Advertisment

ତରଙ୍ଗ ସିନେ ପ୍ରଡକ୍ସନର ତୃତୀୟ ଅବଦାନ ‘ଜଗା ହାତରେ ପଘା’ର ସୁଟିଂ ଆଗେଇ ଚାଲିଛି

ଭୁବନେଶ୍ୱର (ରୋଜାଲିନି ମିଶ୍ର): ହାଇଭୋଲେଟେଜ୍ କ୍ଳାଇମାକ୍ସ ସିନ୍। ନାୟକ ଓ ଖଳନାୟକଙ୍କ ମଧ୍ୟରେ ଟକ୍କର।  ଖଳନାୟକ ମାରୁଛନ୍ତି ନାୟକଙ୍କୁ। ଖଳନାୟକଙ୍କ ମାଡରେ ବେହାଲ ନାୟକ। ରକ୍ତାକ୍ତ ହୋଇଗଲେଣି ନାୟକ ଅନୁଭବ।  କିନ୍ତୁ ପାଶା ପଲଟିଗଲା। ନାୟକ ବି କିଛି କମ ନୁହନ୍ତି।।   ନାୟକ ବି ମାରୁଛନ୍ତି ଖଳନାୟକଙ୍କୁ। କ୍ଳାଇମାକ୍ସ ସିନକୁ ଅଧିକ ଗ୍ଲସି  କରିବା ପାଇଁ ପୁଣି ମାଡ ଖାଇଲେ ନାୟକ ଅନୁଭବ। ବୁଦ୍ଧାଦିତ୍ୟ ଅନୁଭବଙ୍କୁ ଛୁରି ଭୁସି ଦେଲେ। ଅନୁଭବ ପଡିଲେ କାଦୁଅରେ। ଫିଲ୍ମର ଏହି […]

ତରଙ୍ଗ ସିନେ ପ୍ରଡକ୍ସନର ତୃତୀୟ ଅବଦାନ ‘ଜଗା ହାତରେ ପଘା’ର ସୁଟିଂ ଆଗେଇ ଚାଲିଛି

tarangcinema

Advertisment

ଭୁବନେଶ୍ୱର (ରୋଜାଲିନି ମିଶ୍ର): ହାଇଭୋଲେଟେଜ୍ କ୍ଳାଇମାକ୍ସ ସିନ୍। ନାୟକ ଓ ଖଳନାୟକଙ୍କ ମଧ୍ୟରେ ଟକ୍କର।  ଖଳନାୟକ ମାରୁଛନ୍ତି ନାୟକଙ୍କୁ। ଖଳନାୟକଙ୍କ ମାଡରେ ବେହାଲ ନାୟକ। ରକ୍ତାକ୍ତ ହୋଇଗଲେଣି ନାୟକ ଅନୁଭବ।  କିନ୍ତୁ ପାଶା ପଲଟିଗଲା। ନାୟକ ବି କିଛି କମ ନୁହନ୍ତି।।   ନାୟକ ବି ମାରୁଛନ୍ତି ଖଳନାୟକଙ୍କୁ। କ୍ଳାଇମାକ୍ସ ସିନକୁ ଅଧିକ ଗ୍ଲସି  କରିବା ପାଇଁ ପୁଣି ମାଡ ଖାଇଲେ ନାୟକ ଅନୁଭବ। ବୁଦ୍ଧାଦିତ୍ୟ ଅନୁଭବଙ୍କୁ ଛୁରି ଭୁସି ଦେଲେ। ଅନୁଭବ ପଡିଲେ କାଦୁଅରେ। ଫିଲ୍ମର ଏହି ସିନକୁ ଦର୍ଶକ ହଲରେ ଭରପୁର ତାଳି ମାରିବେ। ଆଉ  ସୁଟିଂ ସେଟରେ ବି ସମାନ୍ ହାଲ୍। ମାନେ ସୁଟିଂ ଦେଖିବାକୁ ଆସିଥିବା ଦର୍ଶକମାନେ ଏହି ଦମଦାର ସିନଟିକୁ  ଭରପୁର ଏନଜୟ କରିଥିଲେ ଆଉ ତାଳି ବି ମାରିଥିଲେ। ଜନ୍ନାଥଙ୍କ ଭକ୍ତ ଜଗାଙ୍କୁ ଶାହା କାଳିଆ ଠାକୁର। କାଳିଆଙ୍କ କୃପା ସବୁବେଳେ ଜଗା ଉପରେ। ତରଙ୍ଗ ସିନେ ପ୍ରଡକ୍ସନର ତୃତୀୟ ଅବଦାନ ଫିଲ୍ମ ‘ଜଗା ହାତରେ ପଘା’ର  ମେଜର ଷ୍ଟାରକାଷ୍ଟକୁ ନେଇ ଚାଲିଛି ସୁଟିଂ।

Advertisment

[caption id="attachment_31073" align="aligncenter" width="750"]tarangcinemaଜଗା ହାତରେ ପଘାର ଏକ ସିନରେ ଅନୁଭବ ଓ ବୁଦ୍ଧାଦିତ୍ୟ[/caption]

ନାୟକ ବନିଛନ୍ତି ଖଳନାୟକ। ପ୍ରଥମ କରି  ନେଗେଟିଭ ସେଡରେ ଅଛନ୍ତି ବୁଦ୍ଧାଦିତ୍ୟ।  ନ୍ୟୁ ଏଜର ଭିଲେନ୍। ଷ୍ଟାଇଲିସ୍ ଖଳନାୟକଙ୍କ ଭିଲେନ ଗିରି ରହିଛି ତରଙ୍ଗର ନୁଆ ସିନେମା ଜଗା ହାତରେ ପଘା ଫିଲ୍ମରେ।

Advertisment

ଜଗା ହାତରେ ଅନୁଭବଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି ଝିଲ୍ଲିକ ଏବଂ ଏଲିନା। ମହେଶ୍ୱତା, ମୀନକେତନ, ଏବଂ ଅସିତ ପତିଙ୍କ ଭଳି ବରିଷ୍ଠ କଳାକାରମାନେ ଅଛନ୍ତି ଏହି ସିନେମାରେ। କ୍ଳାଇମାକ୍ସ ସିନକୁ ଅଧିକ କଲରଫୁଲ କରିବା ପାଇଁ ସବୁ ଆଟିଷ୍ଟମାନେ  ତୟାର ହେଉଛନ୍ତି।

[caption id="attachment_31074" align="aligncenter" width="750"]tarangacinema’ଜଗା ହାତରେ ପଘା’ର ସୁଟିଂ ସେଟରେ ମୀନକେତନ ଓ ଏଲିନା[/caption]

ଜଗା ହାତରେ ପଘା ଟାର୍ଗେଟ କରିଛି ଦଶରା ବଜାରକୁ।  ଅନୁଭବଙ୍କୁ ନୂଆ ରୂପରେ ଦେଖିବେ ଦର୍ଶକ। ପୁଣି ସାଥିରେ ଅଛନ୍ତି ବୁଦ୍ଧାଦିତ୍ୟ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୁରଲି କ୍ରିଷ୍ଣା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe