Advertisment

ରୋହିତ ଶେଟ୍ଟୀଙ୍କ ଫିଲ୍ମରେ ତେଜସ୍ୱୀ

ମୁମ୍ବାଇ: ରିଆଲିଟି ଶୋ’ ‘ଖତରୋଁ କେ ଖିଲାଡ଼ୀ ୧୦’ରେ ଆପଣମାନେ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶଙ୍କୁ ଦେଖୁଥିବେ। ନିଜର କ୍ୟୁଟ୍‌ ଅନ୍ଦାଜରେ ସେ ସେଟ୍‌ରେ ସମସ୍ତଙ୍କର ମନୋରଞ୍ଜନ କରୁଥା’ନ୍ତି। ଏଥିସହ ଜ଼ବରଦସ୍ତ ଷ୍ଟଣ୍ଟ କରି ସମସ୍ତଙ୍କୁ ଚକିତ କରୁଥିବା ତେଜସ୍ୱୀଙ୍କୁ ରୋହିତ ଶେଟ୍ଟୀଙ୍କ ଫିଲ୍ମରେ କାମ କରିବାର ସୁଯୋଗ ମିଳିଛି। ନିଜେ ତେଜସ୍ୱୀ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେଆର କରି ଲେଖିଛନ୍ତି ଯେ ରୋହିତ ଶେଟ୍ଟୀ ସାର୍‌ ତାଙ୍କ ମେଣ୍ଟର ହୋଇଥିବାରୁ […]

ଅଦ୍ୟତନ ହୋଇଛି
ରୋହିତ ଶେଟ୍ଟୀଙ୍କ ଫିଲ୍ମରେ ତେଜସ୍ୱୀ

tejaswii

Advertisment

ମୁମ୍ବାଇ: ରିଆଲିଟି ଶୋ’ ‘ଖତରୋଁ କେ ଖିଲାଡ଼ୀ ୧୦’ରେ ଆପଣମାନେ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶଙ୍କୁ ଦେଖୁଥିବେ। ନିଜର କ୍ୟୁଟ୍‌ ଅନ୍ଦାଜରେ ସେ ସେଟ୍‌ରେ ସମସ୍ତଙ୍କର ମନୋରଞ୍ଜନ କରୁଥା’ନ୍ତି। ଏଥିସହ ଜ଼ବରଦସ୍ତ ଷ୍ଟଣ୍ଟ କରି ସମସ୍ତଙ୍କୁ ଚକିତ କରୁଥିବା ତେଜସ୍ୱୀଙ୍କୁ ରୋହିତ ଶେଟ୍ଟୀଙ୍କ ଫିଲ୍ମରେ କାମ କରିବାର ସୁଯୋଗ ମିଳିଛି। ନିଜେ ତେଜସ୍ୱୀ ଏହି ସୂଚନା ଦେଇଛନ୍ତି।

Advertisment

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେଆର କରି ଲେଖିଛନ୍ତି ଯେ ରୋହିତ ଶେଟ୍ଟୀ ସାର୍‌ ତାଙ୍କ ମେଣ୍ଟର ହୋଇଥିବାରୁ ସେ ନିଜକୁ ବହୁତ ଗର୍ବିତ ଓ ଭାଗ୍ୟଶାଳୀ ମନେ କରୁଛନ୍ତି। ପୁଣି ରୋହିତ ଶେଟ୍ଟୀଙ୍କ ପ୍ରଥମ ମରାଠୀ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିବାର ସୁଯୋଗ ପାଇବା ପରେ ଏହା ଆହୁରି ବଢ଼ିଯାଇଛି।

https://www.instagram.com/p/B97PXkjFpjD/?igshid=1grwpggzp85f1

ଏହି ଫଟୋ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାାଇବା ସହ ମରାଠୀ ଫିଲ୍ମରେ ତାଙ୍କ କାମ ଦେଖିବାକୁ ବେଶ୍‌ ଉତ୍ସାହିତ ଅଛନ୍ତି ବୋଲି ଲେଖିଛନ୍ତି।

Advertisment

ଏହି ଫିଲ୍ମର ନାଁ ରହିଛି 'ସ୍କୁଲ୍‌ କଲେଜ୍‌ ଅନି ଲାଇଫ୍’। ଫିଲ୍ମର ପ୍ରଯୋଜନା ରୋହିତ ଶେଟ୍ଟୀ କରୁଥିବାବେଳେ ବିହାନ ସୂର୍ଯ୍ୟବଂଶୀ ନିର୍ଦେଶନା ଭାର ସମ୍ଭାଳିଛନ୍ତି।
ଏହା ଚଳିତ ବର୍ଷ ଖରାଦିନେ ରିଲିଜ୍‌ ହେବ।

ସୂଚନାଯୋଗ୍ୟ, ତେଜସ୍ୱୀ ପ୍ରକାଶ ‘ସଂସ୍କାର’, ‘ସ୍ୱରାଗିଣୀ’, ‘ପହରେଦାର ପିୟା କୀ’, ‘ରିସ୍ତା ଲିଖେଙ୍ଗେ ହମ୍‌ ନୟା’, ‘ସିଲ୍‌ସିଲା ବଦଲତେ ରିସ୍ତୋଁ କା’, ‘କର୍ଣ୍ଣସଙ୍ଗିନୀ’ ସିରିଏଲ୍‌ରେ କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe