Advertisment

ରିଲିଜ୍ ହେଲା ତମନ୍ନାଙ୍କ ତେଲୁଗୁ ଫିଲ୍ମ ଟିଜର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ ଅଭିନେତ୍ରୀ ତମନ୍ନା ତେଲୁଗୁ ଫିଲ୍ମ  ‘ଭ୍ୟେ ଶୁଭମୁଲୁ କଲୁଗୁ ନେକୁ’ ରେ କାମ କରୁଛନ୍ତି। ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହେଇଛି। ତମନ୍ନା ଟିଜର ଭିଡ଼ିଓ କୁ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରି ଲୋକଙ୍କ ପ୍ରତିକ୍ରିୟା ମାଗିଛନ୍ତି।। ଓଲିଉଡ କଳାକାର ମାନେ ମଧ୍ୟ ତମନ୍ନାଙ୍କ ତେଲୁଗୁ ଫିଲ୍ମର ଝଲକ ପାଇ ବେଶ ଖୁସି ଅଛନ୍ତି। ଅଭିନେତ୍ରୀ ପ୍ରକୃତି ତମନ୍ନା ଖୁବ ସୁନ୍ଦର ଲାଗୁଥିବା କହିଥିବା ବେଳେ ଅଭିନେତ୍ରୀ ଦିବ୍ୟା ଦିଶା। ତମନ୍ନାକୁ ଫିଲ୍ମ ପାଇଁ ଶୁଭେଚ୍ଛା […]

ଅଦ୍ୟତନ ହୋଇଛି
ରିଲିଜ୍ ହେଲା ତମନ୍ନାଙ୍କ ତେଲୁଗୁ ଫିଲ୍ମ ଟିଜର

images (8)

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ ଅଭିନେତ୍ରୀ ତମନ୍ନା ତେଲୁଗୁ ଫିଲ୍ମ  ‘ଭ୍ୟେ ଶୁଭମୁଲୁ କଲୁଗୁ ନେକୁ' ରେ କାମ କରୁଛନ୍ତି। ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହେଇଛି। ତମନ୍ନା ଟିଜର ଭିଡ଼ିଓ କୁ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରି ଲୋକଙ୍କ ପ୍ରତିକ୍ରିୟା ମାଗିଛନ୍ତି।। ଓଲିଉଡ କଳାକାର ମାନେ ମଧ୍ୟ ତମନ୍ନାଙ୍କ ତେଲୁଗୁ ଫିଲ୍ମର ଝଲକ ପାଇ ବେଶ ଖୁସି ଅଛନ୍ତି। ଅଭିନେତ୍ରୀ ପ୍ରକୃତି ତମନ୍ନା ଖୁବ ସୁନ୍ଦର ଲାଗୁଥିବା କହିଥିବା ବେଳେ ଅଭିନେତ୍ରୀ ଦିବ୍ୟା ଦିଶା। ତମନ୍ନାକୁ ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

https://www.instagram.com/p/CEtnHzRAhOz/?utm_source=ig_web_copy_link

ସେପଟେ ତମନ୍ନାଙ୍କ ପ୍ରଶଂସକ ମାନେ ମଧ୍ୟ ତମନ୍ନାଙ୍କୁ ଫିଲ୍ମ ଦେଖିବା ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ କିଛି ପ୍ରଶଂସକ ଟିଜରରେ ତମନ୍ନାଙ୍କର ଅଭିନୟ ଦେଖିବାକୁ ମିଳିଲାନି କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିଛି ଲୋକ ତମନ୍ନା ଫିଲ୍ମରେ ବେଶ ସୁନ୍ଦର ଲାଗୁଛନ୍ତି କିନ୍ତୁ ତାଙ୍କର କିଛି ଡ଼ାଇଲୋଗ ଶୁଣିବାକୁ ମିଳିଥିଲେ ଭଲ ହୋଇଥାନ୍ତା ବୋଲି କମେଣ୍ଟ ବକ୍ସ ରେ ଲେଖିଛନ୍ତି।
ସୂଚନାଯୋଗ୍ୟ, ‘ବ୍ଲାକ୍‌ମେଲ୍‌’, ‘ପ୍ରେମ୍‌ କୁମାର’ , ‘ଗୋଲ୍‌ମାଲ୍‌ ଲଭ୍‌’, ‘ଜୋକର୍‌’, ‘ଭାଇନା କଣ କଲା ସେ’ ଆଦି ଫିଲ୍ମରେ କାମ କରିଛନ୍ତି ତମନ୍ନା। ନିକଟରେ ତରଙ୍ଗ ପ୍ଲସ୍‌ରେ ଷ୍ଟ୍ରିମିଂ କରୁଥିବା ୱେବ୍‌ ସିରିଜ୍‌ ‘ଚୁମ୍ବକ’ରେ ତାଙ୍କୁ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଥିଲେ ଦିବ୍ୟା ଦିଶା ମହାନ୍ତି।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe