Advertisment

ଆସିବ ‘ୟେ ହୈ ମୋହବତେଁ’ର ପାର୍ଟ ୨

ମୁମ୍ବାଇ:  ଟିଭି ଶୋ’ ‘ୟେ ହୈ ମୋହବତେଁ’ରେ ଏବେ ନୂଆ ଟର୍ଣ୍ଣ ଓ ଟ୍ୱିଷ୍ଟ୍‌ ଦେଖିବାକୁ ମିଳୁଛି। ଶୋ’ରେ ଏବେ ଆଲିଆ ଓ ରୁହିଙ୍କ ବାହାଘରକୁ ନେଇ ହୋଇଥିବା ଷଡ଼ଯନ୍ତ୍ର ବିଷୟରେ ଜଣା ପଡ଼ିଯାଇଛି। ଏହା ପରେ ସେମାନଙ୍କୁ ସେମାନଙ୍କ ହକ୍‌ ଦେବା ପାଇଁ ଆଲିଆ ଓ ରୁହିଙ୍କ ମା’ ଏକ ନୂଆ ଯୋଜନା କରୁଛନ୍ତି। ଏହି ସବୁ ଡ୍ରାମା ଭିତରେ ଏବେ ଖବର ଆସୁଛି ଯେ ଶୋ’ ଖୁବ୍‌ଶୀଘ୍ର ବନ୍ଦ ହୋଇପାରେ। ରିପୋର୍ଟ ମୁତାବକ, ଏହି […]

ଅଦ୍ୟତନ ହୋଇଛି
ଆସିବ ‘ୟେ ହୈ ମୋହବତେଁ’ର ପାର୍ଟ ୨

yy

Advertisment

ମୁମ୍ବାଇ:  ଟିଭି ଶୋ’ ‘ୟେ ହୈ ମୋହବତେଁ’ରେ ଏବେ ନୂଆ ଟର୍ଣ୍ଣ ଓ ଟ୍ୱିଷ୍ଟ୍‌ ଦେଖିବାକୁ ମିଳୁଛି। ଶୋ’ରେ ଏବେ ଆଲିଆ ଓ ରୁହିଙ୍କ ବାହାଘରକୁ ନେଇ ହୋଇଥିବା ଷଡ଼ଯନ୍ତ୍ର ବିଷୟରେ ଜଣା ପଡ଼ିଯାଇଛି। ଏହା ପରେ ସେମାନଙ୍କୁ ସେମାନଙ୍କ ହକ୍‌ ଦେବା ପାଇଁ ଆଲିଆ ଓ ରୁହିଙ୍କ ମା’ ଏକ ନୂଆ ଯୋଜନା କରୁଛନ୍ତି। ଏହି ସବୁ ଡ୍ରାମା ଭିତରେ ଏବେ ଖବର ଆସୁଛି ଯେ ଶୋ’ ଖୁବ୍‌ଶୀଘ୍ର ବନ୍ଦ ହୋଇପାରେ।

Advertisment

ରିପୋର୍ଟ ମୁତାବକ, ଏହି ଶୋ’ ଆସନ୍ତା ବର୍ଷ ଜାନୁଆରୀ ମାସରେ ବନ୍ଦ ହୋଇଯିବ। ଏକଥା ଶୁଣିବା ପରେ ‘ୟେ ହୈ ମୋହବତେଁ’ର ଫ୍ୟାନ୍‌ମାନେ ନିରାଶ ହୋଇଯିବେଣି। କିନ୍ତୁ ଏଥିରେ ନିରାଶ ହେବାରେ କିଛି ନାହିଁ। ଫ୍ୟାନ୍‌ମାନଙ୍କ ପାଇଁ ଆଉ ଏକ  ଖୁସି ଖବର ବି ଅଛି।

ରିପୋର୍ଟ ମୁତାବକ,  ଏହି ଧାରବାହିକର ନୂଆ ସିଜିନ୍‌ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି।  ଏଥିପାଇଁ କଥାବାର୍ତ୍ତା ଚାଲିଛି। ନୂଆ କାହାଣୀ ସହ ଏହି ଶୋ’ ପୂରା ଧମାକେଦାର କମ୍‌ ବ୍ୟାକ୍‌ କରିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe