Advertisment

ସାମ୍ନାକୁ ଆସିଲା “ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌-୨’ର ନୂଆ ପୋଷ୍ଟର, ଟ୍ରଲ୍‌ ହେଲେ ତାରା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ “ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌-୨”ର  ଆଉ ଏକ ପୋଷ୍ଟର ଆସିଛି। ଏଥିରେ ଅଭିନେତ୍ରୀ ତାରା ସୁତାରିଆଙ୍କୁ  ଗ୍ଲାମରସ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ତେବେ ତାରାଙ୍କ ଲୁକ୍‌ ଏହାର ପାର୍ଟ -୧ରେ ଥିବା ଅନନ୍ୟା ପାଣ୍ଡେଙ୍କ ଚରିତ୍ରଙ୍କ କଥା ମନେ ପକାଇଦେଉଛି। ପୋଷ୍ଟର୍‌କୁ କରନ୍‌ ଜୋହର୍‌ ସୋଶାଲ୍‌ ମିଡିଆରେ ସେୟାର କରିଛନ୍ତି। ତାରା ଏହି ଫିଲ୍ମରୁ ହିଁ ତାଙ୍କ କ୍ୟାରିୟର୍‌ ଆରମ୍ଭ କରିଛନ୍ତି। https://twitter.com/karanjohar/status/1116226722930642944 କିନ୍ତୁ ପୋଷ୍ଟର ଦେଖି ସୋଶାଲ୍‌ ମିଡିଆ ବ୍ୟବହାରକାରୀ ତାରା […]

ଅଦ୍ୟତନ ହୋଇଛି
ସାମ୍ନାକୁ ଆସିଲା “ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌-୨’ର ନୂଆ ପୋଷ୍ଟର, ଟ୍ରଲ୍‌ ହେଲେ ତାରା

s112

Advertisment

ମୁମ୍ବାଇ: ବଲିଉଡ୍‌ ଫିଲ୍ମ “ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌-୨”ର  ଆଉ ଏକ ପୋଷ୍ଟର ଆସିଛି। ଏଥିରେ ଅଭିନେତ୍ରୀ ତାରା ସୁତାରିଆଙ୍କୁ  ଗ୍ଲାମରସ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ତେବେ ତାରାଙ୍କ ଲୁକ୍‌ ଏହାର ପାର୍ଟ -୧ରେ ଥିବା ଅନନ୍ୟା ପାଣ୍ଡେଙ୍କ ଚରିତ୍ରଙ୍କ କଥା ମନେ ପକାଇଦେଉଛି। ପୋଷ୍ଟର୍‌କୁ କରନ୍‌ ଜୋହର୍‌ ସୋଶାଲ୍‌ ମିଡିଆରେ ସେୟାର କରିଛନ୍ତି। ତାରା ଏହି ଫିଲ୍ମରୁ ହିଁ ତାଙ୍କ କ୍ୟାରିୟର୍‌ ଆରମ୍ଭ କରିଛନ୍ତି।
https://twitter.com/karanjohar/status/1116226722930642944

Advertisment

କିନ୍ତୁ ପୋଷ୍ଟର ଦେଖି ସୋଶାଲ୍‌ ମିଡିଆ ବ୍ୟବହାରକାରୀ ତାରା ସୁତାରିଆଙ୍କୁ ବହୁତ ଟ୍ରଲ୍‌ କରିଛନ୍ତି। ଅନେକ ଲୋକ ତାରାଙ୍କ ପୋଷ୍ଟର ଲୁକ୍‌ ଦେଖି ତାଙ୍କୁ ତାରିଫ୍‌ କରିବା ସହ ଅନେକ ତାଙ୍କ ଡ୍ରେସ୍‌କୁ ଟ୍ରଲ୍‌ କରିଛନ୍ତି। ଫ୍ୟାନ୍‌ମାନେ କହିଛନ୍ତି ଯେ,  କେଉଁ କଲେଜରେ ଏପରି ୟୁନିଫର୍ମ ଅଛି, ଜଣାନ୍ତୁ। ଆମ ଦେଶର ଷ୍ଟୁଡେଣ୍ଟମାନେ ଏହିପରି ଡ୍ରେସ୍‌ ପିନ୍ଧନ୍ତି ନାହିଁ।
https://www.instagram.com/p/BwEKN9sn7Hs/?utm_source=ig_web_copy_link

ଆହୁରି ଜଣେ ସୋଶାଲ୍‌ ମିଡିଆ ୟୁଜର୍‌ ଲେଖିଛନ୍ତି ଯେ, ଯଦି ଆପଣ ଏହିପରି ଡ୍ରେସ୍‌ ପିନ୍ଧି କୌଣସି ବି ସ୍କୁଲ୍‌ ଯାଉଛନ୍ତି ତାହାଲେ ଆପଣଙ୍କୁ ସେଠାରୁ ବାହାର କରିଦିଆଯିବ। ଆମକୁ ପୂର୍ବର ସ୍କୁଲ୍‌ ଡ୍ରେସ୍‌ ପସନ୍ଦ ଅଛି। ଏହାର ମାନେ ନୁହେଁ ଯେ, ଆମେ ହଲିଉଡ୍‌ ଫିଲ୍ମକୁ କପି କରିବା। ଯଦି ଏମିତି ହବ ତ ଆମେ ହଲିଉଡ୍‌ ଫିଲ୍ମ ଦେଖିପାରିବୁ। ହିନ୍ଦି ଫିଲ୍ମ ଦେଖୁଛୁ ଯଦି ସେହିଭଳି କାହାଣୀ ଏବଂ ଚରିତ୍ର ମଧ୍ୟ ହେବା ଆବଶ୍ୟକ।
https://www.instagram.com/p/BwEX9mdnkzX/?utm_source=ig_web_copy_link

Advertisment

ଆଉ ଜଣେ ସୋଶାଲ୍‌ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ, କେହି ଏହିଭଳି ଡ୍ରେସ୍‌ ପିନ୍ଧି କୌଣସି ବିଶ୍ୱବିଦ୍ୟାଳୟ କିମ୍ବା କଲେଜକୁ ଯାଆନ୍ତି ନାହିଁ। ଆପଣ ନିଜ ଚାରିପାଖକୁ ଦେଖନ୍ତୁ। ଆମେ ଭାରତରେ ରହୁଛୁ। କୌଣସି କାହାଣୀକୁ ତିଆରି କରିବା ପାଇଁ ଆପଣ ଅକାଳ୍ପନିକ ଜିନିଷ ଯୋଡ଼ନ୍ତୁ ନାହିଁ।
https://www.instagram.com/p/BwG9dZUJZvR/?utm_source=ig_web_copy_link

ଏହାର ଟ୍ରେଲର୍‌ ମଧ୍ୟ ବହୁତ ଶୀଘ୍ର ରିଲିଜ୍‌ ହେବ।
https://www.instagram.com/p/BwGhNNNJ4hz/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe