Advertisment

`ଅନୁପମା'ଙ୍କ ଶାଶୁ-ବୋହୂଙ୍କୁ କରୋନା

ମୁମ୍ବାଇ: ଚାରିଆଡେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଦ୍ରୁତଗତିରେ ମାଡି ଚାଲିଛି ମହାମାରୀ। ଏଥିରୁ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରି ମଧ୍ୟ ବାଦ୍‌ ପଡିନି। ବହୁ ଚର୍ଚ୍ଚିତ ଟିଭି ସିରିଏଲ୍‌ `ଅନୁପମା’ ଉପରେ ଏବେ କରୋନା ଚଡକ ପଡିଛି। ଏହି ଶୋ’ର ଆଉ ଦୁଇ ଜଣ ଲିଡ୍‌ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। `ଅନୁପମା’ଙ୍କ ଶାଶୁ ତଥା ଅଭିନେତ୍ରୀ ଅଳ୍ପନା ବୁଚ୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି `ଅନୁପମା’ଙ୍କ […]

author-image
Madhupriya Mistry
ଅଦ୍ୟତନ ହୋଇଛି
`ଅନୁପମା'ଙ୍କ ଶାଶୁ-ବୋହୂଙ୍କୁ କରୋନା

Alpana buch and Nidhi shah

ମୁମ୍ବାଇ: ଚାରିଆଡେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଦ୍ରୁତଗତିରେ ମାଡି ଚାଲିଛି ମହାମାରୀ। ଏଥିରୁ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରି ମଧ୍ୟ ବାଦ୍‌ ପଡିନି। ବହୁ ଚର୍ଚ୍ଚିତ ଟିଭି ସିରିଏଲ୍‌ `ଅନୁପମା' ଉପରେ ଏବେ କରୋନା ଚଡକ ପଡିଛି। ଏହି ଶୋ'ର ଆଉ ଦୁଇ ଜଣ ଲିଡ୍‌ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି।

Advertisment

`ଅନୁପମା'ଙ୍କ ଶାଶୁ ତଥା ଅଭିନେତ୍ରୀ ଅଳ୍ପନା ବୁଚ୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି `ଅନୁପମା'ଙ୍କ ବହୂ କିଞ୍ଜଲ ଓରଫ୍‌ ନିଧି ଶାହ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଉଭୟ ନିଜ ନିଜ ଇନ୍‌ଷ୍ଟାଗ୍ରମରେ ଫଟୋ ସେଆର କରି ସୂଚନା ଦେଇଛନ୍ତି।

ଅଳ୍ପନା ଲେଖିଛନ୍ତି, ``ପିଲାଟି ଦିନୁ ଆମ ପରିବାର ଲୋକେ ଗୁରୁଜନ ସମସ୍ତେ ଆମକୁ ପଜିଟିଭ ରହିବା ପାଇଁ ଶିଖାଇଛନ୍ତି। ଏବେ ଶେଷରେ ମୁଁ ପଜିଟିଭ ହୋଇଯାଇଛି।'' ଅଳ୍ପନା କରୋନା ପଜିଟିଭ ଚିହ୍ନଟ ହେବା ପରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସମସ୍ତ ନିୟମ ମାନି ଡାକ୍ତରଙ୍କ ପରାମର୍ଶରେ ଔଷଧ ନେଉଛନ୍ତି ବୋଲି ସେ କହିଛନ୍ତି।

Advertisment

ସେହିପରି ନିଧି ଶାହ କହିଛନ୍ତି, ଗତ ୩ ଦିନ ଆରାମଦାୟକ ଥିଲା ଏବଂ ମୁଁ ମୋ ଘରେ ଆରାମରେ ଅଛି ଓ ସୁସ୍ଥ ଅଛି।  ମୁଁ ମୋର ସମ୍ପୂର୍ଣ୍ଣ ଯତ୍ନ ନେଉଛି ଏବଂ ମୋର ପ୍ରିୟ ଲୋକଙ୍କ ସହିତ ଅଛି। ଗତ ସପ୍ତାହ ଭିତରେ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି, ସେମାନେ ନିଜ ନିଜ କୋଭିଡ ଟେଷ୍ଟ କରାଇ ନିଅନ୍ତୁ ଏବଂ ନିଜକୁ କ୍ୱାରେଣ୍ଟାଇନ୍‌ କରନ୍ତୁ। ଆମକୁ ହିଁ ପରସ୍ପରର ଯତ୍ନ ନେବାକୁ ପଡିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଏ ଦୁଇ ଜଣ ଅଭିନେତ୍ରୀଙ୍କ ପୂର୍ବରୁ ସିରିଏଲ୍‌ `ଅନୁପମା'ର ଲିଡ୍‌ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ଓ ଅଭିନେତା ସୁଧାଂଶୁ ଦେଶପାଣ୍ଡେ ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଛନ୍ତି। ଏ ଦୁହେଁ ହୋମ କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି।