Advertisment

ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଅଭିନେତା ଶିବିନ ନାରଙ୍ଗ ଗୁରୁତର ଆହତ ହୋଇଛନ୍ତି। ଗତ ରବିବାର ସନ୍ଧ୍ୟାରେ ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଆନ୍ଧେରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିବିନଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶିବିନ ହଠାତ୍ ତାଙ୍କ ଘରେ ଥିବା ଗ୍ଲାସ୍ ଟେବୁଲ ଉପରେ ପଡ଼ିଯାଇଥିଲେ। ଫଳରେ କାଚ ଟେବୁଲ ଭାଙ୍ଗି ଯାଇଥିଲା।  ଯାହାଦ୍ୱାରା ଶିବିନଙ୍କୁ ଗଭୀର ଆଘାତ ଲାଗିଥିଲା ଓ ତାଙ୍କର ଅନେକ ରକ୍ତ ବାହାରି ଯାଇଥିଲା। ତୁରନ୍ତ […]

ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା

SIVIN

Advertisment

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଅଭିନେତା ଶିବିନ ନାରଙ୍ଗ ଗୁରୁତର ଆହତ ହୋଇଛନ୍ତି। ଗତ ରବିବାର ସନ୍ଧ୍ୟାରେ ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଆନ୍ଧେରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିବିନଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ଶିବିନ ହଠାତ୍ ତାଙ୍କ ଘରେ ଥିବା ଗ୍ଲାସ୍ ଟେବୁଲ ଉପରେ ପଡ଼ିଯାଇଥିଲେ। ଫଳରେ କାଚ ଟେବୁଲ ଭାଙ୍ଗି ଯାଇଥିଲା।  ଯାହାଦ୍ୱାରା ଶିବିନଙ୍କୁ ଗଭୀର ଆଘାତ ଲାଗିଥିଲା ଓ ତାଙ୍କର ଅନେକ ରକ୍ତ ବାହାରି ଯାଇଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଆଘାତ ବର୍ତ୍ତମାନ ବହୁତ ଗଭୀର ରହିଛି, ଯାହାର ସମ୍ପୂର୍ଣ୍ଣ ଯାଞ୍ଚ କରାଯିବା ପରେ ହିଁ ସେ ଘରକୁ ଯାଇପାରିବେ।

https://www.instagram.com/p/B-G8QgpDjz0/?utm_source=ig_web_copy_link

ତଥାପି, ଶିବିନଙ୍କ ସ୍ୱସ୍ଥ୍ୟାବସ୍ଥା ଏବେ ପୂର୍ବ ଅପେକ୍ଷା  ବହୁତ ଭଲ ଅଛି।  ଡାକ୍ତରଖାନାରେ ସାମାଜିକ ଦୂରତା ହେତୁ ଶିବିନଙ୍କ ପିତାମାତାଙ୍କୁ ମଧ୍ୟ ସେମାନଙ୍କୁ ଭେଟିବାକୁ ଦିଆଯାଉ ନାହିଁ। ତେବେ ଗତ ୫ ମାସ ମଧ୍ୟରେ ଶିବିନ ନାରଙ୍ଗଙ୍କ ସହିତ ଏହା ଦ୍ୱିତୀୟ ଦୁର୍ଘଟଣା। ପୂର୍ବରୁ ଜାନୁଆରୀ ୨୦ରେ ଶିବିନଙ୍କୁ ହେୟାର ଲାଇନ୍ ଭାଙ୍ଗିବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment

ଶିବିନ ନାରଙ୍ଗ ଟଟେଲିଭିଜର ଜଣେ ଲୋକପ୍ରିୟ କଳାକାର। ସେ ୨୦୧୨ରେ ଏମ୍ ଟିଭିରେ ପ୍ରସାରିତ ଶୋ’ ‘ସୁଭ୍ରିନ୍ ଗୁଗଲ୍’ରୁ ଡେବ୍ୟୁ କରିଥିଲେ। ହେଲେ ସିରିଏଲ ‘ଭୀର୍ କେ ଅରଦାସ୍ ଭୀରା’ରୁ ସେ ଘରେ ଘରେ ପରିଚିତ ହୋଇଥିଲେ। ଏହାପରେ ସେ ଅନେକ ଧାରାବାହିକରେ କାମ କରିଛନ୍ତି। ବର୍ତ୍ତମାନ ସେ ଟେଲିଭିଜନର ହିଟ୍ ଶୋ’ ‘ବେହଦ୍ ୨’ରେ ଲିଡ୍ ରୋଲ୍ ରେ ଅଭିନୟ କରୁଛନ୍ତି। ଏହା ବ୍ୟତୀତ ଶିବିନ ରିୟାଲିଟି ଶୋ’ ‘ଖତରୋଁ କେ ଖିଲାଡ଼ି ୧୦’ରେ ମଧ୍ୟ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe