Advertisment

ପ୍ରାଇମ୍‌ଟାଇମ୍ ନ୍ୟୁଜ୍‌ରେ ତୈମୁରଙ୍କ ଡେବ୍ୟୁ

ମୁମ୍ୱାଇ: ବଲିଉଡ୍‌ ଷ୍ଟାର୍‌ମାନଙ୍କ ଭଳି ଷ୍ଟାର୍ କିଡ୍‌ମାନେ ମଧ୍ୟ ବେଶ ଲୋକପ୍ରିୟ। ତେବେ ବି-ଟାଉନ୍ ଷ୍ଟାର୍ କିଡ୍‌ମାନଙ୍କ ମଧ୍ୟରୁ ସବୁବେଳେ ଖବରର ଶିରୋନାମାରେ ରୁହନ୍ତି ସୈଫ୍ ଅଲୀ ଖାନ୍ ଓ କରୀନା କପୁର ଖାନ୍‌ଙ୍କ ପୁଅ ତୈମୁର ଅଲୀ ଖାନ୍। ସୋଶାଲ ମିଡିଆରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ ରହିଛନ୍ତି। ଜନ୍ମ ପରଠାରୁ ହିଁ ତୈମୁର ଲାଇମ୍‌ଲାଇଟ୍‌ରେ ରହିଆସିଛନ୍ତି। ସେ କ’ଣ ପିନ୍ଧିଲେ, କ’ଣ ଖାଇଲେ, କେମିତି ହସିଲେ, କେମିତି ଫଟୋ ପୋଜ୍ ଦେଲେ ଏସବୁ […]

ଅଦ୍ୟତନ ହୋଇଛି
ପ୍ରାଇମ୍‌ଟାଇମ୍ ନ୍ୟୁଜ୍‌ରେ ତୈମୁରଙ୍କ ଡେବ୍ୟୁ

Taimur khan

Advertisment

ମୁମ୍ୱାଇ: ବଲିଉଡ୍‌ ଷ୍ଟାର୍‌ମାନଙ୍କ ଭଳି ଷ୍ଟାର୍ କିଡ୍‌ମାନେ ମଧ୍ୟ ବେଶ ଲୋକପ୍ରିୟ। ତେବେ ବି-ଟାଉନ୍ ଷ୍ଟାର୍ କିଡ୍‌ମାନଙ୍କ ମଧ୍ୟରୁ ସବୁବେଳେ ଖବରର ଶିରୋନାମାରେ ରୁହନ୍ତି ସୈଫ୍ ଅଲୀ ଖାନ୍ ଓ କରୀନା କପୁର ଖାନ୍‌ଙ୍କ ପୁଅ ତୈମୁର ଅଲୀ ଖାନ୍। ସୋଶାଲ ମିଡିଆରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ ରହିଛନ୍ତି। ଜନ୍ମ ପରଠାରୁ ହିଁ ତୈମୁର ଲାଇମ୍‌ଲାଇଟ୍‌ରେ ରହିଆସିଛନ୍ତି। ସେ କ’ଣ ପିନ୍ଧିଲେ, କ’ଣ ଖାଇଲେ, କେମିତି ହସିଲେ, କେମିତି ଫଟୋ ପୋଜ୍ ଦେଲେ ଏସବୁ ଜାଣିବାକୁ ଫ୍ୟାନ୍‌ମାନଙ୍କ ଆଗ୍ରହ କହିଲେ ନ ସରେ। ହେଲେ ଏବେ କୁନି ତୈମୁର ଏକ ଜାତୀୟ ଗଣମାଧ୍ୟମ ଚ୍ୟାନଲ୍‌ର ପ୍ରାଇମ୍‌ଟାଇମ୍‌ରେ ମଧ୍ୟ ନଜରକୁ ଆସିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

Advertisment

taimur ali khan

ଏବେ ଚାରିଆଡ଼େ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ ଅନ୍ୟ ପିଲାମାନଙ୍କ ଭଳି ତୈମୁର ମଧ୍ୟ ଘରେ ରହି ମାଆ, ବାପାଙ୍କ ସହ ସମୟ ବିତାଉଛନ୍ତି। ଏହାରି ଭିତରେ ଟିଭି ପରଦାରେ ପ୍ରଥମ ଥର ପାଇଁ ତୈମୁର ଡେବ୍ୟୁ କରିଛନ୍ତି।

Advertisment

କହିବାର ଅର୍ଥ ହେଲା, ଏକ ଜାତୀୟ ଗଣମାଧ୍ୟମ ଚ୍ୟାନେଲର ପ୍ରାଇମ୍‌ଟାଇମ୍ ନ୍ୟୁଜ୍‌ରେ ସୈଫ୍ ଅଲୀ ଖାନ୍ ଆଲୋଚନାରେ ଭାଗ ନେଇଥିଲେ। ଲକ୍‌ଡାଉନ୍ ଚାଲିଥିବା ବେଳେ ସେ କରିନା ଏବଂ ତୈମୁର ତଥା ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ କିପରି ଘରେ ରହି ସମୟ ଅତିବାହିତ କରୁଛନ୍ତି, ତାହା ଜଣାଇଥିଲେ। ଏତିକି ବେଳେ ତୈମୁର ସେଠାରେ ବାପା ସୈଫ୍‌ଙ୍କୁ ଖୋଜି ପହଞ୍ଚିଗଲେ। ଟିଭି ଆଙ୍କରଙ୍କ ଅନୁରୋଧକ୍ରମେ ସୈଫ୍ ତୈମୁରଙ୍କୁ କୋଳକୁ ଆଣିଥିଲେ। ଫଳରେ ଅଗଣିତ ଦର୍ଶକ ତୈମୁରଙ୍କୁ ସିଧାସଳଖ ଟିଭି ପରଦାରେ ଦେଖିବାର ସୁଯୋଗ ପାଇଥିଲେ।

ପ୍ରାଇମ୍‌ଟାଇମ୍‌ରେ ସୈଫ୍ ସାମାଜିକ ଦୂରତ୍ୱରେ ରହିବାର ଅନୁଭୂତି ବିଷୟରେ କହୁଥିଲେ। ଏତିକିବେଳ ତୈମୁରଙ୍କ ସ୍ୱର ଶୁଣିବାକୁ ମିଳିଥିଲା। ପରେ ତୈମୁରଙ୍କୁ ସୈଫ୍ ନିଜ କୋଳକୁ ଆଣିଥିଲେ। ସେ ଏକ ହଲ୍କ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତୈମୁରଙ୍କୁ ପାଇ ସୈଫ୍-କରିନା ଖୁବ ଭାଗ୍ୟଶାଳୀ ବୋଲି ସୈଫ୍ କହିଥିଲେ। ପ୍ରାଇମ୍‌ଟାଇମ୍ ଆଙ୍କରଙ୍କ ସହ ତୈମୁର କିଛି ସମୟ କଥା ମଧ୍ୟ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe