Advertisment

ଆଇନ ଜାଲରେ ଫସିଲେ ଆଲ୍ଲୁ ଅର୍ଜୁନ!

ହାଇଦ୍ରାବାଦ: ଅଡୁଆରେ ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ। ବିଜ୍ଞାପନକୁ ନେଇ ସୃଷ୍ଟି ହୋଇଛି ବିବାଦ। ଆଇନ ଜାଲରେ ଫଶିଲେ ଟଲିଉଡର ଏହି ଷ୍ଟାଇଲିଷ୍ଟ ଷ୍ଟାର। ତେଲେଙ୍ଗାନା ଷ୍ଟେଷ୍ଟ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନକୁ  ପକ୍ଷରୁ ତାଙ୍କୁ ଆଇନଗତ ନୋଟିସ ପଠାଯାଇଛି। TSRTCର କର୍ମଚାରୀ ଏବଂ ଯାତ୍ରୀଙ୍କୁ ସେ ଅପନାତିକ କରିଥିବା ଅଭିଯୋଗ ହୋଇଛି। ନିକଟରେ ଆଲ୍ଲୁ ଅର୍ଜୁନ ଏକ ଆପ୍‌ର ବିଜ୍ଞାପନ କରିଥିଲେ। ୟଟ୍ୟୁବରେ ଏହି ବିଜ୍ଞାପନ ଗତ କିଛି ଦିନ ତଳେ ପ୍ରସାରିତ ହୋଇଛି। ଏହି ବିଜ୍ଞାପନରେ […]

ଅଦ୍ୟତନ ହୋଇଛି
ଆଇନ ଜାଲରେ ଫସିଲେ ଆଲ୍ଲୁ ଅର୍ଜୁନ!

Allu Arjun

Advertisment

ହାଇଦ୍ରାବାଦ: ଅଡୁଆରେ ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ। ବିଜ୍ଞାପନକୁ ନେଇ ସୃଷ୍ଟି ହୋଇଛି ବିବାଦ। ଆଇନ ଜାଲରେ ଫଶିଲେ ଟଲିଉଡର ଏହି ଷ୍ଟାଇଲିଷ୍ଟ ଷ୍ଟାର। ତେଲେଙ୍ଗାନା ଷ୍ଟେଷ୍ଟ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନକୁ  ପକ୍ଷରୁ ତାଙ୍କୁ ଆଇନଗତ ନୋଟିସ ପଠାଯାଇଛି। TSRTCର କର୍ମଚାରୀ ଏବଂ ଯାତ୍ରୀଙ୍କୁ ସେ ଅପନାତିକ କରିଥିବା ଅଭିଯୋଗ ହୋଇଛି।

Advertisment

ନିକଟରେ ଆଲ୍ଲୁ ଅର୍ଜୁନ ଏକ ଆପ୍‌ର ବିଜ୍ଞାପନ କରିଥିଲେ। ୟଟ୍ୟୁବରେ ଏହି ବିଜ୍ଞାପନ ଗତ କିଛି ଦିନ ତଳେ ପ୍ରସାରିତ ହୋଇଛି। ଏହି ବିଜ୍ଞାପନରେ ଆଲ୍ଲୁ ଜଣେ ଦୋସା ବିକଳି ଚରିତ୍ରରେ ନଜର ଆସିଛନ୍ତି। ସେ ଜଣେ ଗ୍ରାହକଙ୍କୁ ରାଜ୍ୟର ବସ୍‌ଗୁଡିକ ଠିକଣା ସ୍ଥାନରେ ପହଞ୍ଚାଇବା ପାଇଁ ଅଧିକ ସମୟ ନିଅନ୍ତି। ଆପଣ ଆପ୍‌ ଜରିଆରେ ବାଇକରେ ବସି ଖୁବ୍‌ଶୀଘ୍ର ଓ ସଫଳତାର ସହ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। ଏଥିସହ ବସ୍‌ ଭିଡରୁ ରକ୍ଷା ମଧ୍ୟ ପାଇପାରିବେ ବୋଲି କହୁଥିବା ଦେଖିବାକୁ ମିଳିଛି।

ଏହି ବିଜ୍ଞାପନରେ ଆଲ୍ଲୁ ଅର୍ଜୁନ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ବିରବସାରାମ ମାର୍ଗରେ ଠିଆ ହୋଇ ଆନ୍ଧ୍ରପ୍ରଦେଶର ସରକାରୀ ବସ୍‌ ଆଡକୁ ଇସାରା କରିଥିବା ମଧ୍ୟ ନଜର ଆସିଛନ୍ତି। ଏହାକୁ ନେଇ ବିବାଦ ଉପୁଜିଛି।

Advertisment

ଟିଏସ୍‌ଆର୍‌ଟିସି ମୁଖ୍ୟ ବି ସି ସଜ୍ଜନର ଆଲ୍ଲୁ ଅର୍ଜୁନଙ୍କ ଏହି ବିଜ୍ଞାପନକୁ ବିରୋଧ କରିଛନ୍ତି। ଆର୍‌ଟିସି ବସ୍‌ରେ ଯାଉଥିବା ଯାତ୍ରୀ ଏବଂ କର୍ମଚାରୀ ଏହି ବିଜ୍ଞାପନକୁ ପସନ୍ଦ କରିନାହାନ୍ତି। ଟିଏସ୍‌ଆର୍‌ଟିସିକୁ ଏହା ଅପମାନିତ କରିଛି। ତେଣୁ ଟିଏସ୍‌ଆର୍‌ଟିସିର ମ୍ୟାନେଜମେଣ୍ଟ, ଯାତ୍ରୀ ଏବଂ ଏହାର ପୂର୍ବତନ କର୍ମଚାରୀମାନେ ଏଭଳି ଅପମାନକୁ ବରଦାଶ କରିବେ ନାହିଁ ବୋଲି ବି ସି ସଜ୍ଜନର କହିଛନ୍ତି। ଆଲ୍ଲୁ ଅର୍ଜୁନଙ୍କୁ ଏଥିପାଇଁ ଆଇନଗତ ନୋଟିସ ପଠାଯାଇଛି।

TSRTC ସାଧାରଣ ଲୋକଙ୍କ ସେବା ପାଇଁ ଅଟେ। ଅଭିନେତାମାନେ ସେହି ବିଜ୍ଞାପନଗୁଡିକୁ ପ୍ରୋତ୍ସାହିତ କରିବା ଉଚିତ ଯାହା ସାଧାରଣ ପରିବହନର ଉନ୍ନତି ପାଇଁ ଅଟେ ଏବଂ ଯାହା ଦ୍ୱାରା ଆମର ସାଇଟ୍ ପରିଷ୍କାର ରହିବ ବୋଲି ସେ କହିଛନ୍ତି। ବି ସି ସାଜ୍ଜନାର ପୂର୍ବରୁ ସାଇବରବାଦ ପୁଲିସ କମିଶନର ଥିଲେ। ଏହା ପରେ ତାଙ୍କୁ TSRTCର MD ଦାୟିତ୍ୱ ଦିଆଯାଇଛି।

TSRTC to send legal notice to Allu Arjun - TeluguBulletin.com

Andhra Pradesh Tollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe