Advertisment

କମଲ ହାସନ୍‌ ଜୋରଜବରଦସ୍ତ କିସ୍‌ କରିଥିବା ଅଭିଯୋଗ କଲେ ରେଖା

ଚେନ୍ନାଇ: ସାଉଥ୍‌ ସୁପର୍‌ଷ୍ଟାର କମଲ ହାସନ ଏବେ ପୁଣିଥରେ ବିବାଦରେ ଫସିଯାଇଛନ୍ତି। ବର୍ତ୍ତମାନ ସୋଶାଲ୍‌ ମିଡିଆରେ ସାଉଥ୍‌ ଅଭିନେତ୍ରୀ ରେଖାଙ୍କର ଏକ ପୁରୁଣା ସାକ୍ଷାତକାରର ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଥିରେ ସେ କମଲ୍‌ଙ୍କ ଉପରେ ତାଙ୍କ ବିନା ଅନୁମତିରେ କିସ୍‌ କରିଥିବା ଅଭିଯୋଗ ଲଗାଇଛନ୍ତି। ଭିଡିଓରେ ରେଖା ଫିଲ୍ମ ‘Punnagai Mannan’ରେ କମଲ୍ ହାସନଙ୍କ ସହ କିସିଂ ସିନ୍‌ ବିଷୟରେ କହିଛନ୍ତି। ଏଥିରେ ସେ କହିଛନ୍ତି ଯେ ଏହି କିସିଂ ସିନ୍‌ଟି ତାଙ୍କର ବିନା ଅନୁମତିରେ ଶୁଟିଂ […]

କମଲ ହାସନ୍‌ ଜୋରଜବରଦସ୍ତ କିସ୍‌ କରିଥିବା ଅଭିଯୋଗ କଲେ ରେଖା

kamal

Advertisment

ଚେନ୍ନାଇ: ସାଉଥ୍‌ ସୁପର୍‌ଷ୍ଟାର କମଲ ହାସନ ଏବେ ପୁଣିଥରେ ବିବାଦରେ ଫସିଯାଇଛନ୍ତି। ବର୍ତ୍ତମାନ ସୋଶାଲ୍‌ ମିଡିଆରେ ସାଉଥ୍‌ ଅଭିନେତ୍ରୀ ରେଖାଙ୍କର ଏକ ପୁରୁଣା ସାକ୍ଷାତକାରର ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଥିରେ ସେ କମଲ୍‌ଙ୍କ ଉପରେ ତାଙ୍କ ବିନା ଅନୁମତିରେ କିସ୍‌ କରିଥିବା ଅଭିଯୋଗ ଲଗାଇଛନ୍ତି।

Advertisment

publive-imageଭିଡିଓରେ ରେଖା ଫିଲ୍ମ ‘Punnagai Mannan’ରେ କମଲ୍ ହାସନଙ୍କ ସହ କିସିଂ ସିନ୍‌ ବିଷୟରେ କହିଛନ୍ତି। ଏଥିରେ ସେ କହିଛନ୍ତି ଯେ ଏହି କିସିଂ ସିନ୍‌ଟି ତାଙ୍କର ବିନା ଅନୁମତିରେ ଶୁଟିଂ ହୋଇଥିଲା। ତାଙ୍କୁ ଏ ସିନ୍ ବିଷୟରେ ଆଗରୁ କୌଣସି ସୂଚନା ନଥିଲା। ସେ କହିଛନ୍ତି, ‘ମୋତେ ନ କହି ଏହି ସିନ୍‌ ଶୁଟ୍ କରାଯାଇଥିଲା। ଏହି କଥାକୁ କେହି ବଶ୍ୱାସ କରୁନାହାଁନ୍ତି ଯେ ଏହି ସିନ୍‌ ବିଷୟରେ ମୋତେ କିଛି ବି ଜଣା ନଥିଲା। ଏହା କେବଳ କମଲ ଓ ୟୁନିଟ୍‌କୁ ଜଣାଥିଲା। ସୁରେଶ କୃଷ୍ଣା ଓ ବସନ୍ତ ଏହି ଫିଲ୍ମର ସହ ନିର୍ଦ୍ଦେଶକ ଥିଲେ। ମୁଁ ସେମାନଙ୍କୁ କହିଥିଲି ଯେ ଏହି ସିନ୍‌ ବିଷୟରେ ମୋତେ କିଛି ବି କୁହାଯାଇନାହିଁ। ସେମାନେ କହିଥିଲେ ଯେ ଆପଣ ଭାବନ୍ତୁ ଯେ ଜଣେ ବଡ଼ ରାଜା ଏକ ଛୋଟ ପିଲାକୁ କିସ୍‌ କରୁଛନ୍ତି।’ ଜଣାଇ ଦେବାକୁ ଚାହୁଁ ଯେ ଯେତେବେଳେ ଏହି ସିନ୍ ଶୁଟ୍‌ ହୋଇଥିଲା ରେଖାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା।

publive-imageରେଖାଙ୍କୁ ଯେବେ ପଚରାଗଲା ଯେ ଏହି ଘଟଣା ପାଇଁ କମଲ୍‌ କି ଫିଲ୍ମର ନିର୍ମାତା ତାଙ୍କୁ କ୍ଷମା ମାଗିଛନ୍ତି କି ନାହିଁ, ସେ କହିଥିଲେ, ‘ସେମାନେ କାହିଁକି କ୍ଷମା ମାଗିବେ? ଫିଲ୍ମ ସୁପରହିଟ୍‌ ହୋଇଥିଲା । ଏହାପରେ ମୋତେ ଆହୁରି ଫିଲ୍ମରେ ରୋଲ୍ ମିଳିଥିଲା। ହଁ, ଏହା ସତ ଯେ ମୁଁ ସେହି ସିନ୍‌ ପାଇଁ ହଁ କରି ନଥିଲି। ସେ ଅଚାନକ ଭାବେ ସେହି ସିନ୍‌ କରିଥିଲେ। ସେତେବେଳେ ଫିଲ୍ମପାଇଁ ଏହା ଜରୁରୀ ଥିଲା। ତେବେ ଯାହା ହେବା କଥା ହୋଇଗଲାଣି। ଏବେ ଏହା ଶେଷ ହୋଇଯାଇଛି। ମୁଁ ପୁଣିଥରେ ଏହାକୁ ଦେଖିବାକୁ ଚାହେଁନାହିଁ।’

Advertisment

publive-imageସୂଚାନାଯୋଗ୍ୟ, ଫିଲ୍ମ ‘Punnagai Mannan’ ୧୯୮୬ରେ ରିଲିଜ୍‌ ହୋଇଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ କେ ବାଲଚନ୍ଦ୍ର। ୨୦୧୪ରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ବର୍ତ୍ତମାନ ସୋଶାଲ୍‌ ମିଡିଆରେ ଏହି ସିନ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଫ୍ୟାନ୍‌ମାନେ କମଲ୍‌ ରେଖାଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି କହୁଛନ୍ତି। ତେବେ ଏ ନେଇ ବର୍ତ୍ତମାନ ସୁଦ୍ଧା କମଲ୍‌ଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe