Advertisment

ରିଲିଜ୍ ହେଲା ତାରା ଓ ସିଦ୍ଧାର୍ଥଙ୍କ ନୂଆ ଗୀତ

ମୁମ୍ବାଇ: ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ ତାରା ସୂତରିଆ ପୁଣି ଥରେ ଏକାଠି ହୋଇଛନ୍ତି। ଉଭୟଙ୍କ ନୂଆ ଗୀତ ରିଲିଜ୍ ହୋଇଛି। ଗୀତର ନାଁ ହେଉଛି ‘ମସକଲି 2.0’।  ଏହି ଗୀତରେ ପୁଣିଥରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି, ଯାହାକୁ ଦର୍ଶକ ପସନ୍ଦ କରୁଛନ୍ତି। ଗୀତଟିକୁ ତୁଲସୀ କୁମାର ଏବଂ ସଚେତ୍ ଟଣ୍ଡନ୍ ଗାଇଛନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ତନିଷ୍କ ବାଗଚି। ଏହି ଗୀତର ବିଶେଷତ୍ତ୍ୱ ହେଉଛି ପୂରା ଗୀତଟି ଗୋଟିଏ […]

ରିଲିଜ୍ ହେଲା ତାରା ଓ ସିଦ୍ଧାର୍ଥଙ୍କ ନୂଆ ଗୀତ

massakalli

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ ତାରା ସୂତରିଆ ପୁଣି ଥରେ ଏକାଠି ହୋଇଛନ୍ତି। ଉଭୟଙ୍କ ନୂଆ ଗୀତ ରିଲିଜ୍ ହୋଇଛି। ଗୀତର ନାଁ ହେଉଛି ‘ମସକଲି 2.0’।  ଏହି ଗୀତରେ ପୁଣିଥରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି, ଯାହାକୁ ଦର୍ଶକ ପସନ୍ଦ କରୁଛନ୍ତି।

Advertisment

ଗୀତଟିକୁ ତୁଲସୀ କୁମାର ଏବଂ ସଚେତ୍ ଟଣ୍ଡନ୍ ଗାଇଛନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ତନିଷ୍କ ବାଗଚି। ଏହି ଗୀତର ବିଶେଷତ୍ତ୍ୱ ହେଉଛି ପୂରା ଗୀତଟି ଗୋଟିଏ ଘର ଭିତରେ ଶୁଟ୍ ହୋଇଛି। ଏହି ଘର ଭିତରେ ଉଭୟ ନାଚିଛନ୍ତି ଓ ରୋମାନ୍ସ କରିଛନ୍ତି। ଗୀତଟି ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।

https://www.instagram.com/p/B-tZgoDpuNQ/?utm_source=ig_web_copy_link

ସୂଚନାଯୋଗ୍ୟ, ଗୀତଟି ଅଭିଷେକ ବଚ୍ଚନ ଓ ସୋନମ୍ କପୁରଙ୍କ ଫିଲ୍ମ ‘ଦିଲ୍ଲୀ 6’ର ଗୀତ ‘ମସକଲି’ର ରିମିକ୍ସ ଭର୍ଜନ୍। ଏହାକୁ ପ୍ରସୂନ୍ ଯୋଶୀ ଲେଖିଥିଲେ ଏବଂ ଆର୍ ରହମାନ୍ ମ୍ୟୁଜିକ୍ ଦେଇଥିଲେ। ସେତେବେଳେ ଗୀତଟି ବଡ଼ ହିଟ୍ ହୋଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାକେଶ ଓମପ୍ରକାଶ ମେହେରା।

Advertisment

ଏହା ପୂର୍ବରୁ ତାରା ଏବଂ ସିଦ୍ଧାର୍ଥ ଫିଲ୍ମ ‘ମରଜାଁୱା’ରେ ନଜର ଆସିଥିଲେ। ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ତାରା ସୂତରିଆଙ୍କ ଅଭିନୟକୁ ମଧ୍ୟ ଫିଲ୍ମରେ ଢେର ପ୍ରଶଂସା ମିଳିଥିଲା। ଏହି ଫିଲ୍ମରେ ରିତେଶ ଦେଶମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe