Advertisment

ବାପା ହେଲେ ଶାହିର, ଘରକୁ ଆସିଲେ କୁନି ସଦସ୍ୟ

ମୁମ୍ବାଇ: ଟେଲିଭିଜନର ହ୍ୟାଣ୍ଡସମ୍‌ ହଙ୍କ ଶାହିର ଶେଖ୍‌ଙ୍କ ଘରକୁ ଆସିଲେ ନୂଆ ଅତିଥି। ବାପା ହେଲେ ପବିତ୍ର ରିସ୍ତା-୨ ଫେମ୍‌ ଅଭିନେତା।  ତାଙ୍କ ପତ୍ନୀ ରୁଚିକା କପୁର ଶୁକ୍ରବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସିଖବର ସାମ୍ନାକୁ ଆସିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଶାହିର କିନ୍ତୁ ଅଫିସିଆଲି ରୂପେ ଏହି ଗୁଡ୍‌ନ୍ୟୁଜ୍‌ର ଘୋଷଣା କରିନାହାନ୍ତି। ବଲିଉଡ ଲାଇଫର ରିପୋର୍ଟ ମୁତାବକ, ଗତ ମାସରେ ଶାହିର ପତ୍ନୀ ରୁଚିକାଙ୍କ ବେବି […]

ଅଦ୍ୟତନ ହୋଇଛି
ବାପା ହେଲେ ଶାହିର, ଘରକୁ ଆସିଲେ କୁନି ସଦସ୍ୟ

Shaheer

Advertisment

ମୁମ୍ବାଇ: ଟେଲିଭିଜନର ହ୍ୟାଣ୍ଡସମ୍‌ ହଙ୍କ ଶାହିର ଶେଖ୍‌ଙ୍କ ଘରକୁ ଆସିଲେ ନୂଆ ଅତିଥି। ବାପା ହେଲେ ପବିତ୍ର ରିସ୍ତା-୨ ଫେମ୍‌ ଅଭିନେତା।  ତାଙ୍କ ପତ୍ନୀ ରୁଚିକା କପୁର ଶୁକ୍ରବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସିଖବର ସାମ୍ନାକୁ ଆସିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଶାହିର କିନ୍ତୁ ଅଫିସିଆଲି ରୂପେ ଏହି ଗୁଡ୍‌ନ୍ୟୁଜ୍‌ର ଘୋଷଣା କରିନାହାନ୍ତି।

Advertisment

ବଲିଉଡ ଲାଇଫର ରିପୋର୍ଟ ମୁତାବକ, ଗତ ମାସରେ ଶାହିର ପତ୍ନୀ ରୁଚିକାଙ୍କ ବେବି ସାୱାର ହୋଷ୍ଟ କରିଥିଲେ। ଏହି ସମାରୋହରେ ଶାହିର ଏବଂ ରୁଚିକାଙ୍କ କେବଳ ନିକଟ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁବାନ୍ଧବ ହିଁ ସାମିଲ ହୋଇଥିଲେ। ଏହି ଇଭେଣ୍ଟର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା।

[caption id="attachment_674774" align="aligncenter" width="650"]Shaheer and ruchika ଶାହିର ଏବଂ ତାଙ୍କ ପତ୍ନୀ ରୁଚିକା କପୁର[/caption]

Advertisment

ଗତବର୍ଷ ନଭେମ୍ବରରେ ଶାହିର ଏବଂ ରୁଚିକା ବିବାହ କରିଥିଲେ। ସିକ୍ରେଟ୍‌ ରୂପେ ଉଭୟଙ୍କ କୋର୍ଟ ମ୍ୟାରେଜ୍‌ ହୋଇଥିଲା। ରୁଚିକା କପୁର ବାଲାଜୀ ମୋଶନ୍‌ ପିକ୍‌ଚର ଲିମିଟେଡର ସିନିଅର ଭାଇସ୍‌ ପ୍ରେସିଡେଣ୍ଟ ଅଛନ୍ତି ଏବଂ କ୍ରିଏଟିଭ୍‌ ପ୍ରଡ୍ୟୁସର ଦାୟିତ୍ୱରେ ମଧ୍ୟ ସେ ଅଛନ୍ତି। ସେପଟେ ଶାହିର ମଧ୍ୟ ଟେଲିଭିଜନ ଦୁନିଆରେ ବେଶ୍‌ ପପୁଲାର।  ନିକଟରେ ସେ ଲୋକପ୍ରିୟ ଟିଭି ଧାରାବାହିକ ପବିତ୍ର ରିସ୍ତାର ସିକ୍ୱେଲ ପବିତ୍ର ରିସ୍ତା-୨ରେ ନଜର ଆସିଛନ୍ତି। ଏଥିରେ ତାଙ୍କୁ ମାନବ ଚରିତ୍ରରେ ଦେଖିବାକୁ ମିଳିବ। ତାଙ୍କ ଅପୋଜିଟ୍‌ରେ ଅଙ୍କିତା ଲୋଖଣ୍ଡେ ଲିଡ୍‌ ରୋଲରେ ଅଛନ୍ତି। ଆସନ୍ତା ୧୫ ତାରିଖରେ ଏହି ସିରିଏଲ୍‌ର ପ୍ରିମିୟର ଜି-୫ ଓଟିଟି ପ୍ଲାଟଫର୍ମରେ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe