Advertisment

ପରଦାରେ କାହିଁକି କିସିଂ ସିନ୍‌ କରନ୍ତି ନାହିଁ ତମନ୍ନା ?

ମୁମ୍ୱାଇ: ତାମିଲ ଓ ତେଲୁଗୁ ସହିତ ହିନ୍ଦୀ ଫିଲ୍ମରେ ଚମତ୍କାର ଅଭିନୟ କରି ଦକ୍ଷିଣୀ ଅଭିନେତ୍ରୀ ତମନ୍ନା ଭାଟିଆ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ଅଭିନୟରେ ସେ ଅନେକ ପରୀକ୍ଷାନିରୀକ୍ଷା କରିଛନ୍ତି, କିନ୍ତୁ ଗୋଟିଏ କଥାକୁ ଏ ପର୍ଯ୍ୟନ୍ତ କରି ନାହାନ୍ତି। କ୍ୟାରିୟର ଆରମ୍ଭରୁ ତମନ୍ନା କିସିଂ ସିନ୍‌ କରିବେନି ବୋଲି ନିୟମ କରିଥିଲେ ଓ ତାହା ଏବେବି ବଜାୟ ରହିଛି। ଜଣେ ଚୁଲ୍‌ବୁଲି ଅଭିନେତ୍ରୀ ଭାବରେ ଦର୍ଶକଙ୍କ ହୃଦୟରେ ଘର କରିଥିବା ତମନ୍ନା […]

author-image
Puspanjali Panda
ଅଦ୍ୟତନ ହୋଇଛି
ପରଦାରେ କାହିଁକି କିସିଂ ସିନ୍‌ କରନ୍ତି ନାହିଁ ତମନ୍ନା ?

t2

ମୁମ୍ୱାଇ: ତାମିଲ ଓ ତେଲୁଗୁ ସହିତ ହିନ୍ଦୀ ଫିଲ୍ମରେ ଚମତ୍କାର ଅଭିନୟ କରି ଦକ୍ଷିଣୀ ଅଭିନେତ୍ରୀ ତମନ୍ନା ଭାଟିଆ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ଅଭିନୟରେ ସେ ଅନେକ ପରୀକ୍ଷାନିରୀକ୍ଷା କରିଛନ୍ତି, କିନ୍ତୁ ଗୋଟିଏ କଥାକୁ ଏ ପର୍ଯ୍ୟନ୍ତ କରି ନାହାନ୍ତି। କ୍ୟାରିୟର ଆରମ୍ଭରୁ ତମନ୍ନା କିସିଂ ସିନ୍‌ କରିବେନି ବୋଲି ନିୟମ କରିଥିଲେ ଓ ତାହା ଏବେବି ବଜାୟ ରହିଛି।

Advertisment

ଜଣେ ଚୁଲ୍‌ବୁଲି ଅଭିନେତ୍ରୀ ଭାବରେ ଦର୍ଶକଙ୍କ ହୃଦୟରେ ଘର କରିଥିବା ତମନ୍ନା କେବେ ବି କୌଣସି ଫିଲ୍ମରେ ଅଭିନେତାଙ୍କୁ ଚୁମ୍ୱନ ଦେବା ଦେଖିବାକୁ ମିଳେନି।

ନିକଟରେ ଏକ ସାକ୍ଷାତକାରରେ ତାଙ୍କୁ ଏ ନେଇ ଏକ ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ, ‘ମୁଁ ଫିଲ୍ମରେ କେବେ ବି କିସ୍‌ କରେନାହିଁ। ଯେବେଠାରୁ ମୁଁ କାମ କରିବା ଆରମ୍ଭ କରିଛି, ସେବଠାରୁ ଏହି ନିୟମରେ ରହି ଆସିଛି।”

Advertisment

ସେ ଆହୁରି ମଧ୍ୟ କହିଥିଲେ, “୧୩ ବର୍ଷ ବୟସରୁ ମୁଁ ଅଭିନୟ ଜୀବନ ଆରମ୍ଭ କରିଥିଲି। ସେହି ସମୟରେ କିଛି ଜିନିଷ ନ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ଯେଉଁଥିରୁ କିସିଂ ସିନ୍‌ ଗୋଟିଏ। ଏହି ନିଷ୍ପତ୍ତି ଏଯାବତ ବଜାୟ ରହିଛି।”

ବଲିଉଡ୍‌ ଫିଲ୍ମ ‘ବୋଲେ ଚୁଡ଼ିଆଁ’ରେ କୋ-ଷ୍ଟାର୍ ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କ ସହିତ ଅଭିନୟ କରି ତମନ୍ନା ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମରେ ମୌନୀ ରୟ ମଧ୍ୟ ରହିଛନ୍ତି।

ନୱାଜୁଦ୍ଦିନ୍‌ଙ୍କ ସହିତ କାମ କରିବା ନେଇ ତମନ୍ନା କହିଛନ୍ତି, ‘ତାଙ୍କ ସହିତ କାମ କରି ମୋତେ ବହୁତ ଖୁସି ଲାଗିଲା। ଜଣେ ଭଲ ଅଭିନେତା ଭାବରେ ମୁଁ ତାଙ୍କର ବହୁତ ସମ୍ମାନ କରିଥାଏ।’

ନିକଟରେ ତମନ୍ନାଙ୍କ ଅଭିନୀତ ଫିଲ୍ମ ‘ସାୟରା ନରସିଂମା ରେଡ୍ଡୀ’ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ତାଙ୍କ ସହିତ ଦକ୍ଷିଣୀ ସୁପରଷ୍ଟାର ଚିରଞ୍ଜୀବୀ, ବିଜୟ ସେଥୁପଥି, ଅମିତାଭ ବଚ୍ଚନ, ରବି କିଶନ୍‌, ସୁଦୀପ୍‌ ଓ ନୟନତାରା ପରି କଳାକାର ଅଭିନୟ କରିଛନ୍ତି।