Advertisment

ଅନୁ ଓ ନେହାଙ୍କୁ ଟାର୍ଗେଟ୍ କଲେ ତନୁଶ୍ରୀ

ମୁମ୍ବାଇ: ‘ଇଣ୍ଡିଆନ୍ ଆଇଡଲ୍‌’ର ଜଜ୍‌ ସିଟ୍‌ରେ ଥିବା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ‘ମି ଟୁ’ ବିବାଦ ତାଙ୍କ ପିଛା ଛାଡ଼ୁନି। ତାଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଲାଗିବା ପରେ ଶୋ’ର ନୂଆ ସିଜିନ୍‌କୁ ଜଜ୍‌ ଭାବେ କମ୍‌ବ୍ୟାକ୍ କରିବା ପରଠାରୁ ତାଙ୍କୁ ନେଇ ବିବାଦ ଦେଖାଯାଇଛି। ବିଶେଷ କରି ଗାୟିକା ସୋନା ମହାପାତ୍ର ତାଙ୍କ ବିରୋଧରେ ଅଭିଯାନ ଚଲାଇଛନ୍ତି। ସୋନାଙ୍କୁ ସମର୍ଥନ କରି କିଛି ଦିନ ତଳେ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଅନୁ ଓ ନେହାଙ୍କୁ ଟାର୍ଗେଟ୍ କଲେ ତନୁଶ୍ରୀ

tanu

ମୁମ୍ବାଇ: ‘ଇଣ୍ଡିଆନ୍ ଆଇଡଲ୍‌’ର ଜଜ୍‌ ସିଟ୍‌ରେ ଥିବା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ‘ମି ଟୁ’ ବିବାଦ ତାଙ୍କ ପିଛା ଛାଡ଼ୁନି। ତାଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଲାଗିବା ପରେ ଶୋ’ର ନୂଆ ସିଜିନ୍‌କୁ ଜଜ୍‌ ଭାବେ କମ୍‌ବ୍ୟାକ୍ କରିବା ପରଠାରୁ ତାଙ୍କୁ ନେଇ ବିବାଦ ଦେଖାଯାଇଛି। ବିଶେଷ କରି ଗାୟିକା ସୋନା ମହାପାତ୍ର ତାଙ୍କ ବିରୋଧରେ ଅଭିଯାନ ଚଲାଇଛନ୍ତି। ସୋନାଙ୍କୁ ସମର୍ଥନ କରି କିଛି ଦିନ ତଳେ ଗାୟିକା ନେହା ଭାସିନ ମଧ୍ୟ ଅନୁଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଲଗାଇଥିଲେ। ବର୍ତ୍ତମାନ ଏ ନେଇ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Advertisment

https://www.instagram.com/p/BylsYuflXzv/?utm_source=ig_web_copy_link

ତନୁଶ୍ରୀ ବଲିଉଡ ଅଭିନେତା ନାନା ପାଟେକରଙ୍କ ବିରୋଧରେ ‘ମି ଟୁ’ ଅଭିଯାନରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ତନୁଶ୍ରୀ ଏକ ସାକ୍ଷାତକାରରେ 'ସୋନି ଚ୍ୟାନେଲ୍' ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ‘ସୋନି ଟିଭି ଏକ ପାରିବାରିକ ଚ୍ୟାନେଲ୍‌। କାହିଁକି କେବଳ ଟିଆର୍‌ପି ପାଇଁ ଏଭଳି ବ୍ୟକ୍ତିଙ୍କୁ ଶୋ’ରେ ରଖାଯାଇଛି? ମଣିଷର ଭାବନାଠୁ କ’ଣ ଶୋ’ର ଟିଆର୍‌ପି ଅଧିକ ଜରୁରୀ?’ କେବଳ ଏତିକି ନୁହେଁ, ଶୋ’ର ଅନ୍ୟତମ ଜଜ୍‌ ନେହା କକ୍କରଙ୍କୁ ମଞ୍ଚରେ ଜଣେ ପ୍ରତିଯୋଗୀ ଜବରଦସ୍ତି କିସ୍ କରିବା ଘଟଣାକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ନେହା ଅନୁ ମଲିକଙ୍କ ସହ କାମ କରିବା ନିଷ୍ପତ୍ତି ନେବା ଭଳି ଏ ଘଟଣାରେ ବି ଚୁପ୍‌ ରହି କିଛି ଠିକ୍‌ କଲେ ନାହିଁ। ନ୍ୟାସ୍ନାଲ୍‌ ଟେଲିଭିଜନରେ ଜଣେ ମହିଳାଙ୍କ ସହ ଏଭଳି ବ୍ୟବହାର ଅତି ଲଜ୍ଜାର କଥା।

https://twitter.com/sonamohapatra/status/1195155307179184136

ସୂଚନାଯୋଗ୍ୟ, ଯୌନ ଉତ୍ପୀଡ଼ନ ଅଭିଯୋଗରେ ୧୯୯୬ରେ ଅନୁଙ୍କୁ କୋର୍ଟକୁ ଟାଣିଥିଲେ ଗାୟିକା ଅଲିଶା ଚିନାଇ, ଯାହାର ସମାଧାନ କିଛି ବର୍ଷ ପରେ ହୋଇଯାଇଥିଲା। ଏହାପରେ  ‘ମି ଟୁ’ ଅଭିଯାନ ବେଳେ ସୋନାଙ୍କ ସହିତ ଶ୍ୱେତା ପଣ୍ଡିତ୍ ସମେତ ଆଉ କିଛି ମହିଳା ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ।

Advertisment

https://twitter.com/The_AnuMalik/status/1194974361767182337

କିଛି ଦିନ ତଳେ ଅନୁ ଏ ଘଟଣା ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଥିଲେ। ସେ ଏକ ଲମ୍ବା ଓପନ ଲେଟର୍‌ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ଯେଉଁ କାମ ସେ କରିନାହାଁନ୍ତି, ସେ ନେଇ ଗତ ୧ ବର୍ଷ ହେଲା ତାଙ୍କ ଉପରେ ଅଭିଯୋଗ ଲଗାଯାଉଛି। ଫଳରେ ତାଙ୍କ ଭାବମୂର୍ତ୍ତି ଖରାପ ହେବା ସହ ତାଙ୍କ ପରିବାରର ମାନସିକ ଶାନ୍ତି ଭଙ୍ଗ ହୋଇଛି। ଏପରିକି ତାଙ୍କ କ୍ୟାରିୟର୍‌ ମଧ୍ୟ ନଷ୍ଟ ହେବାକୁ ବସିଛି। ତେଣୁ ଏନେଇ ଆଇନ୍‌ର ସାହାଯ୍ୟ ନେବେ ବୋଲି ସେ ଧମକ ଦେଇଥିଲେ।