Advertisment

ରହମାନ୍‌ଙ୍କ ଝିଅ ବୁର୍ଖା ପିନ୍ଧିବାକୁ ନେଇ ତସଲିମା ଉଠାଇଲେ ପ୍ରଶ୍ନ, ମିଳିଲା ଏମିତି ଉତ୍ତର

ନୂଆଦିଲ୍ଲୀ: ଲୋକପ୍ରିୟ କଣ୍ଠଶିଳ୍ପୀ ଏ ଆର୍ ରହମାନ୍‌ଙ୍କ ଝିଅ ଖତିଜା ରହମାନ୍‌ଙ୍କୁ ନେଇ ଚର୍ଚ୍ଚା। ଖତିଜାଙ୍କ ବୁର୍ଖା ପିନ୍ଧାକୁ ନେଇ ଲେଖିବା ତସଲିମା ନସରିନ୍‌ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଏ ଆର୍‌ ରହମାନ୍‌ଙ୍କ ଗୀତ ମତେ ବହୁତ ପସନ୍ଦ କିନ୍ତୁ ଯେତେବେଳେ ମୁଁ ତାଙ୍କ ଝିଅ ଖତିଜାଙ୍କୁ ଦେଖେ ମତେ ଅଣନିଃଶ୍ୱାସୀ ଲାଗେ। ପରମ୍ପରାକୁ ନେଇ କେମିତି ଜଣେ ଶିକ୍ଷିତ ଯୁବତୀଙ୍କର ବ୍ରେନ୍‌ ୱାସ୍‌ କରାଯାଏ ସେଇଟା ଦେଖିକି ଦୁଃଖ ଲାଗୁଛି। ତସ୍‌ଲିମାଙ୍କ ଏହି ମନ୍ତବ୍ୟରେ […]

ରହମାନ୍‌ଙ୍କ ଝିଅ ବୁର୍ଖା ପିନ୍ଧିବାକୁ ନେଇ ତସଲିମା ଉଠାଇଲେ ପ୍ରଶ୍ନ, ମିଳିଲା ଏମିତି ଉତ୍ତର

tas

Advertisment

ନୂଆଦିଲ୍ଲୀ: ଲୋକପ୍ରିୟ କଣ୍ଠଶିଳ୍ପୀ ଏ ଆର୍ ରହମାନ୍‌ଙ୍କ ଝିଅ ଖତିଜା ରହମାନ୍‌ଙ୍କୁ ନେଇ ଚର୍ଚ୍ଚା। ଖତିଜାଙ୍କ ବୁର୍ଖା ପିନ୍ଧାକୁ ନେଇ ଲେଖିବା ତସଲିମା ନସରିନ୍‌ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଏ ଆର୍‌ ରହମାନ୍‌ଙ୍କ ଗୀତ ମତେ ବହୁତ ପସନ୍ଦ କିନ୍ତୁ ଯେତେବେଳେ ମୁଁ ତାଙ୍କ ଝିଅ ଖତିଜାଙ୍କୁ ଦେଖେ ମତେ ଅଣନିଃଶ୍ୱାସୀ ଲାଗେ। ପରମ୍ପରାକୁ ନେଇ କେମିତି ଜଣେ ଶିକ୍ଷିତ ଯୁବତୀଙ୍କର ବ୍ରେନ୍‌ ୱାସ୍‌ କରାଯାଏ ସେଇଟା ଦେଖିକି ଦୁଃଖ ଲାଗୁଛି।

Advertisment

ତସ୍‌ଲିମାଙ୍କ ଏହି ମନ୍ତବ୍ୟରେ ଏ ଆର୍‌ ରହମାନ୍‌ ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି,  ମତେ ଲାଗୁଛି ଆମେ ପିଲାମାନଙ୍କୁ ସ୍ୱାଧୀନତା ଦେବା କଥା। ଖତିଜାଙ୍କୁ ମଧ୍ୟ ସେହି ସ୍ୱାଧୀନତା ଦିଆଯାଇଛି। ସେ ତା ନିଜ ଇଚ୍ଛାରେ ବୁର୍ଖା ପିନ୍ଧେ। ଖତିଜା ଏମିତି ଏକ ଝିଅ ଯିଏ ଆମ ମେଡ୍‌ର ପରିବାର ଲୋକ କିଏ ମଲେ ସେ ତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଚାଲିଯାଏ।

https://www.instagram.com/p/B8jzyv4lKTT/?utm_source=ig_web_copy_link

କେବଳ ରହମାନ୍‌ ନୁହନ୍ତି ଖତିଜା ମଧ୍ୟ ତସଲିମାଙ୍କ ଟ୍ୱିଟ୍‌ର ରିପ୍ଲାଏ ଦେଇ କହିଛନ୍ତି, ଦେଶରେ ଏତେ ସମସ୍ୟା ଅଛି କିନ୍ତୁ ଲୋକମାନେ ମହିଳାମାନଙ୍କ ପୋଷାକ ପରିଧାନକୁ ନେଇ ଚିନ୍ତାରେ ଅଛନ୍ତି। ମୁଁ ବାରମ୍ବାର ମୋ ବୁର୍ଖା ପିନ୍ଧାକୁ ନେଇ ପ୍ରଶ୍ନର ଶିକାର ହୁଏ। ମୁଁ ମୋ ଇଚ୍ଛାରେ ବୁର୍ଖା ପିନ୍ଧେ। ମୁଁ ଖୁସି ଅଛି ଯେଉଁମାନେ ମତେ ଏମିତି ଗ୍ରହଣ କରିଛନ୍ତି। ପ୍ରିୟର ତସଲିମା ନସରିନ୍‌, ମୁଁ ଦୁଃଖିତ ଯେ ଆପଣଙ୍କୁ ମୋ ପୋଷାକ ଦେଖି ଅଣନିଃଶ୍ୱାସୀ ଲାଗୁଛି। କିଛି ଫ୍ରେସ୍‌ ଏୟାର ନେଇ ଯାଆନ୍ତୁ । କାରଣ ମତେ ଏମିତି ପୋଷାକ ପିନ୍ଧିବାକୁ ଅସୁବିଧା ହୁଏନି। ଗୁଗଲ୍‌ ଯାଇ ଫେମିନିଜିମ୍‌ର ପ୍ରକୃତ ଅର୍ଥ କ’ଣ ପଢ଼ି ନିଅନ୍ତୁ। ଫେମିନିଜିମ୍‌ ମାନେ ନୁହଁ ଯେ ଜଣେ ମହିଳାକୁ ତଳକୁ ଟାଣିବା ଏବଂ ଅଯଥାରେ ତା ବାପାଙ୍କୁ  ଏଥିରେ ସମ୍ପୃକ୍ତ କରିବା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe