Advertisment

କାହିଁକି ନିଖୋଜ ଥିଲେ ଅଭିନେତା ଗୁରୁଚରଣ ସିଂହ; ଘରକୁ ଫେରି ପୁଲିସକୁ କହିଲେ କାରଣ

ଏପ୍ରିଲ ୨୨ରେ ପରିବାର ଲୋକଙ୍କୁ ମୁମ୍ବାଇ ଯିବେ କହି ବିମାନବନ୍ଦର ଯାଇଥିଲେ, କିନ୍ତୁ ଏହାପରଠାରୁ ମିଳୁନଥିଲା ଖୋଜ ଖବର।

Gurucharan Singh

Gurucharan Singh

Advertisment

ଘରକୁ ଫେରିଛନ୍ତି ନିଖୋଜ ଥିବା 'ତାରକ ମେହତା କା ଉଲଟା ଚଷମା' ଅଭିନେତା ଗୁରୁଚରଣ ସିଂହ। କିଛି ଦିନ ହେବ ସେ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ୨୫ ଦିନ ଧରି ଖୋଜାଖୋଜି କରିବା ପରେ ଶେଷରେ ସେ ନିଜେ ଘରକୁ ଫେରିଥିବା ପୁଲିସ ସୂଚନା ଦେଇଛି। 

Advertisment

ଗୁରୁଚରଣ ସିଂହ ପୁଲିସକୁ କହିଛନ୍ତି ଯେ, ସେ ଏକ ଧାର୍ମିକ ଯାତ୍ରା ଆରମ୍ଭ କରିବା ପାଇଁ ଘରୁ ପଳାଇଥିଲେ। ତୀର୍ଥଯାତ୍ରା ସମୟରେ ସେ ଅନେକ ସହର ଭ୍ରମଣ କରିଛନ୍ତି ଏବଂ ଅମୃତସର ଓ ଲୁଧିଆନାରେ ଗୁରୁଦ୍ୱାରରେ ରହିଥିବା କହିଛନ୍ତି।

ଏପରି ଭ୍ରମଣ କରିବାର ପ୍ରାୟ ଗୋଟିଏ ମାସ ପରେ ତାଙ୍କୁ ଘରକୁ ଫେରିବା ଉଚିତ୍ ବୋଲି ଅନୁଭବ ହୋଇଥିଲା ଏବଂ ସେ ଘରକୁ ଫେରିଥିବା ପୁଲିସକୁ କହିଛନ୍ତି।

Advertisment

ପ୍ରକାଶ ଥାଉକି, ଗୁରୁଚରଣ ସିଂହ 'ତାରକ ମେହତା କା ଉଲଟା ଚଷମା' ସିରିଏଲର ରୋଶନ ସିଂହ ସୋଢ଼ି ଭୂମିକାରେ ବେଶ୍ ପରିଚିତ। ସେ ଏପ୍ରିଲ ୨୨ରେ ପରିବାର ଲୋକଙ୍କୁ ମୁମ୍ବାଇ ଯିବେ କହି ବିମାନବନ୍ଦର ଯାଇଥିଲେ। କିନ୍ତୁ ଏହା ପରଠାରୁ ତାଙ୍କର କୌଣସି ପତ୍ତା ମିଳିନଥିଲା। ଫଳରେ ପରିବାର ଲୋକ ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ। 

Missing Actor Gurucharan Singh Serial Actor Missing News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe