Advertisment

୪୦ ବର୍ଷରେ ପ୍ରଥମଥର ମା’ ହେବେ ବିଗବସ୍ ଫେମ୍ ଅଭିନେତ୍ରୀ

ମୁମ୍ବାଇ: ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ନେଇ ତତ୍ପର ଅଭିନେତ୍ରୀ । ୪୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ କିଶ୍ୱର ମର୍ଚେଣ୍ଟ। ତାଙ୍କ ସ୍ୱାମୀ ସୁୟଶ ସୋଶାଲ ମିଡିଆରେ ଏକ ପୋଷ୍ଟ ଲେଖି ଏହି ଖୁସି ଖବର ଜଣାଇଛନ୍ତି। ଆସନ୍ତା ଅଗଷ୍ଟ ମାସରେ ତାଙ୍କର ପ୍ରଥମ ସନ୍ତାନ ହେବାକୁ ଯାଉଥିବା ନେଇ ସେ ଜଣାଇଛନ୍ତି। ଏହାପରେ ତାଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି। ୨୦୧୬ରେ କିଶ୍ୱର ମର୍ଚେଣ୍ଟ ଏବଂ ସୁୟଶ […]

୪୦ ବର୍ଷରେ ପ୍ରଥମଥର ମା’ ହେବେ ବିଗବସ୍ ଫେମ୍ ଅଭିନେତ୍ରୀ

Kishwer-merchantt-and-Suyya

Advertisment

ମୁମ୍ବାଇ: ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ନେଇ ତତ୍ପର ଅଭିନେତ୍ରୀ । ୪୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ କିଶ୍ୱର ମର୍ଚେଣ୍ଟ। ତାଙ୍କ ସ୍ୱାମୀ ସୁୟଶ ସୋଶାଲ ମିଡିଆରେ ଏକ ପୋଷ୍ଟ ଲେଖି ଏହି ଖୁସି ଖବର ଜଣାଇଛନ୍ତି। ଆସନ୍ତା ଅଗଷ୍ଟ ମାସରେ ତାଙ୍କର ପ୍ରଥମ ସନ୍ତାନ ହେବାକୁ ଯାଉଥିବା ନେଇ ସେ ଜଣାଇଛନ୍ତି। ଏହାପରେ ତାଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି।

Advertisment

୨୦୧୬ରେ କିଶ୍ୱର ମର୍ଚେଣ୍ଟ ଏବଂ ସୁୟଶ ବିବାହ କରିଥିଲେ । ବହୁଦିନ ଧରି ଚର୍ଚ୍ଚା ହେଉଥିଲା ଯେ ଦମ୍ପତ୍ତ ତାଙ୍କ ପ୍ରଥମ ସନ୍ତାନକୁ ନେଇ ଅଶାବାଦୀ ଅଛନ୍ତି। ହେଲେ ଇନଷ୍ଟାଗ୍ରାମରେ ଏବେ ଏକ କ୍ୟୁଟ ଫଟୋ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି।

[caption id="attachment_624186" align="aligncenter" width="650"]Kishwer merchantt କିଶ୍ୱର ମର୍ଚ୍ଚେଣ୍ଟ ଓ ସୁୟଶ ରୟ[/caption]

Advertisment

ଏହି ଫଟୋରେ ସମୂଦ୍ର କୂଳେ କିଶ୍ୱର ଠିଆ ହୋଇଥିବା ବେଳେ ସୁୟଶ ଆଣ୍ଠୁ ମାଡି ବସିଛନ୍ତି। ବାଲିରେ ଅଗଷ୍ଟ ୨୦୨୧ ଲେଖା ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋରେ କ୍ୟାପସନରେ ଲେଖା ହୋଇଛି ‘ଖୁବଶୀଘ୍ର ଆସୁଅଛି...।’

ସୂଚନାଯୋଗ୍ୟ ଯେ, ୪୦ ବର୍ଷୀୟ କିଶ୍ୱର ମର୍ଚେଣ୍ଟ ନିଜ ସ୍ୱାମୀ ସୁୟଶ ସହ ବିଗବସ ସିଜନ-୯ରେ ଭାଗ ନେଇଥିଲେ।  ଏହାପୂର୍ବରୁ କିଶ୍ୱର ଅନେକ ଗୁଡିଏ ଟିଭି ସିରିଏଲରେ ମଧ୍ୟ କାମ କରି ଲୋକପ୍ରିୟତା ହାସଲ କରିସାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe