Advertisment

ହିରୋଇନ୍‌ ହେବାର ଫାଇଦା ଉଠାନ୍ତିନି ତମନ୍ନା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଷ୍ଟାଇଲିଶ୍‌ ଅଭିନେତ୍ରୀ ତମନ୍ନା। ୨୦୧୫ରେ ‘ଜୋକର’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ହାସ୍ୟ ଅଭିନେତା ପପୁ ପମ୍ ପମ୍‌। ତା’ପରେ ତମନ୍ନା ଗୋଟେ ପରେ ଗୋଟେ ଫିଲ୍ମ କରିଚାଲିଲେ। ସେଥିରେ କିଛି ହିଟ୍‌ ଫିଲ୍ମ ରହିଛି। କମ୍‌ ସମୟ ମଧ୍ୟରେ ତମନ୍ନାଙ୍କୁ ଭଲ ଲୋକପ୍ରିୟତା ମଧ୍ୟ ମିଳିଛି। ଏବେ ସେ ଜଣେ ଜଣାଶୁଣା ଅଭିନେତ୍ରୀ। ଅଭିନୟ ସହ ତମନ୍ନା ପାଠ ମଧ୍ୟ […]

ଅଦ୍ୟତନ ହୋଇଛି
ହିରୋଇନ୍‌ ହେବାର ଫାଇଦା ଉଠାନ୍ତିନି ତମନ୍ନା !

tamanna

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଷ୍ଟାଇଲିଶ୍‌ ଅଭିନେତ୍ରୀ ତମନ୍ନା। ୨୦୧୫ରେ ‘ଜୋକର’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ହାସ୍ୟ ଅଭିନେତା ପପୁ ପମ୍ ପମ୍‌। ତା’ପରେ ତମନ୍ନା ଗୋଟେ ପରେ ଗୋଟେ ଫିଲ୍ମ କରିଚାଲିଲେ। ସେଥିରେ କିଛି ହିଟ୍‌ ଫିଲ୍ମ ରହିଛି। କମ୍‌ ସମୟ ମଧ୍ୟରେ ତମନ୍ନାଙ୍କୁ ଭଲ ଲୋକପ୍ରିୟତା ମଧ୍ୟ ମିଳିଛି। ଏବେ ସେ ଜଣେ ଜଣାଶୁଣା ଅଭିନେତ୍ରୀ।

Advertisment

ଅଭିନୟ ସହ ତମନ୍ନା ପାଠ ମଧ୍ୟ ପଢୁଛନ୍ତି। ଶୁଟିଂରେ ବ୍ୟସ୍ତତା ପାଇଁ ସବୁବେଳେ କଲେଜ୍‌ ଯାଇପାରନ୍ତିନି। ତେବେ ଅଭିନେତ୍ରୀ ହୋଇଥିବାରୁ ସେ କଲେଜ୍‌ରେ କେବେ ଏହାର ଫାଇଦା ଉଠାଇଛନ୍ତି କି? ନିକଟରେ ତରଙ୍ଗରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ରାଜା ବାବୁ ଘର ଖାନା’ରେ ଯୋଗ ଦେବା ଅବସରରେ ତାଙ୍କୁ ଏମିତି କିଛି ପ୍ରଶ୍ନ ପଚରା ଯାଇଥିଲା। ଏହାର ଉତ୍ତରରେ ତମନ୍ନା କହିଥିଲେ ଯେ ସେ କଲେଜ୍‌ରେ କେବେ ହିରୋଇନ୍‌ ହେବାର ଫାଇଦା ଉଠାଇ ନାହାନ୍ତି।  କେବେ ବି ମାର୍କ ପାଇଁ କିମ୍ବା ଆଟେଣ୍ଡାସ୍‌ ପାଇଁ ସାର୍‌ମାନଙ୍କୁ କହି ନାହାନ୍ତି। ସେହିଭଳି ତାଙ୍କ ସାଙ୍ଗମାନେ କହନ୍ତି ଯେ ସେ ଫିଲ୍ମରେ ଅଭିନୟ କରନ୍ତି କିମ୍ବା ବଡ଼ ବଡ଼ କଳାକାରଙ୍କ ସହ କାମ କଲା ଭଳି ଲାଗନ୍ତନି।

ସେ ଆହୁରି କହିଥିଲେ,“ମୁଁ ଯେତେବେଳେ ବି କଲେଜ୍‌କୁ ଯାଏ ସମସ୍ତଙ୍କ ସହ ମିଶେ ଏବଂ ଗୋଟେ ସାଧାରଣ ଝିଅ ଭଳି ବ୍ୟବହାର କରେ। କଲେଜ୍‌ର ପ୍ରଫେସର ଏବଂ ସାଙ୍ଗମାନେ ମତେ ବହୁତ ସାହାଯ୍ୟ କରନ୍ତି। ଆଜି ଯଦି ମୁଁ ଠିକ୍‌ ଭାବେ ମୋ ଅଭିନୟ ଏବଂ ପାଠପଢ଼ାକୁ ସମ୍ଭାଳି ପାରୁଛି, ତାର ଶ୍ରେୟ ସେମାନଙ୍କୁ ଯାଉଛି। ମୋର ଡାଉନ୍‌ ଟୁ ଅର୍ଥ ସ୍ୱଭାବ ସେମାନଙ୍କୁ ଭଲ ଲାଗେ ବୋଲି ସେମାନେ ମୋତେ ସାହଯ୍ୟ କରିବାକୁ ଆଗ୍ରହୀ ହୁଅନ୍ତି।”’

Advertisment

ସୂଚନା ଅନୁଯାୟୀ, ଆଗକୁ ତମନ୍ନାଙ୍କ ଏକ ୱେବ୍‌ ସିରିଜ୍‌ରେ ନଜର ଆସିବେ। ଏହି ୱେବ୍‌ ସିରିଜ୍‌ର ନାଁ ରହିଛି ‘ଚୁମ୍ବକ’। ଏଥିରେ ତାଙ୍କ ସହିତ ଦିବ୍ୟା ଓ ଆର୍ଯ୍ୟନ୍‌ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe