n7
ମୁମ୍ୱାଇ: ସୈଫ୍ ଅଲ୍ଲି ଖାନ୍ ଓ କରିନା କପୁର୍ଙ୍କ ପୁଅ ତୈମୁର୍ ଅଲ୍ଲି ଖାନ୍ଙ୍କ ଲୋକପ୍ରିୟତା ଧିରେ ଧିରେ ବଢ଼ିବାରେ ଲାଗିଛି। ସୋଶାଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ତୈମୁର୍ଙ୍କ ଗୋଟିଏ ଫଟୋ ୧୫୦୦ ଟଙ୍କାରେ ମିଳୁଥିଲା ବୋଲି ବି ଆପଣ ଜାଣିଥିବେ।
ବର୍ତ୍ତମାନ ତୈମୁର୍ଙ୍କ ଚିତ୍ର ଥିବା କଣ୍ଢେଇ ମଧ୍ୟ ବଜାରରେ ମିଳୁଛି। ଯାହା ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତୈମୁର୍ କ୍ୟୁଟ୍ନେସ୍ ଲୋକଙ୍କୁ ଆକର୍ଷିତ କରୁଛି। ସେଥିପାଇଁ ଏକ କମ୍ପାନୀ ତୈମୁର୍ ଚିତ୍ର ଥିବା କଣ୍ଢେଇ ଡିଜାଇନ୍ କରିଛି। ପ୍ରଯୋଜକ ଅଶ୍ୱିନୀ ୟାର୍ଡି ଏହି କଣ୍ଢେଇଟିକୁ ସୋଶାଲ ମିଡିଆରେ ଶେୟାର୍ କରିଛନ୍ତି। ଯାହା ବିଲ୍କୁଲ୍ ତୈମୁର୍ଙ୍କ ପରି ହିଁ ଦେଖାଯାଉଛି। ଏହି କଣ୍ଢେଇଟି କେରଳର ଏକ ଷ୍ଟୋର୍ରେ ମିଳୁଛି ବୋଲି ଅଶ୍ୱିନୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/11/n7.jpg)