Advertisment

ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀଙ୍କ କାର୍‌ ଦୁର୍ଘଟଣା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବିଗ୍‌ ବସ୍‌-୧୪ ଫେମ୍‌ ଅଭିନେତ୍ରୀ ଅର୍ଶି ଖାନ୍‌ ଏକ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଦିଲ୍ଲୀର ମାଲବିୟ ନଗରରେ ଏହି ଦୁର୍ଘଟଣା ଘଟିଛି। ସେ ନିଜ ଆସିଷ୍ଟାଣ୍ଟ ରେଖା ସହ କାର୍‌ରେ ଥିଲେ। ତେବେ ସେ ବିପଦ ମୁକ୍ତ ଅଛନ୍ତି। ଏବେ ସେ ଡାକ୍ତରଙ୍କ ଦେଖାରେଖାରେ ଅଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ସେ କହିଛନ୍ତି। ଖବର ଅନୁଯାୟୀ […]

ଅଦ୍ୟତନ ହୋଇଛି
ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀଙ୍କ କାର୍‌ ଦୁର୍ଘଟଣା, ହସ୍ପିଟାଲରେ ଭର୍ତ୍ତି

ARSHI KHAN

Advertisment

ମୁମ୍ବାଇ: ବିଗ୍‌ ବସ୍‌-୧୪ ଫେମ୍‌ ଅଭିନେତ୍ରୀ ଅର୍ଶି ଖାନ୍‌ ଏକ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ମୁତାବକ, ଦିଲ୍ଲୀର ମାଲବିୟ ନଗରରେ ଏହି ଦୁର୍ଘଟଣା ଘଟିଛି। ସେ ନିଜ ଆସିଷ୍ଟାଣ୍ଟ ରେଖା ସହ କାର୍‌ରେ ଥିଲେ। ତେବେ ସେ ବିପଦ ମୁକ୍ତ ଅଛନ୍ତି। ଏବେ ସେ ଡାକ୍ତରଙ୍କ ଦେଖାରେଖାରେ ଅଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ସେ କହିଛନ୍ତି।

ଖବର ଅନୁଯାୟୀ ଅର୍ଶୀ ଖାନଙ୍କ ମର୍ସିଡିଜ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟିବାର ଠିକ୍ ସମୟରେ କାର୍‌ର ଏୟାର ବ୍ୟାଗ ଖୋଲିଯାଇଥିଲା ଏବଂ ଅଭିନେତ୍ରୀ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

Advertisment

ସୂଚନା ମୁତାବକ, ଅର୍ଶି ଖାନ୍‌ଙ୍କୁ ବିଗ୍‌ ବସ୍‌-୧୧ରୁ ବେଶ୍‌ ପପୁଲାରିଟି ମିଳିଥିଲା। ଏହାପରେ ତାଙ୍କୁ ବିଗ୍‌ ବସ୍‌-୧୪ ଚ୍ୟାଲେଞ୍ଜର ରୂପେ ଦେଖିବାକୁ ମିଳିଥିଲେ। ଏହାବ୍ୟତୀତ ସେ ହିନ୍ଦୀ ଫିଲ୍ମ 'ଦ ଲାଷ୍ଟ ଏମ୍ପରର' ନିଜ ବଲିଉଡ ଡେବ୍ୟୁ ମଧ୍ୟ କରିଛନ୍ତି। କେବଳ ସେତିକି ନୁହେଁ ସେ ଅନେକ ହିନ୍ଦୀ ସିରିଏଲ୍‌ରେ ମଧ୍ୟ କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe