Advertisment

ରିଲିଜ୍ ହେଲା 'ତାନାଜୀ'ର ପ୍ରଥମ ଗୀତ

ମୁମ୍ବାଇ: ଅଜୟ ଦେବଗନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ତାନାଜୀ’ର ପ୍ରଥମ ଗୀତ ‘ଶଙ୍କରାରେ ଶଙ୍କରା’ ରିଲିଜ୍ ହୋଇଯାଇଛି। ଏଥିରେ ଅଜୟ ଦେବଗନ ଓ ସୈଫ ଅଲୀ ଖାନ୍‌ଙ୍କୁ ନିଆରା ଅନ୍ଦାଜ ଦେଖିବାକୁ ମିଳିଛି। ସୈଫ୍‌ ସିଂହାସନରେ ବସିଥିବା ବେଳେ ଅଜୟ ତାଙ୍କ ସାମ୍ନାରେ ନାଚୁଛନ୍ତି। ଏହି ଗୀତକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଖବର ଲେଖାଯିବା ବେଳକୁ ଗୀତଟିକୁ ଦେଢ଼ କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ସୋଶାଲ୍‌ ମିଡିଆରେ ଏହା ଭାଇରାଲ୍‌ ବି ହେଉଛି। ଏହି ଗୀତଟିକୁ […]

ରିଲିଜ୍ ହେଲା 'ତାନାଜୀ'ର ପ୍ରଥମ ଗୀତ

tanaji

Advertisment

ମୁମ୍ବାଇ: ଅଜୟ ଦେବଗନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ତାନାଜୀ’ର ପ୍ରଥମ ଗୀତ ‘ଶଙ୍କରାରେ ଶଙ୍କରା’ ରିଲିଜ୍ ହୋଇଯାଇଛି। ଏଥିରେ ଅଜୟ ଦେବଗନ ଓ ସୈଫ ଅଲୀ ଖାନ୍‌ଙ୍କୁ ନିଆରା ଅନ୍ଦାଜ ଦେଖିବାକୁ ମିଳିଛି। ସୈଫ୍‌ ସିଂହାସନରେ ବସିଥିବା ବେଳେ ଅଜୟ ତାଙ୍କ ସାମ୍ନାରେ ନାଚୁଛନ୍ତି। ଏହି ଗୀତକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଖବର ଲେଖାଯିବା ବେଳକୁ ଗୀତଟିକୁ ଦେଢ଼ କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ସୋଶାଲ୍‌ ମିଡିଆରେ ଏହା ଭାଇରାଲ୍‌ ବି ହେଉଛି।

Advertisment

publive-imageଏହି ଗୀତଟିକୁ ମେହୁଲ ବ୍ୟାସ୍ ଗାଇଛନ୍ତି। ସେ ଏହାର ମ୍ୟୁଜିକ୍‌ ମଧ୍ୟ ଦେଇଛନ୍ତି। ଗୀତଟିକୁ ଅନୀଲ ବର୍ମା ଲେଖିଛନ୍ତି। ମୋଟାମୋଟି ଭାବେ ଗୀତଟି ଖୁବ୍ ବଢ଼ିଆ ହୋଇଛି।

ଏହା ପୂର୍ବରୁ ଅଜୟ ଦେବଗନ୍ ଓ ସୈଫ୍ ଅଲୀ ଖାନ୍‌ଙ୍କୁ ଫିଲ୍ମ ‘ଓମ୍‌କାରା’ରେ ଏକାଠି ଦେଖିବାକୁ ମିଳିଥିଲା। ଏହି ଯୋଡ଼ିକୁ ସେତେବେଳେ ଖୁବ୍ ପସନ୍ଦ କରାଯାଇଥିଲା। ତେଣୁ ଦର୍ଶକମାନେ ଏ ଗୀତ ଦେଖିଲା ପରେ ପୁଣି ଥରେ ଏହି ଯୋଡ଼ିକୁ ଦେଖିବାକୁ ଉତ୍ସାହିତ ଅଛନ୍ତି।

Advertisment

ଫିଲ୍ମଟି ସପ୍ତଦଶ ଶତାବ୍ଦୀର ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି। ଏହି ଯୋଦ୍ଧାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣିଛନ୍ତି। ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସୈନ୍ୟବାହିନୀରେ ଥିଲେ। ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଅନେକ ଯୁଦ୍ଧରେ ସାମିଲ୍‌ ହୋଇଛନ୍ତି। ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ। ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୦୨୦ ଜାନୁଆରୀ ୧୦ରେ ପରଦାକୁ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe