଇ ଦେଇଥିବା ପ୍ରତିକ୍ରିୟା ପାଇଁ ଚର୍ଚ୍ଚାରେ ରହିଛନ୍ତି।

Advertisment

https://www.instagram.com/tv/B5MaH44nDoM/?utm_source=ig_web_copy_link

ଅଭିନେତ୍ରୀ ନେହା ଧୂପିଆଙ୍କ ଏହି ଟକ୍ ଶୋ’ରେ ତାପସୀଙ୍କୁ ପଚରା ଯାଇଥିଲା ଯେ ଏଯାବତ୍ ବଲିଉଡ୍‌ରେ ତାଙ୍କର ସବୁଠୁ ଖରାପ କୋ-ଷ୍ଟାର୍ କିଏ? ଏହାର ଜବାବରେ ସେ ଜ୍ୟାକ୍‌ଲିନ୍ ଓ ଭିକ୍କିଙ୍କ ନାଁ ନେଇଥିଲେ। କିନ୍ତୁ ତାଙ୍କର ଏଭଳି ଉତ୍ତର ପଛରେ ଥିଲା ମଜାଦାର କାରଣ।

https://www.instagram.com/p/BmuNcmZg8CA/?utm_source=ig_web_copy_link

ତାପସୀ କହିଥିଲେ ଯେ ଜ୍ୟାକଲିନ୍‌ ବହୁତ ସୁନ୍ଦର ଓ ହଟ୍‌। ଜ୍ୟାକ୍‌ଲିନ୍‌ଙ୍କ ଭଳି ସୁନ୍ଦର ଦେଖାଯିବା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼େ। ସେହିପରି ଭିକ୍କି ପ୍ରତ୍ୟେକ ସିନ୍‌କୁ ଏତେ ଭଲ ଭାବେ କରନ୍ତି ଯେ ତାଙ୍କ ମୁକାବିଲା କରିବା ବହୁତ କଷ୍ଟକର ହୋଇପଡ଼େ।

Advertisment

publive-imageସୂଚନାଯୋଗ୍ୟ, ତାପସୀ ଓ ଜ୍ୟାକ୍‌ଲିନ୍‌ ଫିଲ୍ମ ‘ଜୁଡ଼ୱା ୨’ରେ ଏକାଠି ଅଭିନୟ କରିଥିଲେ। ଏଥିରେ ବରୁଣ ଧୱନ୍‌ ଲିଡ୍‌ ରୋଲ୍‌ରେ ଥିଲେ। ସେହିପରି ଭିକ୍କିଙ୍କ ସହ ସେ ଫିଲ୍ମ ‘ମନମର୍ଜିୟାଁ’ରେ ଅଭିନୟ କରିଥିଲେ। ତାପସୀ ବର୍ତ୍ତମାନ ତାଙ୍କ ଫିଲ୍ମ ‘ଷାଣ୍ଡ କୀ ଆଁଖ୍’ର ସଫଳତାକୁ ସେଲେବ୍ରେଟ୍‌ କରୁଛନ୍ତି। ଆସନ୍ତା ବର୍ଷ ତାଙ୍କୁ ଅନୁଭବ ସିହ୍ନାଙ୍କ ଫିଲ୍ମ ‘ଥପ୍ପଡ଼’ରେ ଦେଖିବାକୁ ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe