Advertisment

ଫସିଯିବେ କି ଉର୍ଫି? ମାମଲା ରୁଜୁ

ମୁମ୍ବାଇ: ଉର୍ଫି ଜାବେଦ। ସେ ନିଜ କାମଠାରୁ ଅଧିକା ନିଜ ଡ୍ରେସିଂ ସେନ୍ସକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି। ନିଜ ଡ୍ରେସ୍‌କୁ ନେଇ ସେ ଅନେକଥର ଟ୍ରୋଲ୍‌ର ଶିକାର ମଧ୍ୟ ହୋଇସାରିଛନ୍ତି। କିନ୍ତୁ ତାଙ୍କୁ କୌଣସି ଫରକ ପଡିନି। ଏବେ କିନ୍ତୁ ସେ ଏବେ ଏକ ନୂଆ ଅଡୁଆରେ ପଡିପାରନ୍ତି। ତାଙ୍କ ବିରୋଧରେ ମୁମ୍ବାଇର ଅନ୍ଧେରୀ ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଆଇନଜୀବୀ ଅଲି କାଶିଫ ଖାନ୍ ଦେଶମୁଖ ଶୁକ୍ରବାର ଉର୍ଫିଙ୍କ ନାଁରେ ଥାନାରେ ଲିଖିତ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଫସିଯିବେ କି ଉର୍ଫି? ମାମଲା ରୁଜୁ

Urfi Javed

ମୁମ୍ବାଇ: ଉର୍ଫି ଜାବେଦ। ସେ ନିଜ କାମଠାରୁ ଅଧିକା ନିଜ ଡ୍ରେସିଂ ସେନ୍ସକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି। ନିଜ ଡ୍ରେସ୍‌କୁ ନେଇ ସେ ଅନେକଥର ଟ୍ରୋଲ୍‌ର ଶିକାର ମଧ୍ୟ ହୋଇସାରିଛନ୍ତି। କିନ୍ତୁ ତାଙ୍କୁ କୌଣସି ଫରକ ପଡିନି। ଏବେ କିନ୍ତୁ ସେ ଏବେ ଏକ ନୂଆ ଅଡୁଆରେ ପଡିପାରନ୍ତି। ତାଙ୍କ ବିରୋଧରେ ମୁମ୍ବାଇର ଅନ୍ଧେରୀ ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି।

Advertisment

Urfi Javed Viral Video: 'Theek kapde pehno life main thoda kuch theek ho': Urfi Javed steps out in a golden net cloth skirt, gets brutally humiliated

ଆଇନଜୀବୀ ଅଲି କାଶିଫ ଖାନ୍ ଦେଶମୁଖ ଶୁକ୍ରବାର ଉର୍ଫିଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉର୍ଫି ଅବୈଧ ଓ ଅଶ୍ଳୀଳତାର ପ୍ରଚାର ପ୍ରସାର କରୁଥିବା ସେ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏନେଇ ପୁଲିସ ସୂଚନା ଦେଇଛି।

Urfi Javed In Sheer Bronze Sequin Dress Sparkles Brighter Than A Galaxy Full Of Stars Like JDJ10

ଉର୍ଫି ନିଜ ଡ୍ରେସିଂ ସେନ୍ସକୁ ନେଇ ଅନେକ ଥର ଟ୍ରୋଲ ହୋଇସାରିଛନ୍ତି। ଫେମସ ରାଇଟର୍ ଚେତନ ଭଗତ ଉର୍ଫି ଯୁବପିଢ଼ିଙ୍କୁ ଉସ୍‌କାଉଥିବା ନେଇ ଅଭିଯୋଗ ଆଣିଥିଲେ। ଏହା ପରେ ଅନେକ ଲୋକ ଉର୍ଫିଙ୍କ ସମର୍ଥନରେ ଆସିଥିବାବେଳେ ଆଉ କିଛି ଲୋକ ଉର୍ଫିଙ୍କ ପୋଷାକକୁ ନେଇ ତାଙ୍କୁ ଟାର୍ଗେଟ୍ କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ ଯେ, ଉର୍ଫି ବେଶ୍ ବୋଲ୍ଡ ଆଉ ହଟ୍ ପୋଷାକ ପିନ୍ଧନ୍ତି। ସେ ନିଜର ବିନ୍ଦାସ ଓ ରୋକଠୋକ ମତ ପାଇଁ ମଧ୍ୟ ପରିଚିତ। କ୍ୟାମେରା ସାମ୍ନାରେ ଉର୍ଫି କିଛି ବି ପିନ୍ଧି ଆସିଯାଆନ୍ତି। କିନ୍ତୁ ଯଦି କେହି ତାଙ୍କୁ କମେଣ୍ଟ କରନ୍ତି ତେବେ ସେ ତା’ର ଉଚିତ ଜବାବ ଦେବାକୁ ମଧ୍ୟ ପଛାନ୍ତି ନାହିଁ।