Advertisment

ଅଭିନେତ୍ରୀଙ୍କ ହ୍ୱାଟ୍ସଆପ୍‌ ଆକାଉଣ୍ଚ ହ୍ୟାକ୍‌

ଅନେକ ସମୟରେ ସେଲେବ୍ରିଟିମାନଙ୍କର ସୋଶାଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହେବାର ଖବର ମିଳିଥାଏ। ବଲିଉଡ୍‌ ଓ ଟେଲି ଦୁନିଆର ଅନେକ ବଡ଼ ବଡ଼ ସେଲେବ୍ରଟିଙ୍କର ଆକାଉଣ୍ଟ ହ୍ୟାକ୍‌ ହୋଇସାରିଛି। ଏବେ ଖବର ମିଳିଛି ଯେ ଟେଲି ଅଭିନେତ୍ରୀ ତେଜସ୍ୱୀ ପ୍ରକାଶଙ୍କର ହ୍ୱାଟ୍ସଆପ୍‌ ଆକାଉଣ୍ଚ ହ୍ୟାକ୍‌ ହୋଇଯାଇଛି । https://www.instagram.com/p/B4CGlftgtOl/?utm_source=ig_web_copy_link ତେଜସ୍ୱୀ କହିଛନ୍ତି ଯେ ହ୍ୟାକର୍ ତାଙ୍କ ଆକାଉଣ୍ଟରୁ ସମସ୍ତଙ୍କ ସହ ଚ୍ୟାଟ୍‌ କରୁଛି ଓ ସେମାନଙ୍କୁ ଏକ ଲିଙ୍କ ଶେଆର କରୁଛି। ଏହି ଲିଙ୍କରେ କ୍ଲିକ୍‌ କଲେ […]

ଅଦ୍ୟତନ ହୋଇଛି
ଅଭିନେତ୍ରୀଙ୍କ ହ୍ୱାଟ୍ସଆପ୍‌ ଆକାଉଣ୍ଚ ହ୍ୟାକ୍‌

tejaswi

Advertisment

ଅନେକ ସମୟରେ ସେଲେବ୍ରିଟିମାନଙ୍କର ସୋଶାଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହେବାର ଖବର ମିଳିଥାଏ। ବଲିଉଡ୍‌ ଓ ଟେଲି ଦୁନିଆର ଅନେକ ବଡ଼ ବଡ଼ ସେଲେବ୍ରଟିଙ୍କର ଆକାଉଣ୍ଟ ହ୍ୟାକ୍‌ ହୋଇସାରିଛି। ଏବେ ଖବର ମିଳିଛି ଯେ ଟେଲି ଅଭିନେତ୍ରୀ ତେଜସ୍ୱୀ ପ୍ରକାଶଙ୍କର ହ୍ୱାଟ୍ସଆପ୍‌ ଆକାଉଣ୍ଚ ହ୍ୟାକ୍‌ ହୋଇଯାଇଛି ।

Advertisment

https://www.instagram.com/p/B4CGlftgtOl/?utm_source=ig_web_copy_link

ତେଜସ୍ୱୀ କହିଛନ୍ତି ଯେ ହ୍ୟାକର୍ ତାଙ୍କ ଆକାଉଣ୍ଟରୁ ସମସ୍ତଙ୍କ ସହ ଚ୍ୟାଟ୍‌ କରୁଛି ଓ ସେମାନଙ୍କୁ ଏକ ଲିଙ୍କ ଶେଆର କରୁଛି। ଏହି ଲିଙ୍କରେ କ୍ଲିକ୍‌ କଲେ ଏହା ଏକ କୋଡ୍ ମାଗୁଛି। ଯଦି କେହି ଏହି କୋଡ୍ ପଠାଉଛି ତେବେ ତାକୁ କୌଣସି ଜଣେ ବ୍ୟକ୍ତିଙ୍କର ଅଶ୍ଳୀଳ ଭିଡିଓ କଲ୍‌ ଆସୁଛି। ତେଜସ୍ୱୀ କହିଛନ୍ତି ଯେ ସେ ଶୁଟିଂ ସେଟ୍‌ରେ ଥିବା ସମୟରେ ତାଙ୍କୁ ଏକ ଭିଡିଓ କଲ୍‌ ଆସିଥିଲା। ଆଉ ସେ ଏହାକୁ ରିସିଭ୍ କରିବା ପରେ ଜଣେ ବ୍ୟକ୍ତିଙ୍କୁ ଅଶ୍ଳୀଳ ରୂପରେ ଦେଖିବାକୁ ପାଇଥିଲେ।  ତେବେ ଏନେଇ ସେ ସାଇବର ସେଲ୍‌ ସହ ସମ୍ପର୍କ କରିଥିଲେ। ହେଲେ ସେମାନେ ତେଜସ୍ୱୀଙ୍କୁ ଏ ନେଇ ପୁଲିସ୍‌ରେ ଅଭିଯୋଗ କରିବାକୁ କହିଥିଲେ। ତେଣୁ ତେଜସ୍ୱୀ ଶୀଘ୍ର ଏହା ସମ୍ପର୍କରେ ପୁଲିସ୍‌କୁ ଅବଗତ କରିବେ ବୋଲି କହିଛନ୍ତି।

https://www.instagram.com/p/BkPwtK9Fhhs/?utm_source=ig_web_copy_link

ସୂଚନାଯୋଗ୍ୟ, ତେଜସ୍ୱୀ ସିରିଏଲ୍‌  ‘ସଂସ୍କାର: ଧରୋହର ଆପ୍‌ନୋକି’ରୁ ଟେଲିଭିଜନ୍‌ରେ ଡେବ୍ୟୁ କରିଥିଲେ। ହେଲେ ସିରିଏଲ୍ ‘ସ୍ୱରାଗିନି’ରୁ ସେ ଘରେ ଘରେ ଲୋକପ୍ରିୟତା ପାଇଥିଲେ। ଏହାପରେ ସେ ‘ପେହେରଦାର ପିଆ କି’, ‘କର୍ଣ୍ଣ ସଙ୍ଗୀନି’ ଓ ‘ରିସ୍ତା ଲିଖେଙ୍ଗେ ହମ୍‌’ ପରି ହିଟ୍‌ ସିରିଏଲ୍‌ରେ କାମ କରିଛନ୍ତି। କେବଳ ତେଜସ୍ୱୀ ନୁହନ୍ତି ଆହୁରି ଅନେକ କଳାକାର ଏ ଘଟଣାର ଶିକାର ହୋଇଛନ୍ତି। ନକଟରେ ସିରିଏଲ୍ ‘କର୍ଣ୍ଣ ସଙ୍ଗୀନି’ରେ ତାଙ୍କ କୋ-ଆକ୍ଟର୍ ଅସୀମ୍ ଗୁଲାଟିଙ୍କର ମଧ୍ୟ ହ୍ୱାଟ୍ସଆପ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe