Advertisment

୨୦୦ କୋଟି କ୍ଲବ୍‌ରେ ସାମିଲ୍‌ ହେଲା 'ତାନାଜୀ'

ମୁମ୍ବାଇ: ଅଜୟ ଦେବଗନ୍‌ଙ୍କ ଚର୍ଚ୍ଚିତ ଫିଲ୍ମ ‘ତାନାଜୀ: ଦ ଅନ୍‌ସଙ୍ଗ ୱାରିୟର୍’ ବକ୍ସ ଅଫିସ୍‌ରେ ଲଗାତାର୍‌ ଧମାକାଦାର୍‌ ପ୍ରଦର୍ଶନ କରୁଛି। ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ତେବେ ବର୍ତ୍ତମାନ୍‌ ଏହି ଫିଲ୍ମଟି ୨୦୦ କୋଟି କ୍ଲବରେ ସାମିଲ୍‌ ହୋଇଯାଇଛି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।  ତାଙ୍କ ମୁତାବକ ଫିଲ୍ମଟି ଶୁକ୍ରବାର ଦିନ ଅର୍ଥାତ୍‌ ରିଲିଜ୍‌ ହେବା ୧୫ ଦିନରେ ୨୦୦ କୋଟି ପାର୍‌ କରିଛି। #Tanhaji crosses ₹ 200 […]

author-image
Chinmayee Roy
୨୦୦ କୋଟି କ୍ଲବ୍‌ରେ ସାମିଲ୍‌ ହେଲା 'ତାନାଜୀ'

tanaji

ମୁମ୍ବାଇ: ଅଜୟ ଦେବଗନ୍‌ଙ୍କ ଚର୍ଚ୍ଚିତ ଫିଲ୍ମ ‘ତାନାଜୀ: ଦ ଅନ୍‌ସଙ୍ଗ ୱାରିୟର୍’ ବକ୍ସ ଅଫିସ୍‌ରେ ଲଗାତାର୍‌ ଧମାକାଦାର୍‌ ପ୍ରଦର୍ଶନ କରୁଛି। ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ତେବେ ବର୍ତ୍ତମାନ୍‌ ଏହି ଫିଲ୍ମଟି ୨୦୦ କୋଟି କ୍ଲବରେ ସାମିଲ୍‌ ହୋଇଯାଇଛି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।  ତାଙ୍କ ମୁତାବକ ଫିଲ୍ମଟି ଶୁକ୍ରବାର ଦିନ ଅର୍ଥାତ୍‌ ରିଲିଜ୍‌ ହେବା ୧୫ ଦିନରେ ୨୦୦ କୋଟି ପାର୍‌ କରିଛି।

Advertisment

https://twitter.com/taran_adarsh/status/1220940452255322113?s=20

https://twitter.com/taran_adarsh/status/1220941425245736961?s=20

ଫିଲ୍ମଟି ଗତକାଲି ବକ୍ସ ଅଫିସ୍‌ରେ ୫.୩୮ କୋଟି ଟଙ୍କାର ବିଜନେସ୍‌ କରିଥିଲା। ତେବେ ସମୁଦାୟ ୧୫ ଦିନର ଆୟ ମିଶାଇଲେ ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ୨୦୨.୮୩ କୋଟି ଟଙ୍କା ଆୟ କରିସାରିଲାଣି। ଏବେ ମଧ୍ୟ ଫିଲ୍ମର ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। ତେବେ ଏଥି ସହ ଏହି ଫିଲ୍ମଟି ୨୦୨୦ ବର୍ଷର ୨୦୦ କୋଟି କ୍ଲବରେ ସାମିଲ୍‌ ହୋଇଥିବା ପ୍ରଥମ ଫିଲ୍ମ ହୋଇଯାଇଛି।

https://twitter.com/ajaydevgn/status/1220955592698654722?s=20

ଗତକାଲି କଙ୍ଗନା ରାଣାୱତଙ୍କ ଫିଲ୍ମ ‘ପଙ୍ଗା’ ଓ ବରୁଣ ଧବନ ଓ ଶ୍ରଦ୍ଧାଙ୍କ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର 3D’ ରିଲିଜ ହୋଇଛି। ହେଲେ ଏହାର ‘ତାନାଜୀ’ର କଲେକ୍ସନ ଉପରେ କିଛି ଫରକ ପଡ଼ିନାହିଁ। ଫିଲ୍ମରେ ଅଜୟଙ୍କ ବ୍ୟତୀତ ସୈଫ୍‌ ଅଲ୍ଲୀ ଖାନ୍‌ ଓ କଜୋଲ୍‌ ଅଛନ୍ତି। ଫିଲ୍ମରେ ଭିଲେନ୍‌ ରୋଲ୍‌ରେ ସୈଫ୍‌ଙ୍କ ଅଭିନୟ ବେଶ୍ ଦମ୍‌ଦାର୍‌ ହୋଇଛି। ଏପରିକି ଦର୍ଶକଙ୍କୁ ଅଜୟଙ୍କ ଅପେକ୍ଷା ସୈଫ୍‌ଙ୍କର ଅଭିନୟ ଅଧିକ ପସନ୍ଦ ଆସୁଛି। ଏହି ଫିଲ୍ମ ଜରିଆରେ ଅଜୟ ଓ କାଜୋଲ୍‌ ପ୍ରାୟ ୯ ବର୍ଷ ପରେ ପୁଣିଥରେ ଏକାଠି ସ୍କ୍ରିନ୍‌ ଶେଆର୍‌ କରିଛନ୍ତି। ଏହା ବ୍ୟତୀତ ‘ତାନାଜୀ’ ହେଉଛି ଅଜୟଙ୍କର ୧୦୦ତମ ଫିଲ୍ମ।

Advertisment

https://www.instagram.com/tv/B6IdzNTJSRU/?utm_source=ig_web_copy_link

ସପ୍ତଦଶ ଶତାବ୍ଦୀର ମରାଠା ବୀର ତଥା ଛତ୍ରପତି ଶିବାଜୀଙ୍କ ସେନାପତି ତାନାଜୀ ମାଲୁସାରେଙ୍କ କୋଣ୍ଢାଣା ଦୁର୍ଗ ବିଜୟ ଉପରେ ଆଧାରିତ ଏହି ଫିଲ୍ମ ଗତ ୧୦ ତାରିଖରେ ରିଲିଜ ହୋଇଥିଲା। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ରାଉତ।