Advertisment

ଆସିଲା 'ସାବାସ୍‌ ମିଠୁ'ରେ ତାପସୀଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ଆଗାମୀ ଫିଲ୍ମ ‘ସାବାସ୍‌ ମିଠୁ’କୁ ନେଇ ଚର୍ଚ୍ଚାରେ ରହୁଛନ୍ତି।  ଏହି ଫିଲ୍ମଟି ହେଉଛି ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ ମିତାଲି ରାଜ୍‌ଙ୍କ ବାୟୋପିକ୍‌। ତେବେ ବର୍ତ୍ତମାନ ଏହି ଫିଲ୍ମରୁ ତାପସୀଙ୍କର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଯାଇଛି। ଯେଉଁଥିରେ ତାପସୀ ମିତାଲି ରାଜ୍‌ଙ୍କ ଲୁକ୍‌ରେ ନଜର ଆସିଛନ୍ତି। “I have always been asked who’s your favourite male cricketer but you should ask […]

ଆସିଲା 'ସାବାସ୍‌ ମିଠୁ'ରେ ତାପସୀଙ୍କ ଫାଷ୍ଟ ଲୁକ୍‌

tapasi

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ଆଗାମୀ ଫିଲ୍ମ ‘ସାବାସ୍‌ ମିଠୁ’କୁ ନେଇ ଚର୍ଚ୍ଚାରେ ରହୁଛନ୍ତି।  ଏହି ଫିଲ୍ମଟି ହେଉଛି ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ ମିତାଲି ରାଜ୍‌ଙ୍କ ବାୟୋପିକ୍‌। ତେବେ ବର୍ତ୍ତମାନ ଏହି ଫିଲ୍ମରୁ ତାପସୀଙ୍କର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଯାଇଛି। ଯେଉଁଥିରେ ତାପସୀ ମିତାଲି ରାଜ୍‌ଙ୍କ ଲୁକ୍‌ରେ ନଜର ଆସିଛନ୍ତି।

Advertisment

https://twitter.com/taapsee/status/1222398323165814784?s=20

ଫିଲ୍ମର ପ୍ରଥମ ପୋଷ୍ଟରକୁ ତାପସୀ ନିଜେ ଟ୍ୱିଟର୍‌ରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘ମେତେ ସବୁବେଳେ ପଚରାଯାଏ ଯେ ତୁମର ସବୁଠୁ ପ୍ରିୟ ପୁରୁଷ କ୍ରିକେଟର କିଏ। ହେଲେ ଆପଣଙ୍କୁ ଏହା ପଚାରିବା ଉଚିତ୍‌ ଯେ ତାଙ୍କର ପ୍ରିୟ ମହିଳା କ୍ରିକେଟର୍‌ କିଏ। ଏହି ବୟାନ୍‌ କ୍ରିକେଟ୍‌ ପ୍ରେମୀଙ୍କୁ ଏହା ଭାବିବାକୁ ବାଧ୍ୟ କରିଦେବ ଯେ ସେମାନେ ଖେଳକୁ ଭଲପାଆନ୍ତି ନା ଏହାକୁ ଖେଳୁଥିବା ଲିଙ୍ଗବର୍ଗକୁ। ମିତାଲି ରାଜ୍‌, ଆପଣ ହେଉଛନ୍ତି ଅଲ୍ଟିମେଟ୍ ଗେମ୍‌ ଚେଞ୍ଜର୍।’

https://www.instagram.com/p/B5mEVCRJF3W/?utm_source=ig_web_copy_link

ଏହି ଫଟୋରେ ତାପସୀ ଭାରତୀୟ କ୍ରିକେଟ୍‌ ଟିମ୍‌ର ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଛି। ମିତାଲିଙ୍କ ପରି ମୁଣ୍ଡରେ ଗୋଲ୍‌ ଟୋପି ଓ ହାତରେ ବ୍ୟାଟ୍‌ ଧରି ବହୁତ୍‌ ଇନ୍‌ଟେନ୍ସ ଲୁକ୍‌ରେ ନଜର ଆସିଛନ୍ତି ସେ। ମିତାଲି ରାଜ୍‌ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ଶ୍ରେଷ୍ଠ ଖେଳାଳୀମାନଙ୍କ ମଧ୍ୟରୁ ଜଣେ। ସେ ଭାରତୀୟ ଟିମ୍‌ ପାଇଁ ସର୍ବାଧିକ ରନ୍‌ କରିଛନ୍ତି। ତେବେ ‘ସାବାସ୍‌ ମିଠୁ’ରେ ସେ କିଭଳି ଜଣେ କ୍ରିକେଟର୍‌ ହେଲେ ଓ କିପରି ହଠାତ୍‌ ସମସ୍ତଙ୍କ ପାଇଁ ଆଦର୍ଶ ହୋଇଗଲେ ସେ ବିଷୟରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ୨୦୨୧ ଫେବୃଆରୀ ୫ରେ ରିଲିଜ୍‌ ହେବ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ରାହୁଲ୍ ଢୋଲକିଆ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe