Advertisment

ଆତ୍ମହତ୍ୟା କଲେ ‘ତାରକ ମେହଟା କା ଉଲଟା ଚଷମା’ର ଲେଖକ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଟିଭି ଇଣ୍ଡଷ୍ଟ୍ରି ପାଇଁ କାଳ ସାଜିଛି ବର୍ଷ ୨୦୨୦ ।  ପୁଣି ଆତ୍ମହତ୍ୟା କରିଛନ୍ତି ଟେଲି ଜଗତର ଆଉ ଜଣେ ସଦସ୍ୟ । ଜଣାଶୁଣା କମେଡି ଶୋ ‘ତାରକ ମେହଟା କା ଉଲଟା ଚଷମା’ର ଲେଖକ ଅଭିଷେକ ମକୱାନା ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଏକ ସୁସାଇଡ ନୋଟ ଛାଡି ଯାଇଛନ୍ତି, ଯାହା ଏବେ ସାମ୍ନାକୁ ଆସିଛି । ଆର୍ଥିକ ସମସ୍ୟା ଯୋଗୁଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଚିଠିରେ […]

author-image
Madhupriya Mistry
ଆତ୍ମହତ୍ୟା କଲେ ‘ତାରକ ମେହଟା କା ଉଲଟା ଚଷମା’ର ଲେଖକ

abhisek-sucide

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଟିଭି ଇଣ୍ଡଷ୍ଟ୍ରି ପାଇଁ କାଳ ସାଜିଛି ବର୍ଷ ୨୦୨୦ ।  ପୁଣି ଆତ୍ମହତ୍ୟା କରିଛନ୍ତି ଟେଲି ଜଗତର ଆଉ ଜଣେ ସଦସ୍ୟ । ଜଣାଶୁଣା କମେଡି ଶୋ ‘ତାରକ ମେହଟା କା ଉଲଟା ଚଷମା’ର ଲେଖକ ଅଭିଷେକ ମକୱାନା ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଏକ ସୁସାଇଡ ନୋଟ ଛାଡି ଯାଇଛନ୍ତି, ଯାହା ଏବେ ସାମ୍ନାକୁ ଆସିଛି । ଆର୍ଥିକ ସମସ୍ୟା ଯୋଗୁଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

Advertisment

ସେପେଟ କିନ୍ତୁ ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ ଅଭିଷେକ ସାଇବର ଠକେଇର ଶିକାର ହୋଇଥିଲେ ଏବଂ ତାଙ୍କୁ ବ୍ଲାକମେଲ ମଧ୍ୟ କରାଯାଉଥିଲା । ସେମାନେ କହିଛନ୍ତି, ଗତ ସପ୍ତାହରେ ଅଭିଷେକ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁ ପରଠୁ ଟଙ୍କା ଫେରାଇବାକୁ ଲଗାତାର ଫୋନ୍ ଆସୁଛି। ଏମାନେ ତାଙ୍କୁ ଟଙ୍କା ମଗୁଛନ୍ତି କାରଣ ଅଭିଷେକ ସେମାନଙ୍କୁ ଲୋନରେ ଗ୍ୟାରେଣ୍ଟର କରିଥିଲେ।

୩୭ ବର୍ଷୀୟ ଅଭିଷେକ ମକୱାନା ନଭେମ୍ବର ୨୭ତାରିଖରେ ଆତ୍ମହତ୍ୟା କରିଥିଲେ । ପୁଲିସ ତାଙ୍କୁ କାନ୍ଦିବଲି ସ୍ଥିତ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। ଏହା ପରେ ପୁଲିସ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଥିଲା। ପୁଲିସ ଦେଇଥିବା ସୂଚନା ଅନୁଯାୟୀ ଅଭିଷେକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଛାଡ଼ି ଯାଇଥିଲେ ଯେଉଁଥିରେ ସେ ଆର୍ଥିକ ସମସ୍ୟା କଥା ଲେଖିଥିଲେ। ଅଭିଷେକ ଦୀର୍ଘ ଦିନରୁ ‘ତାରକ ମେହଟା କା ଉଲଟା ଚଷମା’ ଶୋ ପାଇଁ ଲେଖାଲେଖି କରୁଥିଲେ।

Advertisment