Advertisment

ସୁଟିଂ ସମୟରେ ‘ତାରକ ମେହେତା କା ଉଲ୍‌ଟା ଚଷମା’ କଳାକାରଙ୍କୁ ମିଳିଗଲେ ବିଦେଶୀ ପ୍ରଶଂସକ, ତାପରେ...

ମୁମ୍ବାଇ: ‘ତାରକ ମେହତା କା ଉଲ୍‌ଟା ଚଷମା’ ଟିଭି ଶୋ’ର ସବୁଠୁ ଲୋକପ୍ରିୟ ଶୋ’ ମଧ୍ୟରେ ଅନ୍ୟତମ। ଏହି ସିରିଏଲ୍‌କୁ ଆଜି ବି ଲୋକମାନେ ଖୁବ୍‌ ପସନ୍ଦ କରନ୍ତି। ଦେଶ ତଥା ଦେଶ ବାହାରୁ ଏହି ଶୋ’ର ଅନେକ ପ୍ରଶଂସକ ଅଛନ୍ତି। ତେଣୁ ଏହି ଶୋ’ର କଳାକାରମାନେ ଯେଉଁଠିକୁ ବି ଯାଆନ୍ତୁ ନା କାହିଁକି ଲୋକମାନେ ତାଙ୍କୁ ଘେରି ନିଅନ୍ତି। କିଛି ଲୋକ ସେଲ୍‌ଫି ଉଠାନ୍ତି ତ କିଛି ଲୋକ ସେମାନଙ୍କୁ ଧରି ନାଚନ୍ତି। ନିକଟରେ ଏହି […]

ସୁଟିଂ ସମୟରେ ‘ତାରକ ମେହେତା କା ଉଲ୍‌ଟା ଚଷମା’ କଳାକାରଙ୍କୁ ମିଳିଗଲେ ବିଦେଶୀ ପ୍ରଶଂସକ, ତାପରେ...

1

Advertisment

ମୁମ୍ବାଇ: ‘ତାରକ ମେହତା କା ଉଲ୍‌ଟା ଚଷମା’ ଟିଭି ଶୋ'ର ସବୁଠୁ ଲୋକପ୍ରିୟ ଶୋ' ମଧ୍ୟରେ ଅନ୍ୟତମ। ଏହି ସିରିଏଲ୍‌କୁ ଆଜି ବି ଲୋକମାନେ ଖୁବ୍‌ ପସନ୍ଦ କରନ୍ତି। ଦେଶ ତଥା ଦେଶ ବାହାରୁ ଏହି ଶୋ’ର ଅନେକ ପ୍ରଶଂସକ ଅଛନ୍ତି। ତେଣୁ ଏହି ଶୋ’ର କଳାକାରମାନେ ଯେଉଁଠିକୁ ବି ଯାଆନ୍ତୁ ନା କାହିଁକି ଲୋକମାନେ ତାଙ୍କୁ ଘେରି ନିଅନ୍ତି। କିଛି ଲୋକ ସେଲ୍‌ଫି ଉଠାନ୍ତି ତ କିଛି ଲୋକ ସେମାନଙ୍କୁ ଧରି ନାଚନ୍ତି।

Advertisment

publive-imageନିକଟରେ ଏହି ଟିମ୍‌ ସିଙ୍ଗାପୁରରେ ପହଞ୍ଚିଥିଲେ। ସେଠାରେ ସୁଟିଂ କରୁଥିବା ସମୟରେ ଏହି ଶୋ’ର କିଛି ପ୍ରଶଂସକ ମିଳିଗଲେ। ମଜା ସେତେବେଳେ ଆସିଲା ଯେତେବେଳେ କ୍ରୁ’ର ସମସ୍ତ କଳାକାର ଶୋ’ର କଳାକାରଙ୍କ ସହ ଗରୱା ସଙ୍ଗୀତରେ ନାତିବା ଆରମ୍ଭ କଲେ। ପ୍ରଥମେ ଯେତେବେଳେ ମ୍ୟୁଜିକ୍‌ ବାଜିଲା ସେତେବେଳେ ଶୋ’ର କଳାକାରମାନେ କେବଳ ନାଚିବା ଆରମ୍ଭ କଲେ। କିଛି ସମୟ ପରେ ଗୀତ ଶୁଣି କ୍ରୁ’ରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ନାଚିବାରେ ଲାଗିଲେ।

ଏହି ଶୋ’ର ଫେମସ୍‌ କଳାକାର ପୋପଟଲାଲ ଅର୍ଥାତ ଶ୍ୟାମ ପାଠକଙ୍କ କହିବା ଅନୁୟାୟୀ, ବିଦେଶୀଙ୍କ ସହ ତାଙ୍କୁ ଗରୱା ନାଚିବାରେ ବହୁତ ମଜା ଆସିଲା। କ୍ରୁ’ରେ ଭାରତୀୟଙ୍କ ସହ ଚାଇନିଜ୍‌, ଅଷ୍ଟ୍ରେଲିୟ ଏବଂ ଭିନ୍ନ ଦେଶର ଯାତ୍ରୀ ଉପସ୍ଥିତ ଥିଲେ। ସେମାନେ ଆମ ଷ୍ଟେପ୍‌କୁ ନକଲ କରି ନାଚୁଥିଲେ ବୋଲି କହିଥିଲେ ଶ୍ୟାମ ପାଠକ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe