Advertisment

ତରଙ୍ଗ ଚ୍ୟାନେଲରେ ଖୁବଶୀଘ୍ର ଆସୁଛି ପୌରାଣିକ ଧାରାବାହିକ ‘ଜୟ ମା ଲକ୍ଷ୍ମୀ’

ଭୁବନେଶ୍ୱର:ତରଙ୍ଗ ଚ୍ୟାନେଲରେ ଖୁବଶୀଘ୍ର ଆସୁଛି ପୌରାଣିକ ଧାରାବାହିକ ‘ଜୟ ମା ଲକ୍ଷ୍ମୀ’। ‘ଶ୍ରୀ ଜଗନ୍ନାଥ’ର ଧାରାବାହିକର ଅଦ୍ଭୁତପୂର୍ବ ସଫଳତା ପରେ ଏହା ହେଉଛି ତରଙ୍ଗ ଚ୍ୟାନେଲର ଦ୍ୱିତୀୟ ପୌରାଣିକ ଧାରାବାହିକ। ସଂପୂର୍ଣ୍ଣ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ହୋଇଛି ଏହି ଧାରାବାହିକଟି। ଏଥିରେ ଓଲିଉଡର ଭେଟେରାନ କଳାକାର ମିହିର ଦାସ ସୂତ୍ରଧର ସାଜିଛନ୍ତି। ଶ୍ରୀ ଜଗନ୍ନାଥକୁ ଯେପରି ଦର୍ଶକଙ୍କ ଆଦୃତି ମିଳିଥିଲା ଜୟ ମା ଲକ୍ଷ୍ମୀକୁ ମଧ୍ୟ ସେହିଭଳି ରେସପନ୍ସ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି […]

author-image
Rakesh Mallick
ତରଙ୍ଗ ଚ୍ୟାନେଲରେ ଖୁବଶୀଘ୍ର ଆସୁଛି ପୌରାଣିକ ଧାରାବାହିକ ‘ଜୟ ମା ଲକ୍ଷ୍ମୀ’

jay maa laxmi (1)

jay maa laxmi (1)_Fotor_Collageଭୁବନେଶ୍ୱର:ତରଙ୍ଗ ଚ୍ୟାନେଲରେ ଖୁବଶୀଘ୍ର ଆସୁଛି ପୌରାଣିକ ଧାରାବାହିକ ‘ଜୟ ମା ଲକ୍ଷ୍ମୀ’। ‘ଶ୍ରୀ ଜଗନ୍ନାଥ’ର ଧାରାବାହିକର ଅଦ୍ଭୁତପୂର୍ବ ସଫଳତା ପରେ ଏହା ହେଉଛି ତରଙ୍ଗ ଚ୍ୟାନେଲର ଦ୍ୱିତୀୟ ପୌରାଣିକ ଧାରାବାହିକ। ସଂପୂର୍ଣ୍ଣ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ହୋଇଛି ଏହି ଧାରାବାହିକଟି। ଏଥିରେ ଓଲିଉଡର ଭେଟେରାନ କଳାକାର ମିହିର ଦାସ ସୂତ୍ରଧର ସାଜିଛନ୍ତି। ଶ୍ରୀ ଜଗନ୍ନାଥକୁ ଯେପରି ଦର୍ଶକଙ୍କ ଆଦୃତି ମିଳିଥିଲା ଜୟ ମା ଲକ୍ଷ୍ମୀକୁ ମଧ୍ୟ ସେହିଭଳି ରେସପନ୍ସ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି ଓଲିଉଡର ବରିଷ୍ଠ କଳାକାର  ମିହିର ଦାସ। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ  ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା ତରଙ୍ଗ ଚ୍ୟାନେଲ ଗୁଣାତ୍ମକ କାର୍ଯ୍ୟକ୍ରମ ପରିବେଷଣ କରିଆସିଛି। ଏହା ସହ ଏହି ସିରିଏଲରେ ସ୍ପେଶାଲ ଭିଜୁଆଲ ଇଫେକ୍ଟ ଏବଂ ଉନ୍ନତ କଳା କୌଶଳ ବ୍ୟବହାର କରାଯାଇଛି ବୋଲି ତରଙ୍ଗ ଏଣ୍ଟରଟେନମେଣ୍ଟ ଚ୍ୟାନେଲର କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥୀ କହିଛନ୍ତି। ଏହି ମେଗା ଧାରବାହିକ ପୂର୍ବ ଭଳି ଦର୍ଶକଙ୍କ ହୃଦୟ ଜିତିବ ବୋଲି ଚ୍ୟାନେଲର ପୂରା ୟୁନିଟ ଆଶାବାଦୀ ଅଛି।

Advertisment