Advertisment

ଭଂଶାଲୀଙ୍କ ଫିଲ୍ମରେ ତାପସୀ

ମୁମ୍ବାଇ: ‘ପିଙ୍କ୍’, ‘ବଦ୍‌ଲା’, ‘ମୁଲ୍କ’, ‘ମିଶନ୍ ମଙ୍ଗଲ୍’ ଓ ‘ଷାଣ୍ଡ କି ଆଖଁ’ ଭଳି ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଦେବା ପରେ ବଲିଉଡ୍‌ରେ ତାପସୀଙ୍କର ଡିମାଣ୍ଡ ବେଶ୍‌ ଅଧିକ ବଢ଼ିଯାଇଛି। ଏବେ ତାଙ୍କ ହାତକୁ ଆସିଛି ଆଉ ଏକ ବଡ଼ ଅଫର୍। ସୂଚନା ଅନୁଯାୟୀ, ବଲିଉଡ୍‌ର ଷ୍ଟାର୍‌ ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମରେ କାମ କରିବାକୁ ତାଙ୍କୁ ଅଫର୍ ଦିଆଯାଇଛି। ଆଉ ଏହି ଫିଲ୍ମରେ ତାଙ୍କୁ ଏକ ଦମ୍‌ଦାର୍ ଚରିତ୍ର ବି ଦିଆଯିବ। https://www.instagram.com/p/B2QEkpDJcE1/?utm_source=ig_web_copy_link […]

ଭଂଶାଲୀଙ୍କ ଫିଲ୍ମରେ ତାପସୀ

tapsee

Advertisment

ମୁମ୍ବାଇ: ‘ପିଙ୍କ୍’, ‘ବଦ୍‌ଲା’, ‘ମୁଲ୍କ’, ‘ମିଶନ୍ ମଙ୍ଗଲ୍’ ଓ ‘ଷାଣ୍ଡ କି ଆଖଁ’ ଭଳି ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଦେବା ପରେ ବଲିଉଡ୍‌ରେ ତାପସୀଙ୍କର ଡିମାଣ୍ଡ ବେଶ୍‌ ଅଧିକ ବଢ଼ିଯାଇଛି। ଏବେ ତାଙ୍କ ହାତକୁ ଆସିଛି ଆଉ ଏକ ବଡ଼ ଅଫର୍। ସୂଚନା ଅନୁଯାୟୀ, ବଲିଉଡ୍‌ର ଷ୍ଟାର୍‌ ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମରେ କାମ କରିବାକୁ ତାଙ୍କୁ ଅଫର୍ ଦିଆଯାଇଛି। ଆଉ ଏହି ଫିଲ୍ମରେ ତାଙ୍କୁ ଏକ ଦମ୍‌ଦାର୍ ଚରିତ୍ର ବି ଦିଆଯିବ।

Advertisment

https://www.instagram.com/p/B2QEkpDJcE1/?utm_source=ig_web_copy_link

ଭଂଶାଲୀଙ୍କ ପ୍ରଡକ୍ସନ୍ସର ଅପ୍‌କମିଂ ଫିଲ୍ମ ‘ସିୟା ଜିୟା’ରେ ତାପସୀ ଲିଡ୍‌ ରୋଲ୍‌ରେ ଅଭିନୟ କରିପାରନ୍ତି। କେବଳ ସେତିକି ନୁହେଁ, ଏହି ଫିଲ୍ମରେ ତାପସୀ ଡବଲ୍‌ ରୋଲ୍‌ରେ ବି ନଜର ଆସିପାରନ୍ତି। ଏ ପର୍ଯ୍ୟନ୍ତ ଫିଲ୍ମର ନିର୍ଦ୍ଦେଶନା କିଏ ଦେବେ, ତାହା ସ୍ଥିର ହୋଇନାହିଁ। ତେବେ ଫିଲ୍ମର ସ୍କ୍ରିପ୍ଟ ଫାଇନାଲ୍‌ ହୋଇସାରିଛି। ଫିଲ୍ମର ଶୁଟିଂ ଆସନ୍ତା ବର୍ଷରୁ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି। ହେଲେ ଏଯାଏ ଏହି ଫିଲ୍ମକୁ ନେଇ ନିର୍ମାତା କିଛି ଘୋଷଣା କରିନାହାନ୍ତି।

https://www.instagram.com/p/B5ebStDJHI9/?utm_source=ig_web_copy_link

ଯଦି ଏହି ଖବର ସତ ହୁଏ, ତା’ହେଲେ ଭଂଶାଲୀଙ୍କ ସହିତ ତାପସୀ ପ୍ରଥମ ଥର ପାଇଁ କାମ କରିବେ। ଭଂଶାଲୀଙ୍କ ଫିଲ୍ମରେ କାମ କଲେ ତାଙ୍କ କ୍ୟାରିୟର ଏକ ଭିନ୍ନ ମୋଡ଼ ନେବା ସହିତ ତାଙ୍କୁ ଆହୁରି ସଫଳତା ମିଳିବ ବୋଲି କୁହାଯାଉଛି।

Advertisment

https://www.instagram.com/p/B3EnpXEJwk8/?utm_source=ig_web_copy_link

୨୦୧୯ ବର୍ଷଟି ତାପସୀଙ୍କ ପାଇଁ ବେଶ୍ ଲକି ସାବ୍ୟସ୍ତ ହୋଇଛି। ଚଳିତ ବର୍ଷ ତାଙ୍କର ୪ଟି ଫିଲ୍ମ ରିଲିଜ୍‌ ହୋଇଛି ଓ ସବୁ ହିଟ୍‌ ହୋଇଛି। ଏଥିରେ ‘ବଦ୍‌ଲା’, ‘ମୁଲ୍କ’, ‘ମିଶନ୍ ମଙ୍ଗଲ’ ଓ ‘ଷାଣ୍ଡ କି ଆଖଁ’ ପରି ଫିଲ୍ମ ସାମିଲ୍‌ ଅଛି। ବର୍ତ୍ତମାନ ସେ ଅନୁଭବ ସିହ୍ନାଙ୍କ ଫିଲ୍ମ ‘ଥପଡ଼’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ୨୦୨୦ ଅନ୍ତର୍ଜାତୀୟ ମହିଳା ଦିବସରେ ରିଲିଜ୍‌ ହେବ। ଏହା ବ୍ୟତୀତ ସେ ଖୁବ୍‌ଶୀଘ୍ର ଅନୁରାଗ କଶ୍ୟପଙ୍କ ଏକ ନୂଆ ହରର୍‌ ଫିଲ୍ମ ପାଇଁ ଶୁଟିଂ କରିବାକୁ ବିଦେଶ ଯିବେ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe