tapsee
ମୁମ୍ବାଇ: ଫିଲ୍ମ‘ଥପ୍ପଡ଼’କୁନେଇଚର୍ଚ୍ଚାରେଥିବାତାପସୀପନ୍ନୁଙ୍କରଆଉଏକନୂଆଫିଲ୍ମ ଆସୁଛି। ଆଗକୁ ତାଙ୍କୁ ଫିଲ୍ମ ‘ଲୁପ୍ଲପେଟା’ରେ ଦେଖିବାକୁ ମିଳିବ। ଏଥିରେତାଙ୍କସହିତ ‘ମର୍ଦ୍ଦାନୀ’ଓ ‘ଛିଛୋ’ରେଭଳିସିନେମାରେଚମତ୍କାରଅଭିନୟକରିଥିବାତାହିର୍ରାଜ୍ଭାସିନ୍ଙ୍କୁଦେଖିବାକୁମିଳିବ। ଏହି ଫିଲ୍ମଟି ହେଉଛି୧୯୯୮ରେ ଆସିଥିବା ଜର୍ମାନୀଫିଲ୍ମ‘ରନ୍ଲୋଲାରନ୍’ରହିନ୍ଦୀ ରିମେକ୍।ଆକାଶଭାଟିଆଏହାରନିର୍ଦ୍ଦେଶନାଦେବେ।
https://www.instagram.com/p/B8sXG0RJjAp/?utm_source=ig_web_copy_link
https://www.instagram.com/p/B8wzpZ1pFgX/?utm_source=ig_web_copy_link
ତାପସୀ ନିଜ ସୋଶାଲ୍ ମିଡିଆ ଆକାଉଣ୍ଟ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି। ସେ ନିଜ୍ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେଏହି ଫିଲ୍ମକୁ ନେଇ ସମସ୍ତ ସୂଚନା ଲେଖାଯାଇଛି। ତାଙ୍କ ବ୍ୟତୀତ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ମଧ୍ୟ ଏନେଇ ଟ୍ୱିଟ୍ କରିଛନ୍ତି।ସବୁବେଳେ ଗମ୍ଭୀର ରୋଲ୍ରେ ଦର୍ଶକଙ୍କ ମନ ଜିତିଥିବା ତାପସୀ ଏଥିରେ କମେଡି କରି ଦର୍ଶକଙ୍କୁ ହସାଇବେ।
ସେ ଏବେ ତାଙ୍କ ଅପ୍କମିଂ ଫିଲ୍ମ ‘ଥପ୍ପଡ଼’କୁ ନେଇ ବ୍ୟସ୍ତ ରହୁଛନ୍ତି। ଏହା ବ୍ୟତୀତ ସେ ଆଗକୁ ‘ହସିନ୍ ଦିଲ୍ରୁବା’, କ୍ରିକେଟର୍ ମିତାଲି ରାଜ୍ଙ୍କ ବାୟୋପିକ୍ ‘ସାବାସ୍ ମିଠୁ’ ଓ ‘ରଶ୍ମି ରକେଟ୍’ରେ ନଜର ଆସିବେ।
https://twitter.com/taran_adarsh/status/1229615688500858880?s=20
ସୂଚନାଯୋଗ୍ୟ, ନିକଟରେ ତାପସୀଙ୍କ ଫିଲ୍ମ ‘ଷାଣ୍ଢ କି ଆଁଖ’ ରିଲିଜ୍ ହୋଇଥିଲା। ଏଥିରେ ସେ ଓ ଭୂମି ପେଡ଼ନେକରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ଦେଶର ସବୁଠୁ ବୟସ୍କ ସାର୍ପ ଶୁଟର୍ ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ ଉପରେ ଆଧାରିତ ହୋଇଛି। ମହଳା ସଶକ୍ତିକରଣ ଓ କ୍ରୀଡ଼ା ପ୍ରୋତ୍ସାହନ ଉପରେ ତିଆରି ଏହି ଫିଲ୍ମ ପାଇଁ ତାପସୀଙ୍କୁ ଏଥର ଫିଲ୍ମଫେୟାର୍ ଆୱାର୍ଡ଼ ମିଳିଥିଲା। ‘ବେଷ୍ଟ ଆକ୍ଟର୍ ଇନ୍ ଫିମେଲ୍ କ୍ରିଟିକ୍ସ ଚଏସ୍’ ବର୍ଗରେ ସେ ଏହି ପୁରସ୍କାର ଜିତିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/tapsee.jpg)