Advertisment

କର୍କଟ ସହ ଲଢ଼ୁଛନ୍ତି ତାମିଲ ଅଭିନେତା: ଭିଡିଓ ଜାରି କରି ଲୋଡ଼ିଲେ ସାହାଯ୍ୟ

ଚେନ୍ନାଇ: ତାମିଲ ସିନେମାର ଜଣାଶୁଣା ଅଭିନେତା ଥଭାସି ଏବେ ଜୀବନର ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛନ୍ତି। ସେ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଅଛି। ଏଭଳି ପରିସ୍ଥିତିରେ ସେ ତାଙ୍କର ବନ୍ଧୁ ଏବଂ ପ୍ରଶଂସକଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ଥଭାସି ସାଉଥ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ତେବେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବହୁତ ଗୁରୁତର ରହିଛି। ସୋଶାଲ୍ ମିଡିଆରେ ତାଙ୍କର […]

ଅଦ୍ୟତନ ହୋଇଛି
କର୍କଟ ସହ ଲଢ଼ୁଛନ୍ତି ତାମିଲ ଅଭିନେତା: ଭିଡିଓ ଜାରି କରି ଲୋଡ଼ିଲେ ସାହାଯ୍ୟ

thavasi

Advertisment

ଚେନ୍ନାଇ: ତାମିଲ ସିନେମାର ଜଣାଶୁଣା ଅଭିନେତା ଥଭାସି ଏବେ ଜୀବନର ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛନ୍ତି। ସେ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଅଛି। ଏଭଳି ପରିସ୍ଥିତିରେ ସେ ତାଙ୍କର ବନ୍ଧୁ ଏବଂ ପ୍ରଶଂସକଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ଥଭାସି ସାଉଥ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ତେବେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବହୁତ ଗୁରୁତର ରହିଛି। ସୋଶାଲ୍ ମିଡିଆରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।

Advertisment

publive-imageଏହି ଭିଡିଓରେ ଥଭାସିଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର। କର୍କଟ କାରଣରୁ ସେ ବହୁତ ପତଳା ଓ ରୋଗା ଦେଖାଯାଉଛନ୍ତି। ଏଥିରେ ସେ ଚିକିତ୍ସା ପାଇଁ ତାଙ୍କ ପ୍ରଶଂସକଙ୍କ ସାହାଯ୍ୟ ଲୋଡ଼ିଥିବାର ଦେଖିବାକୁ ମିଳିଛି। ଥଭାସି ତାଙ୍କ ପ୍ରଶଂସକଙ୍କୁ ସାହାଯ୍ୟ ପାଇଁ ନିବେଦନ କରି କହିଛନ୍ତି ‘ମୋର ସିନେମାରେ ୩୦ ବର୍ଷରୁ ଅଧିକ କ୍ୟାରିୟର ରହିଛି। ମୁଁ ଫିଲ୍ମ ‘Kizhakku Cheemayile’ ରୁ ‘Annaatthe(ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ)ରେ ଅଭିନୟ କରିଛି। ମୁଁ କେବେ ଭାବି ନ ଥିଲି ଯେ ମୁଁ ଏଭଳି ରୋଗର ଶିକାର ହେବି। ମୁଁ କିଛି ବି କରିପାରୁ ନାହିଁ ଏପରିକି ସଠିକ୍ ଭାବରେ କଥାବାର୍ତ୍ତା କରିବାକୁ ମଧ୍ୟ ସକ୍ଷମ ନୁହେଁ। ମୁଁ ଏହି ଇଣ୍ଡଷ୍ଟ୍ରିରେ କାମ କରୁଥିବା ସାଥୀ କଳାକାର ଏବଂ ରାଜ୍ୟବାସୀଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରୁଛି। ଯାହାଫଳରେ ମୁଁ ଏଥିରୁ ମୁକ୍ତି ପାଇ ପୁନର୍ବାର କାମ କରିପାରିବି।’

ଥଭାସିଙ୍କ ଏହି ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏଥିରେ ପ୍ରତିକ୍ରିୟା ଦେଇ ତାଙ୍କର ଶୀଘ୍ର ଆରୋଗ୍ୟ କାମନା ସହ ତାଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରୁଛନ୍ତି। ଥଭାସିଙ୍କ ପୁଅ ମଧ୍ୟ ତାଙ୍କ ପିତାଙ୍କ ଚିକିତ୍ସା ପାଇଁ ସୋସିଆଲ ମିଡିଆରେ ଲୋକଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ସେ ଟ୍ୱିଟରରେ ପିତାଙ୍କ ସହ ତାଙ୍କ ଫଟୋ ଶୋଆର୍ କରି ସାହାଯ୍ୟ ମାଗିଛନ୍ତି। ଏଥି ସହ ଅଭିନେତା ସିଭାକାର୍ତ୍ତିକେୟନ ଥଭାସିଙ୍କ ଡାକ୍ତରଖାନା ବିଲ୍ ପୈଠ କରିବାକୁ ଆଗେଇ ଆସିଛନ୍ତି।

Advertisment

ଅନେକ ତାମିଲ ଫିଲ୍ମରେ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିଥିଲେ। ବିଶେଷ କରି ସିଭାକର୍ତ୍ତିକେୟାନଙ୍କ ହିଟ୍ ଫିଲ୍ମ 'Varuthapadatha Valibar Sangam'ରେ ତାଙ୍କ ଚରିତ୍ରକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଆଗକୁ ଥଭାସି 'Annaatthe' ଫିଲ୍ମରେ ନଜର ଆସିବେ। ଏଥିରେ ରଜନୀକାନ୍ତ ଲିଡ୍ ରୋଲ୍‌ରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe