Advertisment

ତମନ୍ନାଙ୍କ ପ୍ରୋଟିନ୍‌ ଲଡ଼ୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଷ୍ଟାଇଲିଶ୍ ଅଭିନେତ୍ରୀ ହେଉଛନ୍ତି ତମନ୍ନା। ଦେଖିବାକୁ ସ୍ଲିମ୍‌ ଓ ସୁନ୍ଦର। ତେବେ ଫିଟ୍‌ ରିହିବା ପାଇଁ ସେ ଖୁବ୍‌ ପରିଶ୍ରମ କରନ୍ତି। ଖାଦ୍ୟପେୟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତି। ତମନ୍ନାଙ୍କ କହିବା ଅନୁଯାୟୀ ତାଙ୍କୁ ଫିଟ୍‌ ରହିବାରେ ସାହାଯ୍ୟ କରନ୍ତି ତାଙ୍କ ମାଆ। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଟ୍ରାଭେଲ୍‌ ୱିଥ୍‌ ଏ ଷ୍ଟାର୍‌’ର ଏକ ଏପିସୋଡ୍‌ରେ ତମନ୍ନା କହିଥିଲେ ଯେ ତାଙ୍କ ମାଆଙ୍କ ହାତ ତିଆରି ଗୁନ୍ଦ୍ ଲଡ଼ୁ […]

author-image
Biswobandita Swain
ଅଦ୍ୟତନ ହୋଇଛି
ତମନ୍ନାଙ୍କ ପ୍ରୋଟିନ୍‌ ଲଡ଼ୁ

tamanna

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଷ୍ଟାଇଲିଶ୍ ଅଭିନେତ୍ରୀ ହେଉଛନ୍ତି ତମନ୍ନା। ଦେଖିବାକୁ ସ୍ଲିମ୍‌ ଓ ସୁନ୍ଦର। ତେବେ ଫିଟ୍‌ ରିହିବା ପାଇଁ ସେ ଖୁବ୍‌ ପରିଶ୍ରମ କରନ୍ତି। ଖାଦ୍ୟପେୟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତି। ତମନ୍ନାଙ୍କ କହିବା ଅନୁଯାୟୀ ତାଙ୍କୁ ଫିଟ୍‌ ରହିବାରେ ସାହାଯ୍ୟ କରନ୍ତି ତାଙ୍କ ମାଆ।

Advertisment

ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଟ୍ରାଭେଲ୍‌ ୱିଥ୍‌ ଏ ଷ୍ଟାର୍‌’ର ଏକ ଏପିସୋଡ୍‌ରେ ତମନ୍ନା କହିଥିଲେ ଯେ ତାଙ୍କ ମାଆଙ୍କ ହାତ ତିଆରି ଗୁନ୍ଦ୍ ଲଡ଼ୁ ତାଙ୍କର ଭାରି ପସନ୍ଦ। ଏଥିରୁ ତାଙ୍କୁ ପ୍ରୋଟିନ୍ ମିଳିଥାଏ।  ମାରୱାଡି ଲୋକମାନେ ଶୀତ ଦିନେ ଏହି ଲଡ଼ୁ ପ୍ରସ୍ତୁତ କରନ୍ତି। ଏହା ଅଟା, ଘିଅ ଓ  ଆଲ୍‌ମଣ୍ଡରେ ପ୍ରସ୍ତୁତ ହୋଇଥାଏ। ଏହି ଲଡ଼ୁକୁ ସେ ସକାଳେ କ୍ଷୀର ସହିତ ଖା’ନ୍ତି। ତା’ପରେ ତାଙ୍କୁ ଆଉ ଏତେ ଭୋକ ଲାଗେନି।

ସେହିପରି ଶୁଟିଂ ସେଟ୍‌ରେ ଭୋକ ଲାଗିଲେ ଓ କିଛି ଖାଇବାକୁ ନ ମିଳିଲେ ସେ ତାଙ୍କ ମା’ଙ୍କ ଦ୍ୱାରା ପ୍ରସ୍ତୁତ ନମ୍‌କିନ୍‌ ଖାଇବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି।  ଘରେ ପ୍ରସ୍ତୁତ ହୋଇଥିବାରୁ ଏସବୁ ଖାଦ୍ୟ ସ୍ୱାସ୍ଥ୍ୟକର ହୋଇଥାଏ ବୋଲି ତମନ୍ନା କହିଛନ୍ତି।

Advertisment

ତମନ୍ନାଙ୍କ ବ୍ୟାଗ୍‌ରେ ମେକଅପ୍‌ ସାମଗ୍ରୀ ଅପେକ୍ଷା ବିଭିନ୍ନ ପ୍ରକାରର ଖାଦ୍ୟ ଜିନିଷ ଅଧିକ ଥାଏ। ଖାଦ୍ୟକୁ ସେ ଗୁରୁତ୍ୱ ଦିଅନ୍ତି ବୋଲି କହିଛନ୍ତି।