Advertisment

ଅଡୁଆରେ 'ତାଣ୍ଡବ', ବୟକଟ୍‌ ଦାବି

ମୁମ୍ବାଇ: ବଢ଼ିଲା ଅଭିନେତା ସୈଫ ଅଲ୍ଲିଖାନ୍‌ଙ୍କ ୱେବସିରିଜ ତାଣ୍ଡବକୁ ନେଇ ଅଡୁଆ। ରିଲିଜ ହେବାର ଗୋଟିଏ ଦିନ ପରେ ହିଁ ବିବାଦ ମୁଣ୍ଡ ଟେକିବାରେ ଲାଗିଛି। ୱେବ୍‌ସିରିଜର ପ୍ରଥମ ଏପିସୋଡକୁ ନେଇ ହିଁ ବିବାଦ ସୃଷ୍ଟି ହୋଇଛି। ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଥିବା ଅଭିଯୋଗରେ ହାଇକୋର୍ଟର ଜଣେ ଓକିଲ ଆମାଜନ ପ୍ରାଇମ ଭିଡିଓ ଏବଂ ୱେବସିରିଜ ପ୍ରଯୋଜକ ଅଲ୍ଲି ଅବାସ ଜାଫରଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି। ଏହି ୱେବସିରିଜ ହିନ୍ଦୁ ଦେବାଦେବୀଙ୍କ ଅପମାନ କରିଛି ଏବଂ […]

ଅଡୁଆରେ 'ତାଣ୍ଡବ', ବୟକଟ୍‌ ଦାବି

Tandav-1

Advertisment

ମୁମ୍ବାଇ: ବଢ଼ିଲା ଅଭିନେତା ସୈଫ ଅଲ୍ଲିଖାନ୍‌ଙ୍କ ୱେବସିରିଜ ତାଣ୍ଡବକୁ ନେଇ ଅଡୁଆ। ରିଲିଜ ହେବାର ଗୋଟିଏ ଦିନ ପରେ ହିଁ ବିବାଦ ମୁଣ୍ଡ ଟେକିବାରେ ଲାଗିଛି। ୱେବ୍‌ସିରିଜର ପ୍ରଥମ ଏପିସୋଡକୁ ନେଇ ହିଁ ବିବାଦ ସୃଷ୍ଟି ହୋଇଛି। ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଥିବା ଅଭିଯୋଗରେ ହାଇକୋର୍ଟର ଜଣେ ଓକିଲ ଆମାଜନ ପ୍ରାଇମ ଭିଡିଓ ଏବଂ ୱେବସିରିଜ ପ୍ରଯୋଜକ ଅଲ୍ଲି ଅବାସ ଜାଫରଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି। ଏହି ୱେବସିରିଜ ହିନ୍ଦୁ ଦେବାଦେବୀଙ୍କ ଅପମାନ କରିଛି ଏବଂ ସେମାନଙ୍କ ମଜାକ ଉଡାଇଥିବା ଓକିଲ ଜଣକ ଅଭିଯୋଗ କରିଛନ୍ତି।

Advertisment

ୱେବସିରିଜର ପ୍ରଥମ ଏପିସୋଡରେ ଅଭିନେତା ମୋହମ୍ମଦ ଜିଶାନ ଆୟୁବ ଭଗବାନ ଶିବଙ୍କ ଅବତାରରେ ନଜର ଆସିଛନ୍ତି। ଏହି ଭେଶଭୁଷାରେ ସେ ଏକ ୟୁନିଭର୍ସିଟିରେ ଛାତ୍ରଙ୍କୁ ସମ୍ବୋଧିତ କରୁଥିବା ନଜର ଆସିଛନ୍ତି। ମଞ୍ଚରେ ଛିଡା ହୋଇ ସେ କହିଛନ୍ତି, ‘ଆପଣମାନଙ୍କୁ କାହାଠାରୁ ସ୍ୱାଧୀନତା ଦରକାର’। ଜିଶାନ ମଞ୍ଚକୁ ଆସୁ ଆସୁ ସଞ୍ଚାଳକ କହିଛନ୍ତି, ‘ନାରାୟଣ-ନାରାୟଣ, ପ୍ରଭୁ କିଛି କରନ୍ତୁ, ରାମଙ୍କ ଫଲୋୟର୍ସ ସୋସିଆଲ ମିଡ଼ିଆରେ ଲଗାତାର ବଢ଼ିବାରେ ଲାଗିଛନ୍ତି। ଆମକୁ କିଛି ନୂଆ ଷ୍ଟ୍ରାଟେଜି ଆପଣେଇବାକୁ ହେବ।’

ଭଗବାନ ଶିବଙ୍କ ଗେଟଅପ୍‌ରେ ଥିବା  ଜିଶାନ ହିଛନ୍ତି, ‘କଣ କରିବି, ଛବି ବଦଳାଇ ଦେବିକି ?’ ମଞ୍ଚ ସଞ୍ଚାଳକ ପୁଣି କହିଛନ୍ତି, ‘ଭୋଲେନାଥ ଆପଣ ତ ବହୁତ ଭୋଳା। କିଛି ନୂଆ କରନ୍ତୁ, କିଛି ନୂଆ ଟୁଇଟ କରନ୍ତୁ। ଯେପରିକି କ୍ୟାମ୍ପସର ସବୁ ଛାତ୍ର ଦେଶଦ୍ରୋହ ପାଲଟିଗଲେ, ଏଭଳି କିଛି ସେନ୍‌ସେସନାଲ ଟୁଇଟ କରନ୍ତୁ।'

Advertisment


ତାଣ୍ଡବର ପ୍ରଥମ ଏପିସୋଡର ଏହି ଦୃଶ୍ୟକୁ ନେଇ ଦର୍ଶକମୋନେ କ୍ରୋଧ ଜାହିର କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ତାଣ୍ଡବକୁ ବଏକଟ କରିବାକୁ ଦାବି ଜୋର ଧରିଛି। ଏହି ଦୃଶ୍ୟ ହିନ୍ଦୁ ଧର୍ମର ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଏହା ସ୍ୱିକାରଯୋଗ୍ୟ ଗ୍ରହଣୀୟ ନୁହେଁ ବୋଲି ଦର୍ଶକ କହିଛନ୍ତି। ୟୁଜର ଏହି ଦୃଶ୍ୟକୁ ସେୟାର କରି ତାଣ୍ଡବ ନିର୍ଦ୍ଦେଶକ ଅଲି ଅବ୍ବାସ ଜଫରଙ୍କୁ ଟାର୍ଗେଟ କରି ଏହାକୁ ଟୁକୁଡା ଟୁକୁଡା ଗ୍ୟାଙ୍ଗକୁ ଗ୍ଲୋରିଫାଇ କରୁଥିବା କହିଛନ୍ତି। ୟୁଜର୍ସଙ୍କ ଅନୁଯାୟୀ, ଜିଶାନ ଅୟ୍ୟୁବ ଏହି ଦୃଶ୍ୟରେ ଶ୍ରୀରାମ ଓ ଭଗବାନ ଶିବଙ୍କୁ ଅପମାନିତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ତାଣ୍ଡବରେ ସୈଫ ଅଲି ଖାନଙ୍କ ସହ ଡିମ୍ପଲ କାପାଡ଼ିଆ, ସୁନୀଲ ଗ୍ରୋଭର, ଜିଶାନ ଅୟ୍ୟୁବ, ଗୌହର ଖାନ ଅଭିନୟ କରିଛନ୍ତି। ଅଲ୍ଲି ଅବାସ ଜାଫରଙ୍କ ପ୍ରଯୋଜନାରେ ତିଆରି ଏହି ୱେବସିରିଜଟି ରାଜନୀତିର ପଶାପାଲିରେ କିଭଳି କେମିତି କାହାକୁ ଟାର୍ଗେଟ କରାଯାଉଛି ତାକୁ ନେଇ ଆଧାରିତ।

Bollywood Tandav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe