Advertisment

'ତାଣ୍ଡବ' କରିବେ ସୈଫ

ମୁମ୍ବାଇ: ଅଭିନେତାରୁ ରାଜନେତା ବନିବେ ପଟୌଦୀ ବଂଶର ନୱାବ ସୈଫ ଅଲ୍ଲି ଖାନ। ରାଜନେତା ବନି ରଚିବେ ‘ତାଣ୍ଡବ’। ତେବେ ଅସଲ ଜୀବନରେ ନୁହେଁ ଅପକମିଂ ୱେବସିରିଜ ‘ତାଣ୍ଡବ’ରେ  ଜଣେ ରାଜନେତା ଭୂମିକାରେ ନଜର ଆସିବେ ସୈଫ ଅଲ୍ଲି ଖାନ୍‌। ଆମାଜନ ପ୍ରାଇମ ଭିଡିଓରେ ଆସିବାକୁ ଥିବା ଏହି ୱେବସିରିଜର ଟିଜର ଆଉଟ ହୋଇଯାଇଛି। ଦେଶକୁ କେବଳ ଗୋଟିଏ ଜିନିଷ ଚଲାଉଛି ତାହା ରାଜନୀତି। ଦେଶରେ ଯିଏ ପ୍ରଧାନମନ୍ତ୍ରୀ ସେ ହିଁ ପ୍ରକୃତ ଦେଶର ରାଜା। ଟିଜର ପ୍ରଥମରେ […]

ଅଦ୍ୟତନ ହୋଇଛି
'ତାଣ୍ଡବ' କରିବେ ସୈଫ

saif alli khan in tandav

Advertisment

ମୁମ୍ବାଇ: ଅଭିନେତାରୁ ରାଜନେତା ବନିବେ ପଟୌଦୀ ବଂଶର ନୱାବ ସୈଫ ଅଲ୍ଲି ଖାନ। ରାଜନେତା ବନି ରଚିବେ 'ତାଣ୍ଡବ'। ତେବେ ଅସଲ ଜୀବନରେ ନୁହେଁ ଅପକମିଂ ୱେବସିରିଜ 'ତାଣ୍ଡବ'ରେ  ଜଣେ ରାଜନେତା ଭୂମିକାରେ ନଜର ଆସିବେ ସୈଫ ଅଲ୍ଲି ଖାନ୍‌। ଆମାଜନ ପ୍ରାଇମ ଭିଡିଓରେ ଆସିବାକୁ ଥିବା ଏହି ୱେବସିରିଜର ଟିଜର ଆଉଟ ହୋଇଯାଇଛି।

Advertisment

ଦେଶକୁ କେବଳ ଗୋଟିଏ ଜିନିଷ ଚଲାଉଛି ତାହା ରାଜନୀତି। ଦେଶରେ ଯିଏ ପ୍ରଧାନମନ୍ତ୍ରୀ ସେ ହିଁ ପ୍ରକୃତ ଦେଶର ରାଜା। ଟିଜର ପ୍ରଥମରେ କିଛି ଏଭଳି ଦମଦାର ଡାଏଲଗ ସାଙ୍ଗକୁ ରାଜନୀତିର ପଶାପାଲିରେ କିଭଳି ଲୋକେ ପେସି ହେଉଛନ୍ତି ତାହା ଦେଖିବାକୁ ମିଳିଛି।

ଏହି ୱେବ ସିରିଜର ଲିଡ ରୋଲରେ ସୈଫ ଅଲ୍ଲି ଖାନ ଅଛନ୍ତି। ଏଥିରେ ତାଙ୍କୁ ଜଣେ ରାଜନେତା ଭୂମିକାରେ ଦେଖିବାକୁ ମିଳିବ। ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ଡିମ୍ପଲ କପାଡିଆ, ସୁନୀଲ ଗ୍ରୋଭର, ତିଗମାଂଶୁ ଧୁଲିଆ, ଗୌହର ଖାନ, କୁମୁଦ ମିଶ୍ରା, କ୍ରିତିକା କମାର, ଡିନୋ ମୋରିଆ, ଅନୁପ ଶୋନି, ସାରା ଜେନ ଡିଆଜ ଅଛନ୍ତି। ଦୀର୍ଘ ଦିନ ପରେ ଏହି ୱେବ ସିରିଜ ଜରିଆରେ ଡିନୋ ମୋରିଓ ବଡ ପରଦାକୁ ଫେରିଛନ୍ତି।

ଏହି ୱେବ ସିରିଜର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଅଲ୍ଲି ଅବାସ ଜାଫର। 'ଆର୍ଟିକଲ-୧୫' ଫେମ୍‌ ରାଇଟର ଗୌରବ ସୋଲଙ୍କି ୱେବ ସିରିଜର କାହାଣୀ ଲେଖିଛନ୍ତି। ଆମେରିକାର ପ୍ରସିଦ୍ଧ ରାଜନୈତିକ ୱେବସିରିଜ 'ହାଉସ ଅଫ କାର୍ଡସ'ର କାହାଣୀ ଉପରେ ଏହା ଆଧାରିତ ଥିବା ସୂଚନା ରହିଛି। ପୂର୍ବରୁ ସୈଫଙ୍କ ଏହି ୱେବ ସିରିଜର ନାଁ 'ଦିଲ୍ଲୀ' ରଖାଯାଇଥିଲା। କିନ୍ତୁ ପରେ ଏହାକୁ ବଦଳାଇ 'ତାଣ୍ଡବ' ରଖାଗଲା। ଆସନ୍ତା ଜାନୁଆରୀ ୧୫ରୁ ଏହି ୱେବ ସିରିଜ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ।

Advertisment
Bollywood Saif Alli Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe