Advertisment

ତରଙ୍ଗ ଚ୍ୟାନେଲରେ ଜୟ ମା’ ଲକ୍ଷ୍ମୀ ଧାରାବାହିକ ପ୍ରସାରଣ ପୂର୍ବରୁ ପାଳିତ ହେଲା ‘ଶ୍ରୀ ଉତ୍ସବ’

ଭୁବନେଶ୍ୱର: ୯ ତାରିଖରୁ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଛି ପୌରାଣିକ ଓଡ଼ିଆ ଧାରାବାହିକ ‘ଜୟ ମା ଲକ୍ଷ୍ମୀ’। ତେବେ ପ୍ରସାରଣ ପୂର୍ବରୁ ପାଳିତ ହୋଇଛି ‘ଶ୍ରୀ ଉତ୍ସବ’। ଏଥିରେ ମା’ ଲକ୍ଷ୍ମୀଙ୍କ ଆଗମନ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା। ଯେଉଁଥିରେ ତରଙ୍ଗ ପରିବାର ସଦସ୍ୟଙ୍କ ସହ ଓଲିଉଡର ଜଣାଶୁଣା କଳାକାରମାନେ ସାମିଲ ହୋଇଥିଲେ। ଓଟିଭି ନେଟୱର୍କର କୋ ଫ।ଉଣ୍ଡର ଜଗିମଙ୍ଗତ ପଣ୍ଡା, ଅଭିନେତ୍ରୀ ଅର୍ଚ୍ଚିତା, ଅଭିନେତା ଅନୁଭବଙ୍କ ସହ ସାମିଲ ହୋଇଛନ୍ତି ଓଲିଉଡ୍ କଳାକାର ଓ ତରଙ୍ଗ […]

ଅଦ୍ୟତନ ହୋଇଛି
ତରଙ୍ଗ ଚ୍ୟାନେଲରେ ଜୟ ମା’ ଲକ୍ଷ୍ମୀ ଧାରାବାହିକ ପ୍ରସାରଣ ପୂର୍ବରୁ ପାଳିତ ହେଲା ‘ଶ୍ରୀ ଉତ୍ସବ’

laxmi

Advertisment

ଭୁବନେଶ୍ୱର: ୯ ତାରିଖରୁ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଛି ପୌରାଣିକ ଓଡ଼ିଆ ଧାରାବାହିକ ‘ଜୟ ମା ଲକ୍ଷ୍ମୀ’। ତେବେ ପ୍ରସାରଣ ପୂର୍ବରୁ ପାଳିତ ହୋଇଛି ‘ଶ୍ରୀ ଉତ୍ସବ’। ଏଥିରେ ମା’ ଲକ୍ଷ୍ମୀଙ୍କ ଆଗମନ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା। ଯେଉଁଥିରେ ତରଙ୍ଗ ପରିବାର ସଦସ୍ୟଙ୍କ ସହ ଓଲିଉଡର ଜଣାଶୁଣା କଳାକାରମାନେ ସାମିଲ ହୋଇଥିଲେ। ଓଟିଭି ନେଟୱର୍କର କୋ ଫ।ଉଣ୍ଡର ଜଗିମଙ୍ଗତ ପଣ୍ଡା, ଅଭିନେତ୍ରୀ ଅର୍ଚ୍ଚିତା, ଅଭିନେତା ଅନୁଭବଙ୍କ ସହ ସାମିଲ ହୋଇଛନ୍ତି ଓଲିଉଡ୍ କଳାକାର ଓ ତରଙ୍ଗ ପରିବାରର ସଦସ୍ୟ। ଶ୍ରୀ ଉତ୍ସବରେ ମା’ ଲକ୍ଷ୍ମୀଙ୍କ ଆଗମନ ପାଇଁ ପୂଜାର୍ଚ୍ଚନା ସହ ଲକ୍ଷ୍ମୀଙ୍କ ସ୍ତୁତିକୁ ନେଇ ନୃତ୍ୟଗୀତ ବି ପରିବେଷଣ କରାଯାଇଥିଲା।

Advertisment

ଓଡ଼ିଶାର ସବୁଠୁ ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ତରଙ୍ଗରେ ସୋମବାରଠାରୁ ଆରମ୍ଭ ହେଉଛି ପୌରାଣିକ ଧାରାବହିକ ଜୟ ମା’ ଲକ୍ଷ୍ମୀ। ସ୍ପେଶାଲ ଭିଜୁଆଲ ଇଫେକ୍ଟ ସୁନ୍ଦର ସେଟ୍ ଡେକରେସନ ସହ ଉନ୍ନତ ଟେକ୍ନୋଲଜିର ବ୍ୟବହାର ସିରିୟଲକୁ ରୁଚିସମ୍ପନ୍ନ କରିଛି।

ପୁରାଣ ବର୍ଣ୍ଣିତ ମୂଳ କାହାଣୀକୁ ନେଇ ଆଧାରିତ ଏହା ହେଉଛି ତରଙ୍ଗ ଚ୍ୟାନେଲର ଦ୍ୱିତୀୟ ପୌରାଣିକ ଧାରାବାହିକ। ପୂର୍ବରୁ ଓଡ଼ିଆ ଟେଲିଭିଜନ ଇତିହାସରେ ପ୍ରଥମଥର ଲାଗି ତରଙ୍ଗ ଚ୍ୟାନେଲରେ ପକ୍ଷରୁ ପ୍ରସ୍ତୁତ ହୋଇଥିବା ‘ଶ୍ରୀ ଜଗନ୍ନାଥ’ ଅଭୂତପୂର୍ବ ସଫଳତା ହାସଲ କରିଥିଲା। ପ୍ରତି ସପ୍ତାହ ସୋମବାରରୁ ଗୁରୁବାର ରାତି ୯ଟା ୩୦ ମିନିଟରେ ପ୍ରସାରଣ ହେବ ଜୟ ମା’ ଲକ୍ଷ୍ମୀ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe