ସ୍ୱାମୀଙ୍କୁ ଚାପୁଡା ମାରିଲେ ଅଭିନେତ୍ରୀ

ମୁମ୍ବାଇ: ସ୍ୱାମୀଙ୍କୁ ଚାପୁଡା ମାରିଲେ ଅଭିନେତ୍ରୀ । ଟ୍ରିକ୍ ଶିଖାଉ ଶିଖାଉ ହଠାତ୍ ମାରିଦେଲେ ଚାପୁଡା । ଏହାପରେ ରାଗିଗଲେ ସ୍ୱାମୀ । ବସିଥିବା ଚେଆରରୁ ଉଠି ଚାଲିଗଲେ ।

ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଅନିତା ହସନନ୍ଦାନି । ସେ ସୋଶାଲ ମିଡିଆରେ ବେଶ ସକ୍ରିୟ । ନିକଟରେ ସେ ମା’ ହେବା ପରଠାରୁ ନିଜ ପୁଅ ସମୟ ବିତାଉଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ପ୍ରାୟତଃ ଏବେ ନିଜ ପୁଅ ଏବଂ ସ୍ୱାମି ରୋହିତ ସେଟ୍ଟିଙ୍କ ସହ ଫଟୋ ଏବଂ ଭିଡିଓ ସେଆର କରନ୍ତି । ନିକଟରେ ଏଭଳି ହିଁ ଏକ ଭିଡିଓ ସେଆର କରିଛନ୍ତି ଅନିତା । ଯେଉଁଥରେ ସେ ନିଜ ସ୍ୱାମୀଙ୍କୁ ଚାପୁଡ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଅନିତା ଚାପୁଡା ମାରିବା ପରେ ରୋହିତ ମଧ୍ୟ ଏହାର ପ୍ରତିଶୋଧ ନେବେ ବୋଲି କହିଛନ୍ତି । ତାଙ୍କର ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ସେଆର କରି ଅନିତା ଏହି ଟ୍ରିକ୍‌କୁ ଘରେ ଟ୍ରାୟ କରିବା ପାଇଁ ନିଜ ପ୍ରଶଂସକଙ୍କୁ କହିଛନ୍ତି । ଏଥିସହ ଏହି ଟ୍ରିକ୍ ସ୍ତ୍ରୀମାନଙ୍କୁ ପସନ୍ଦ ଆସିବ ବୋଲି ସେ କହିଛନ୍ତି ।

ସେପଟେ କେତେକ ୟୁଜର୍ସଙ୍କୁ କିନ୍ତୁ ତାଙ୍କର ଏହି ଭିଡିଓ ପସନ୍ଦ ଆସିନାହିଁ । ଅନେକ ୟୁଜର୍ସ ସ୍ୱାମୀଙ୍କୁ ଚାପୁଡା ମାରିବା ନେଇ ତାଙ୍କୁ ଟ୍ରୋଲ କରିଛନ୍ତି । ଏଭଳି ଭିଡିଓ ସେଆର କରି ଅନିତା ନିଜ ସ୍ୱାମୀଙ୍କୁ ଅପମାନିତ କରିଥିବା ୟୁଜର୍ସମାନେ କହିଛନ୍ତି । ସୋଶାଲ ମିଡିଆରେ ଏଭଳି ଭିଡିସ ପୋଷ୍ଟ କରିବା ଉଚିତ ନୁହେଁ ବୋଲି କହିଛନ୍ତି ।

ସୂଚନା ମୁତାବକ ଅନିତା ଏବଂ ରୋହିତ ୨୦୧୩ରେ ବିବାହ କରିଥିଲେ । ପରେ ୨୦୨୧ରେ ସେ ପ୍ରଥମଥର ପାଇଁ ମା’ ହୋଇଥିଲେ । ଅନିତା ଦୀର୍ଘ ଦିନ ଧରି ଟିଭି ଇଣ୍ଡଷ୍ଟ୍ରିରେ କାମ କରି ଆସିଛନ୍ତି । କେବଳ ସେତିକି ନୁହେଁ ସେ ବଲିଉଡ ଏବଂ ଟଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

 

View this post on Instagram

 

A post shared by Anita H Reddy (@anitahassanandani)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।