ମୁମ୍ବାଇ: ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ନେଇ ତତ୍ପର ଅଭିନେତ୍ରୀ । ୪୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ କିଶ୍ୱର ମର୍ଚେଣ୍ଟ। ତାଙ୍କ ସ୍ୱାମୀ ସୁୟଶ ସୋଶାଲ ମିଡିଆରେ ଏକ ପୋଷ୍ଟ ଲେଖି ଏହି ଖୁସି ଖବର ଜଣାଇଛନ୍ତି। ଆସନ୍ତା ଅଗଷ୍ଟ ମାସରେ ତାଙ୍କର ପ୍ରଥମ ସନ୍ତାନ ହେବାକୁ ଯାଉଥିବା ନେଇ ସେ ଜଣାଇଛନ୍ତି। ଏହାପରେ ତାଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି।
୨୦୧୬ରେ କିଶ୍ୱର ମର୍ଚେଣ୍ଟ ଏବଂ ସୁୟଶ ବିବାହ କରିଥିଲେ । ବହୁଦିନ ଧରି ଚର୍ଚ୍ଚା ହେଉଥିଲା ଯେ ଦମ୍ପତ୍ତ ତାଙ୍କ ପ୍ରଥମ ସନ୍ତାନକୁ ନେଇ ଅଶାବାଦୀ ଅଛନ୍ତି। ହେଲେ ଇନଷ୍ଟାଗ୍ରାମରେ ଏବେ ଏକ କ୍ୟୁଟ ଫଟୋ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି।
[caption id="attachment_624186" align="aligncenter" width="650"] କିଶ୍ୱର ମର୍ଚ୍ଚେଣ୍ଟ ଓ ସୁୟଶ ରୟ[/caption]
ଏହି ଫଟୋରେ ସମୂଦ୍ର କୂଳେ କିଶ୍ୱର ଠିଆ ହୋଇଥିବା ବେଳେ ସୁୟଶ ଆଣ୍ଠୁ ମାଡି ବସିଛନ୍ତି। ବାଲିରେ ଅଗଷ୍ଟ ୨୦୨୧ ଲେଖା ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋରେ କ୍ୟାପସନରେ ଲେଖା ହୋଇଛି ‘ଖୁବଶୀଘ୍ର ଆସୁଅଛି...।’
ସୂଚନାଯୋଗ୍ୟ ଯେ, ୪୦ ବର୍ଷୀୟ କିଶ୍ୱର ମର୍ଚେଣ୍ଟ ନିଜ ସ୍ୱାମୀ ସୁୟଶ ସହ ବିଗବସ ସିଜନ-୯ରେ ଭାଗ ନେଇଥିଲେ। ଏହାପୂର୍ବରୁ କିଶ୍ୱର ଅନେକ ଗୁଡିଏ ଟିଭି ସିରିଏଲରେ ମଧ୍ୟ କାମ କରି ଲୋକପ୍ରିୟତା ହାସଲ କରିସାରିଛନ୍ତି।
View this post on Instagram
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।