‘ଥପ୍ପଡ଼’ର ଟ୍ରେଲର୍‌ ରିଲିଜ୍: ଲୋକେ କହିଲେ ଏହା ସମାଜକୁ ଶକ୍ତ ଚାପୁଡ଼ା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଫିଲ୍ମ  ‘ଥପ୍ପଡ଼’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ଦର୍ଶକଙ୍କୁ ଫିଲ୍ମର କନ୍‌ସେପ୍ଟ ବେଶ୍ ଦମ୍‌ଦାର୍‌ ଲାଗୁଛି। ସୋଶାଲ୍‌ ମିଡିଆରେ ଏବେ ଦର୍ଶକ ତାପସୀଙ୍କୁ ପ୍ରଶଂସାରେ ପୋତି ପକାଇଲେଣି। ତାପସୀଙ୍କ ସହ ଫିଲ୍ମର କାହାଣୀକୁ ମଧ୍ୟ ସମସ୍ତେ ପସନ୍ଦ କରୁଛନ୍ତି। ଟ୍ରେଲର୍‌ ରିଲିଜ୍ ହେବାର ମାତ୍ର ୩ ଘଣ୍ଟଆ ଭିତରେ ଏହାକୁ ୪ ଲକ୍ଷ ୬୪ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଟ୍ରେଲର୍‌ରେ ପ୍ରଥମେ ତାପସୀ ଓ ପାୱେଲ୍‌ ଗୁଲାଟିଙ୍କ ଭିତରେ ହାପି […]

thappad

Chinmayee Roy
  • Published: Friday, 31 January 2020
  • , Updated: 31 January 2020, 05:51 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଫିଲ୍ମ  ‘ଥପ୍ପଡ଼’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ଦର୍ଶକଙ୍କୁ ଫିଲ୍ମର କନ୍‌ସେପ୍ଟ ବେଶ୍ ଦମ୍‌ଦାର୍‌ ଲାଗୁଛି। ସୋଶାଲ୍‌ ମିଡିଆରେ ଏବେ ଦର୍ଶକ ତାପସୀଙ୍କୁ ପ୍ରଶଂସାରେ ପୋତି ପକାଇଲେଣି। ତାପସୀଙ୍କ ସହ ଫିଲ୍ମର କାହାଣୀକୁ ମଧ୍ୟ ସମସ୍ତେ ପସନ୍ଦ କରୁଛନ୍ତି।

ଟ୍ରେଲର୍‌ ରିଲିଜ୍ ହେବାର ମାତ୍ର ୩ ଘଣ୍ଟଆ ଭିତରେ ଏହାକୁ ୪ ଲକ୍ଷ ୬୪ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଟ୍ରେଲର୍‌ରେ ପ୍ରଥମେ ତାପସୀ ଓ ପାୱେଲ୍‌ ଗୁଲାଟିଙ୍କ ଭିତରେ ହାପି ମ୍ୟାରେଡ୍‌ ଲାଇଫ୍‌ ଦେଖିବାକୁ ମିଳୁଛି। ହେଲେ ଏଥିରେ ଟ୍ୱିଷ୍ଟ ସେବେ ଆସୁଛି ଯେବେ ଏକ ପାର୍ଟି ଚାଲିଥିବା ସମୟରେ ସ୍ୱାମୀ ପାୱେଲ୍‌ ସମସ୍ତଙ୍କ ସାମ୍ନାରେ ତାପସୀଙ୍କୁ ଚାପୁଡ଼ା ମାରୁଛନ୍ତି। ସେ ଏହି ଚାପୁଡ଼ା ସହ୍ୟ କରିପାରୁ ନାହାନ୍ତି। ତାଙ୍କୁ ଏହା ବହୁତ ଖରାପ ଲାଗୁଛି ଓ ବହୁତ ଅପମାନିତ ଅନୁଭବ ହେଉଛି। ଯାହାଫଳରେ ସେ ତଲାକ୍‌ ନେବାକୁ ନିଷ୍ପତ୍ତି ନେଉଛନ୍ତି। ହେଲେ ଏହା ତାଙ୍କୁ ସହଜରେ ମିଳୁନାହିଁ।  ସମସ୍ତେ ବାସ୍‌ ତାଙ୍କୁ ଗୋଟିଏ କଥା କହୁଛନ୍ତି ଯେ ବାସ୍‌ ଗୋଟିଏ ଚାପୁଡ଼ା ତ ମାରିଛନ୍ତି। ଏପରିକି ତାଙ୍କ ଓକିଲ ମଧ୍ୟ ସେଭଳି କହୁଛନ୍ତି। ହେଲେ ସେ କାହା କଥାକୁ ନ ଶୁଣି ନିଜ ଆତ୍ମସମ୍ମାନକୁ ବାଛୁଛନ୍ତି ଓ ଏହି ଚାପୁଡ଼ା ବିରୋଧରେ ଏକାକୀ ଲଢ଼ୁଛନ୍ତି।

https://twitter.com/ImSu_9/status/1223136157958979584?s=20

https://twitter.com/saba47580/status/1223133629028753410?s=20

ତାପସୀଙ୍କ ଏହି ଫିଲ୍ମର ଟ୍ରେଲର୍‌ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଫ୍ୟାନ୍‌ମାନଏ ଭିନ୍ନ ଭିନ୍ନ ପୋଷ୍ଟ କରି ଫିଲ୍ମର ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ତାପସୀଙ୍କ ଏହି ଫିଲ୍ମ ସମାଜର ଚିନ୍ତାଧାରାକୁ ଏକ ଶକ୍ତ ଚାପୁଡ଼ା ମାରିବ। ପାୱାରଫୁଲ୍‌ ସବ୍‌ଜେକ୍ଟ।’ ଆଉ ଜଣେ ୟୁଜର ଲେଖିଛନ୍ତି, ‘ଟ୍ରେଲର୍‌ ବହୁତ ବଢ଼ିଆ ହେଇଛି। ‘ଥପ୍ପଡ଼’ ବ୍ଲାଷ୍ଟ କରିବ।’

https://twitter.com/MohitJo05151717/status/1223136429053751296?s=20

https://twitter.com/Raj_amrit200/status/1223139727638855680?s=20

ସୂଚନାଯୋଗ୍ୟ, ଅନୁଭବ ସିହ୍ନା ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ କୃଷ୍ଣ କୁମାର ଓ ଭୂଷଣ କୁମାରଙ୍କ ସହ ମିଶି ଏହାର ପ୍ରଯୋଜନା ମଧ୍ୟ କରିଛନ୍ତି। ଫିଲ୍ମଟି ଫେବୃଆରୀ ୨୮ରେ ପରଦାକୁ ଆସିବ।

https://youtu.be/jBw_Eta0HDM

Related story