Advertisment

ତାପସୀ ଦେଲେ କଡ଼ା ଜବାବ, ଚୁପ୍‌ ହୋଇଗଲେ ଯୁବକ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଫିଲ୍ମରେ ନିଜ ଜବରଦସ୍ତ ଅଭିନୟ ପା‌ଇଁ ଯେତିକି ଚର୍ଚ୍ଚିତ  ତା’ଠୁ ଅଧିକ ନିଜ ବେଖାତିର୍‌ ପଣିଆକୁ ନେଇ ଚର୍ଚ୍ଚିତ। ଅନେକ ସମୟରେ ସେ ବିଭିନ୍ନ ବିବାଦରେ ଫସି ଯାଆନ୍ତି। ସୋଶାଲ୍‌ ମିଡିଆରେ ତାଙ୍କୁ ଅନେକ ସମୟରେ ଟ୍ରୋଲ୍‌ ମଧ୍ୟ କରାଯାଏ। ହେଲେ ଏସବୁ ପରିସ୍ଥିତିରେ ତାପସୀ ବେଖାତିର୍‌ ଭାବେ ଯେଉଁ ପ୍ରତିକ୍ରିୟା ଦେଇଥାନ୍ତି ତାହା ଟ୍ରୋଲର୍ସଙ୍କ ମୁହଁ ଚୁପ୍‌ କରିଦିଏ। ଏମିତି କିଛି ଏବେ ଦେଖିବାକୁ ମିଳିଛି ଅନ୍ତର୍ଜାତୀୟ ଫିଲ୍ମ […]

ଅଦ୍ୟତନ ହୋଇଛି
ତାପସୀ ଦେଲେ କଡ଼ା ଜବାବ, ଚୁପ୍‌ ହୋଇଗଲେ ଯୁବକ

TAPSEE

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଫିଲ୍ମରେ ନିଜ ଜବରଦସ୍ତ ଅଭିନୟ ପା‌ଇଁ ଯେତିକି ଚର୍ଚ୍ଚିତ  ତା’ଠୁ ଅଧିକ ନିଜ ବେଖାତିର୍‌ ପଣିଆକୁ ନେଇ ଚର୍ଚ୍ଚିତ। ଅନେକ ସମୟରେ ସେ ବିଭିନ୍ନ ବିବାଦରେ ଫସି ଯାଆନ୍ତି। ସୋଶାଲ୍‌ ମିଡିଆରେ ତାଙ୍କୁ ଅନେକ ସମୟରେ ଟ୍ରୋଲ୍‌ ମଧ୍ୟ କରାଯାଏ। ହେଲେ ଏସବୁ ପରିସ୍ଥିତିରେ ତାପସୀ ବେଖାତିର୍‌ ଭାବେ ଯେଉଁ ପ୍ରତିକ୍ରିୟା ଦେଇଥାନ୍ତି ତାହା ଟ୍ରୋଲର୍ସଙ୍କ ମୁହଁ ଚୁପ୍‌ କରିଦିଏ। ଏମିତି କିଛି ଏବେ ଦେଖିବାକୁ ମିଳିଛି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

https://www.instagram.com/p/B5P0pbxJWGK/?utm_source=ig_web_copy_link

ନିକଟରେ ଭାରତର ୫୦ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ ତାପସୀ ପନ୍ନୁ। ଏହି ଅବସରରେ ସେ 'women in lead' ସେଶନ୍‌ରେ ସିଧାସଳଖ ଭାବରେ ଦର୍ଶକଙ୍କ ସହ କଥା ହୋଇଥିବା ଦେଖାଯାଇଥିଲା। ତେବେ ଏହି ସମୟରେ ଜଣେ ଯୁବକ ତାପସୀଙ୍କୁ ହିନ୍ଦିରେ କଥା ହେବା ପାଇଁ କହିବା ପରେ ତାପସୀ ଯେଉଁଭଳି ଭାବରେ ତାଙ୍କୁ ଚୁପ୍ କରାଇଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ଜଣେ ଯୁବକ ଛିଡ଼ା ହୋଇ ତାପସୀଙ୍କୁ ହିନ୍ଦୀରେ କଥା ହେବା ପାଇଁ କହିଥିଲେ। ଯୁବକଙ୍କ ଏଭଳି କଥା ଶୁଣି ତାପସୀ କହିଥିଲେ, ‘କ’ଣ ଏଠାରେ ଉପସ୍ଥିତ ଥିବା ଲୋକେ ସମସ୍ତେ ହିନ୍ଦୀ ବୁଝୁଛନ୍ତି କି?’ ତାପସୀଙ୍କ ଏ କଥା ଶୁଣି ଯୁବକ ଜଣଙ୍କ ତାଙ୍କୁ କହିଥିଲେ, ‘ଆପଣ ହିନ୍ଦୀ ଫିଲ୍ମ ଅଭିନେତ୍ରୀ ହିସାବରେ ହିନ୍ଦୀ ଭାଷାରେ କଥା ହେବା ଉଚିତ୍।’

Advertisment

https://www.instagram.com/p/B5C3ucCJiti/?utm_source=ig_web_copy_link

ଯୁବକଙ୍କଠାରୁ ଏଭଳି କଥା ଶୁଣି ତାପସୀ କହିଥିଲେ, ‘ମୁଁ ସାଉଥ୍‌ ଇଣ୍ଡିଆନ୍ ଫିଲ୍ମରେ ମଧ୍ୟ କାମ କରିଛି । ଏବେ ମୁଁ ତାମିଲ-ତେଲୁଗୁ ଭାଷାରେ କଥା ହେବି କି?’ ଯାହା ପରେ ଯୁବକ ଚୁପ୍ ହୋଇ ନିଜ ସ୍ଥାନରେ ବସି ପଡ଼ିଥିଲେ। ତାପସୀଙ୍କର ଏଭଳି କଡ଼କ ଜବାବ୍ ଶୁଣି  ସେଠାରେ ଉପସ୍ଥିତ ଥିବା ଦର୍ଶକ ଜୋର୍‌ରେ ତାଳି ମାରିଥିଲେ। ବର୍ତ୍ତମାନ ସୋଶାଲ୍‌ ମିଡିଆରେ ତାପସୀଙ୍କର ଏହି ଭିଡିଓଟି ଭାଇରାଲ୍‌ ହେଉଛି। ସମସ୍ତେ ତାପସୀଙ୍କର ତାରିଫ୍ କରୁଛନ୍ତି।

ସୂଚନାଯୋଗ୍ୟ, ତାପସୀ ବର୍ତ୍ତମାନ ନିକଟରେ ରିଲିଜ୍‌ ହୋଇଥିବା ନିଜ ଅଭିନୀତି  ଫିଲ୍ମ ‘ଷାଣ୍ଡ କୀ ଆଁଖ୍’ର ସଫଳତାକୁ ସେଲେବ୍ରେଟ୍‌ କରୁଛନ୍ତି। ତେବେ ଏହି ଫିଲ୍ମ ପରେ ତାଙ୍କୁ ଆସନ୍ତା ବର୍ଷ ଅନୁଭବ ସିହ୍ନାଙ୍କ ଫିଲ୍ମ ‘ଥପ୍ପଡ଼’ରେ ଦେଖିବାକୁ ମିଳିବ।

https://www.instagram.com/p/B5QPOwDhLlm/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe