Advertisment

ଆଉ ନାହାନ୍ତି ଅଭିନେତା ଆଶିଷ ରୟ

ମୁମ୍ବାଇ: ଟିଭି ଦୁନିଆର ଜଣାଶୁଣା ଅଭିନେତା ଆଶିଷ ରୟଙ୍କର ପରଲୋକ ହୋଇଛି। ଆଶିଷଙ୍କର କିଡନୀ ଜନିତ ସମସ୍ୟା ଥିଲା। ଯେଉଁକାରଣରୁ ଦୀର୍ଘ ୬ମାସ ଧରି ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ତେବେ ମଙ୍ଗଳବାର ଭୋର୍ ୪ଟାରେ ଆଶିଷ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଶିଷଙ୍କ ଦେହାନ୍ତ ନେଇ ତାଙ୍କ ବନ୍ଧୁ ସୂରଜ ଥାପର ସୂଚନା ଦେଇଛନ୍ତି। ଆଶିଷଙ୍କ ପରଲୋକରେ ବଲିଉଡ୍ ଅଭିନେତା ମନୋଜ ବାଜପେୟୀ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ମନୋଜ ଟୁଇଟ୍ କରିଛନ୍ତି, ଆଶିଷ […]

ଅଦ୍ୟତନ ହୋଇଛି
ଆଉ ନାହାନ୍ତି ଅଭିନେତା ଆଶିଷ ରୟ

ASISH

Advertisment

ମୁମ୍ବାଇ: ଟିଭି ଦୁନିଆର ଜଣାଶୁଣା ଅଭିନେତା ଆଶିଷ ରୟଙ୍କର ପରଲୋକ ହୋଇଛି। ଆଶିଷଙ୍କର କିଡନୀ ଜନିତ ସମସ୍ୟା ଥିଲା। ଯେଉଁକାରଣରୁ ଦୀର୍ଘ ୬ମାସ ଧରି ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ତେବେ ମଙ୍ଗଳବାର ଭୋର୍ ୪ଟାରେ ଆଶିଷ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଶିଷଙ୍କ ଦେହାନ୍ତ ନେଇ ତାଙ୍କ ବନ୍ଧୁ ସୂରଜ ଥାପର ସୂଚନା ଦେଇଛନ୍ତି।

Advertisment

ଆଶିଷଙ୍କ ପରଲୋକରେ ବଲିଉଡ୍ ଅଭିନେତା ମନୋଜ ବାଜପେୟୀ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ମନୋଜ ଟୁଇଟ୍ କରିଛନ୍ତି, ଆଶିଷ ତୁମେ ଆମ ସମସ୍ତଙ୍କୁ ବହୁତ ଜଲଦି ଚାଲିଗଲ। ଭଗବାନ ତୁମ ଆତ୍ମାକୁ ସଦଗତି ଦିଅନ୍ତୁ।

ମେ' ମାସରେ ଆଶିଷ ଫେସବୁକରେ ଏକ ପୋଷ୍ଟ କରି କହିଥିଲେ ଯେ ସେ ଆଇସିୟୁରେ ଅଛନ୍ତି ଏବଂ ଏଥିପାଇଁ ଆର୍ଥିକ ସହାୟତା ଦରକାର। ସେହିପରି ଫିଲ୍ମନିର୍ମାତା ହଂସଲ ମେହେଟ୍ଟା ମଧ୍ୟ ଟୁଇଟ୍ କରି ଆଶିଷଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ନେଇ ସୂଚନା ଦେଇଥିଲେ।

Advertisment

ସୂଚନାଯୋଗ୍ୟ, 'ସସୁରାଲ୍ ସିମର କା' ସିରିୟଲରେ ଆଶିଷଙ୍କ ଅଭିନୟକୁ ଖୁବ୍ ପ୍ରଶଂସା ମିଳିଥିଲା। ଏହାବ୍ୟତୀତ ସେ 'ବନେଗୀ ଅପନୀ ବାତ୍', କୁଛ ରଙ୍ଗ ପ୍ୟାର୍ କେ' ଐସେ ଭି' ଜିନ୍ନି ଓ ଜୁଜୁ ଏବଂ ରିମିକ୍ସ ଭଳି ସିରିୟଲ୍ ଜରିଆରେ ଦର୍ଶକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଆଶିଷ ମଧ୍ୟ ହଲିଉଡର ସୁପରହିଟ୍ ଫିଲ୍ମ 'ଜୋକର'ର ହିନ୍ଦି ଭର୍ସନ୍ ପାଇଁ ନିଜର ସ୍ୱର ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe