Advertisment

ବିରାଟ୍‌ଙ୍କ ସହ ଆଫାୟର୍‌କୁ ନେଇ ମୁହଁ ଖୋଲିଲେ ତମନ୍ନା

ମୁମ୍ବାଇ: ୨୦୧୨ରେ ବିରାଟ କୋହଲି ଓ ତମନ୍ନା ଭାଟିୟାଙ୍କ ଆଫାୟାରକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ଦୁହେଁ ଏକ ବିଜ୍ଞାପନ ଫିଲ୍ମରେ ଏକାଠି କାମ କରିଥିଲେ। ଯାହାପରେ ତାଙ୍କ ଆଫାୟାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ଦୁହେଁ କେବେ ବି ଏହି ସମ୍ପର୍କକୁ ସ୍ୱୀକାର କରି ନ ଥିଲେ। କୁହାଯାଉଥିଲା ଦୁହେଁ କିଛି ସମୟ ଧରି ଡେଟ୍‌ କରିବା ପରେ ଅଲଗା ହୋଇଯାଇଥିଲେ। କୋହଲି ବ୍ରାଜିଲିୟ ମଡେଲ୍‌ ଇଜାବେଲ୍‌ (Izabelle Leite) ସହ ନିକଟତର ହେଉଥିବାରୁ […]

ଅଦ୍ୟତନ ହୋଇଛି
ବିରାଟ୍‌ଙ୍କ ସହ ଆଫାୟର୍‌କୁ ନେଇ ମୁହଁ ଖୋଲିଲେ ତମନ୍ନା

tammana

Advertisment

ମୁମ୍ବାଇ: ୨୦୧୨ରେ ବିରାଟ କୋହଲି ଓ ତମନ୍ନା ଭାଟିୟାଙ୍କ ଆଫାୟାରକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ଦୁହେଁ ଏକ ବିଜ୍ଞାପନ ଫିଲ୍ମରେ ଏକାଠି କାମ କରିଥିଲେ। ଯାହାପରେ ତାଙ୍କ ଆଫାୟାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ଦୁହେଁ କେବେ ବି ଏହି ସମ୍ପର୍କକୁ ସ୍ୱୀକାର କରି ନ ଥିଲେ।

Advertisment

କୁହାଯାଉଥିଲା ଦୁହେଁ କିଛି ସମୟ ଧରି ଡେଟ୍‌ କରିବା ପରେ ଅଲଗା ହୋଇଯାଇଥିଲେ। କୋହଲି ବ୍ରାଜିଲିୟ ମଡେଲ୍‌ ଇଜାବେଲ୍‌ (Izabelle Leite) ସହ ନିକଟତର ହେଉଥିବାରୁ ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ବୋଲି କୁହାଯାଏ।

ନିକଟରେ 'ଫିଲ୍ମ ଫେୟାର'କୁ ଦେଇଥିବା ସାକ୍ଷାତକାରରେ ତମନ୍ନା, ବିରାଟ କୋହଲୀଙ୍କ ସହ ଡେଟ୍‌ କରିବା ନେଇ ମୁହଁ ଖୋଲିଥିଲେ। ଆଡ୍‌ ଫିଲ୍ମ ଶୁଟିଂ ପରେ ଦୁହେଁ କେବେବି କଥାବାର୍ତ୍ତା ହୋଇନାହାନ୍ତି କି ଦେଖା ହୋଇ ନାହାନ୍ତି ବୋଲି କହିଛନ୍ତି ତମନ୍ନା।

Advertisment

publive-imageଏ ସବୁ ସ୍ପଷ୍ଟ କରିବା ସହ ଏହି ଅଭିନେତ୍ରୀ ଜଣକ କୋହଲୀଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି।

କହିଛନ୍ତି...

ମୁଁ ଏକଥା ନିଶ୍ଚିତ କହିବି ମୁଁ ଯେତେ ଜଣଙ୍କ ସହ କାମ କରିଛି ସେମାନଙ୍କ ମଧ୍ୟରେ ବିରାଟ ଖୁବ୍‌ ଭଲ ଥିଲେ।

ତେବେ ତମନ୍ନାଙ୍କ ବୟାନ୍‌ରେ କେତେ ସତ୍ୟତା ଅଛି, ଜଣା ନାହିଁ। କିନ୍ତୁ ଏବେ ଦୁହେଁ ପରସ୍ପରର ଜୀବନରେ ଆଗକୁ ବଢ଼ି ସାରିଛନ୍ତି। ଡିସେମ୍ବର ୨୦୧୭ରେ ବିରାଟ କୋହଲୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଇଟାଲୀରେ ବିବାହ କରିଥିଲେ। ବାହାଘର ପୂର୍ବରୁ ଓ ପରେ ଦୁହେଁ ପରସ୍ପରକୁ ନିଜ ପ୍ରେମ ଅନୁଭବ କରାଇବାରେ କୌଣସି ସୁଯୋଗ ଛାଡ଼ି ନାହାନ୍ତି। ଅନ୍ୟପକ୍ଷରେ ତମନ୍ନା ନିଜ ଫିଲ୍ମ କ୍ୟାରିଅରରେ ଖୁବ୍‌ ବ୍ୟସ୍ତ ଅଛନ୍ତି। ଏହା ଛଡ଼ା ଚଳିତବର୍ଷ ତମନ୍ନା ନିଜ ପୁରୁଣା ବୟଫ୍ରେଣ୍ଡ୍‌ଙ୍କୁ ବିବାହ କରିବା ନେଇ ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe