Advertisment

ରିଲିଜ୍‌ ପୂର୍ବରୁ ବିବାଦରେ ଫସିଲା 'ତାନାଜୀ'

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେଭ୍‌ଗନ୍‌ଙ୍କ ଫିଲ୍ମ ‘ତାନାଜୀ: ଦ ଅନ୍‌ସଙ୍ଗ ୱାରିୟର୍’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ଏହାକୁ ଦର୍ଶକଙ୍କ ଭଲ ରେସପନ୍ସ ମଧ୍ୟ ମିଳୁଛି। କିନ୍ତୁ ଟ୍ରେଲର୍‌ ରିଲିଜ ହେବା ମାତ୍ରେ ହିଁ ଏହା ବିବାଦ ଘେରକୁ ଚାଲିଆସିଛି। ମରାଠି ସଂସ୍ଥା ‘ଶାମ୍ଭାଜି ବ୍ରିଗେଡ୍’ ଫିଲ୍ମ ‘ତାନାଜୀ’ ଉପରେ ଇତିହାସ ସହ ଖେଳିଥିବାର ଅଭିଯୋଗ କରିଛି। ସଂସ୍ଥା ଫିଲ୍ମର କିଛି ଦୃଶ୍ୟ ଉପରେ ନିର୍ଦ୍ଦେଶକଙ୍କଠୁ ସ୍ପଷ୍ଟିକରଣ ମାଗିଛି। ବିଶେଷ କରି ସଂସ୍ଥା ୩ଟି ପ୍ରଶ୍ନ ଉଠାଇଛି। […]

ଏକାଠି ବସି 'ତାନାଜି' ଦେଖିଲେ ତିନି ସେନାମୁଖ୍ୟ

tanaji

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେଭ୍‌ଗନ୍‌ଙ୍କ ଫିଲ୍ମ ‘ତାନାଜୀ: ଦ ଅନ୍‌ସଙ୍ଗ ୱାରିୟର୍’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ଏହାକୁ ଦର୍ଶକଙ୍କ ଭଲ ରେସପନ୍ସ ମଧ୍ୟ ମିଳୁଛି। କିନ୍ତୁ ଟ୍ରେଲର୍‌ ରିଲିଜ ହେବା ମାତ୍ରେ ହିଁ ଏହା ବିବାଦ ଘେରକୁ ଚାଲିଆସିଛି।

Advertisment

ମରାଠି ସଂସ୍ଥା ‘ଶାମ୍ଭାଜି ବ୍ରିଗେଡ୍’ ଫିଲ୍ମ ‘ତାନାଜୀ’ ଉପରେ ଇତିହାସ ସହ ଖେଳିଥିବାର ଅଭିଯୋଗ କରିଛି। ସଂସ୍ଥା ଫିଲ୍ମର କିଛି ଦୃଶ୍ୟ ଉପରେ ନିର୍ଦ୍ଦେଶକଙ୍କଠୁ ସ୍ପଷ୍ଟିକରଣ ମାଗିଛି। ବିଶେଷ କରି ସଂସ୍ଥା ୩ଟି ପ୍ରଶ୍ନ ଉଠାଇଛି। ଫିଲ୍ମରେ ତାନାଜୀ ମାଲୁସରେଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରୁଥିବା କାଜୋଲଙ୍କ କିଛି ଡାଇଲଗ ଉପରେ ସ୍ପଷ୍ଟିକରଣ ମାଗିଛି। ଏହାବ୍ୟତୀତ ଫିଲ୍ମରେ ଶିବାଜୀଙ୍କ ଉପରକୁ କାଠ ବାଡ଼ି ଫୋପାଡ଼ିବା ଦୃଶ୍ୟ ଉପରେ ମଧ୍ୟ ପ୍ରଶ୍ନ କରିଛି। ଏଥିସହ ସାମ୍ଭାଜି ବ୍ରିଗେଡ୍‌ ଅଭିଯୋଗ କରିଛି ଯେ ଶୀବାଜୀଙ୍କ ପତାକାରେ ‘ଓମ୍‌’ ଚିହ୍ନ ରଖାଯାଇଥିବାରୁ ଏହା ତାଙ୍କର ଧର୍ମନିରପେକ୍ଷ ଛବିକୁ ମଳିନ କରୁଛି। ସଂସ୍ଥାର କହିବା ଅନୁଯାୟୀ ଫିଲ୍ମ ଐତିହାସିକ ଘଟଣା ଉପରେ ତିଆରି ହେବା ଉଚିତ୍। ହେଲେ ଇତିହାସକୁ ଯଦି ବଦଳାଯିବାକୁ ଚେଷ୍ଟା କରାଯାଏ ତେବେ ‌ଏହା ବରଦାସ୍ତ କରାଯିବ ନାହିଁ।

‘ଶାମ୍ଭାଜି ବ୍ରିଗେଡ୍’ ସଂସ୍ଥା ବ୍ୟତୀତ ଏନ୍‌ସିପି ନେତା ଜିତେନ୍ଦ୍ର ଆହ୍ୱାଡ୍  ମଧ୍ୟ ଫିଲ୍ମକୁ ବିରୋଧ କରିଛନ୍ତି। ସେ ଫିଲ୍ମର ନିର୍ଦ୍ଦେଶକଙ୍କୁ ସିଧାସଳଖ ଧମକ ଦେଇଛନ୍ତି। ସେ ଟ୍ୱିଟ୍‌ କରିଛନ୍ତି, ‘ଓମ୍‌ ରାୱତ୍‌, ତୁମ ଫିଲ୍ମ ‘ତାନାଜୀ’ର ଟ୍ରେଲର୍‌ ଦେଖିଲି। ସେଥିରେ ଏମିତି ସବୁ ପ୍ରଙ୍ଗ ଦେଖାଯାଇଛି ଯାହା ଇତିହାସରେ ଉଲ୍ଲେଖ ନାହିଁ। ଅତି ଶୀଘ୍ର ଏଗୁଡ଼ିକରେ ପରିବର୍ତ୍ତନ କର ନହେଲେ ମୋତେ ଏହି ମାମଲାକୁ ନିଜ ହିସାବରେ ଦେଖିବାକୁ ପଡ଼ିବ।। ଯଦି ତୁମେ ଏହାକୁ ଧମକ ଭାବୁଛ ତେବେ ବି ଚଳିବ।’

Advertisment

https://twitter.com/Awhadspeaks/status/1197055077929955333

ସୂଚନାଯୋଗ୍ୟ, ଫିଲ୍ମରେ ଅଜୟ ‘ତାନାଜୀ ମାଲୁସରେ’ଙ୍କ ଭୂମିକାରେ ଅଭିନୟ କରିଥିବାବେଳେ କାଜୋଲ୍‌ ତାଙ୍କ ପତ୍ନୀ ସାବିତ୍ରୀବାଈ ମାଲୁସରେଙ୍କ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ବ୍ୟତୀତ ଛୋଟେ ନୱାବ୍‌ ସୈଫ୍ ଏହି ଫିଲ୍ମରେ ନେଗେଟିଭ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ଫିଲ୍ମଟି ୧୭ଶ ଶତାବ୍ଦୀର ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି। ଏହି ଯୋଦ୍ଧାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣିଛନ୍ତି। ତାନାଜୀ ଛତ୍ରପତି ଶିବାଜୀ ମହାରାଜଙ୍କ ସୈନ୍ୟବାହିନୀରେ ଥିଲେ। ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଅନେକ ଯୁଦ୍ଧରେ ସାମିଲ୍‌ ହୋଇଛନ୍ତି। ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ। ଏହି ଫିଲ୍ମଟିକୁ ଅଜୟ ଦେବଗନ୍‌ ଓ ଟି-ସିରିଜ୍‌ ମିଶି ପ୍ରଯୋଜନା କରୁଥିବା ବେଳେ ଓମ୍‌ ରାୱତ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୦ରେ ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe