Advertisment

‘ସ୍ୱାମୀ ଠେଲି ଠେଲି ପାର୍ଲର ପଠାନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତପୁ ମିଶ୍ର ଓଲିଉଡ୍‌ର ଜଣେ ଜଣାଶୁଣା କଣ୍ଠଶିଳ୍ପୀ। ‘ଦିନ ସରେ ନାହିଁ’, ‘ଇଟ୍‌ସ୍‌ ଓନଲି ପ୍ୟାର୍‌’, ‘ଆ ମାନେ ଆନନ୍ଦପୁର’ ଓ ‘ଧୀରେ ଧୀରେ’ ଭଳି ହିଟ୍‌ ଗୀତରେ ସେ କଣ୍ଠଦାନ କରିଛନ୍ତି। ତେବେ ଗୀତ ଗୀଇବା ସହ ତପୁଙ୍କୁ ସଜେଇ ହେବାକୁ ଖୁବ୍‌ ଭଲ ଲାଗେ। ଖାସ୍‌ କରି ସେ କେଶରେ ଭିନ୍ନ ଭିନ୍ନ କଲର୍‌ କରିବାକୁ ଭଲ ପା’ନ୍ତି। କୁହାଯାଏ, ଓଲିଉଡ୍‌ରେ ସେ ପ୍ରଥମ ଗାୟିକା ଯିଏ କେଶକୁ ନେଇ ଏତେ […]

‘ସ୍ୱାମୀ ଠେଲି ଠେଲି ପାର୍ଲର ପଠାନ୍ତି’

tapu

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତପୁ ମିଶ୍ର ଓଲିଉଡ୍‌ର ଜଣେ ଜଣାଶୁଣା କଣ୍ଠଶିଳ୍ପୀ। ‘ଦିନ ସରେ ନାହିଁ’, ‘ଇଟ୍‌ସ୍‌ ଓନଲି ପ୍ୟାର୍‌’, ‘ଆ ମାନେ ଆନନ୍ଦପୁର’ ଓ ‘ଧୀରେ ଧୀରେ’ ଭଳି ହିଟ୍‌ ଗୀତରେ ସେ କଣ୍ଠଦାନ କରିଛନ୍ତି। ତେବେ ଗୀତ ଗୀଇବା ସହ ତପୁଙ୍କୁ ସଜେଇ ହେବାକୁ ଖୁବ୍‌ ଭଲ ଲାଗେ। ଖାସ୍‌ କରି ସେ କେଶରେ ଭିନ୍ନ ଭିନ୍ନ କଲର୍‌ କରିବାକୁ ଭଲ ପା’ନ୍ତି। କୁହାଯାଏ, ଓଲିଉଡ୍‌ରେ ସେ ପ୍ରଥମ ଗାୟିକା ଯିଏ କେଶକୁ ନେଇ ଏତେ ଏକ୍ସପେରିମେଣ୍ଟ୍ କରନ୍ତି। ବାହାଘର ପରେ ବି ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିନି।

Advertisment

ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍ ଶୋ’ ‘ସିକ୍ରେଟ୍ ଷ୍ଟୋରିଜ୍ ଅଫ୍ ସେଲେବ୍ରିଟି’ର ଏକ ଏପିସୋଡ୍‌ରେ ଯୋଗ ଦେଇ ସେ ଏ କଥା କହିଥିଲେ। ସେ କହିଥିଲେ, “ମୁଁ ଭାବିଥିଲି ବିବାହ ପରେ ମୋର ଏସବୁ ଫ୍ୟାଶନ୍‌ ସରିଯିବ। କାରଣ ବିବାହ ପରେ କିଛି ଦାୟିତ୍ୱ ଆସିଯାଏ। ନିଜ ପାଇଁ ଏତେ ସମୟ ଦେଇ ହୁଏନି। କିନ୍ତୁ ମୋ ସ୍ୱାମୀ ମୋତେ ଠେଲି ଠେଲି ପାର୍ଲର ପଠାଉଛନ୍ତି। କାରଣ ଚୁଟି କଲର୍‌ କରିବାକୁ ସେ ବି ଭଲ ପା’ନ୍ତି। ରଙ୍ଗୀନ ଚୁଟି ତାଙ୍କର ପସନ୍ଦ। ଆଉ ମୋର ସଉକ ବିଷୟରେ ସେ ଜାଣିଥିଲେ। ମୁଁ କାର୍ଯ୍ୟ ବ୍ୟସ୍ତତା ପାଇଁ ପାର୍ଲର ଯାଇ ନ ପାରିଲେ ସେ ବାଧ୍ୟ କରି ମୋତେ ପଠାନ୍ତି ଓ ଚୁଟି କଲର୍‌ କରିବା ପାଇଁ କୁହନ୍ତି।”

publive-imageସୂଚନାଯୋଗ୍ୟ, ତପୁଙ୍କ ସ୍ୱାମୀ ଦୀପକ ଅନେକ ବିଜ୍ଞାପନ, ଟେଲି ଧାରାବାହିକ ଏବଂ ସମ୍ବଲପୁରୀ ଭିଡିଓରେ ଅଭିନୟ କରିଛନ୍ତି। ଓଡ଼ିଆ ଫିଲ୍ମ ‘ଆସିଲୁ ତୁ ଯେବେ ଜୀବନେ’ରେ ମଧ୍ୟ ସେ ଅଭିନୟ କରିଛନ୍ତି। ଏବେ ସେ ମୁମ୍ବାଇରେ ହିନ୍ଦୀ ସିରିଏଲ୍‌ ଏବଂ ୱେବ୍‌ ସିରିଜ୍‌ରେ କାମ କରିବା ପାଇଁ ଚେଷ୍ଟା ଚଲାଇଛନ୍ତି। ତପୁ ଏବଂ ଦୀପକ ପ୍ରେମ ବିବାହ କରିଥିଲେ। ୨୦୧୮ ଡିସେମ୍ବର ୧୨ତାରିଖରେ ସେମାନଙ୍କର ବିବାହ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe