Advertisment

ଆଫଗାନିସ୍ତାନରେ ଭିଣେଇ ନିଖୋଜ, ଅଭିନେତ୍ରୀଙ୍କ ହଜିଲା ନିଦ

ମୁମ୍ବାଇ: ଅଭିନେତ୍ରୀଙ୍କ ଆଖିକୁ ନିଦ ନାହିଁ। ଦୀର୍ଘ ୯ ଦିନ ହେଲେ ସେ ଏବଂ ତାଙ୍କ ପରିବାର ଆଉଟୁ ପାଉଟୁ ହେଉଛନ୍ତି।  ଯେତେ ଚେଷ୍ଟା କଲେ ବି ମନରୁ ଯାଉନି ଚିନ୍ତା। ଫୋନ୍‌ କରି କରି ସେ ଥକି ଗଲେଣି। ତଥାପି ତାଙ୍କ ଭିଣେଇଙ୍କ ମିଳୁନି ପତ୍ତା। ‘ଦିଆ ଔର ବାତି ହମ୍‌’ ଫେମ ଟେଲି ଅଭିନେତ୍ରୀ ନୁପୂର ଅଳଙ୍କାରଙ୍କ ଭିଣେଇ ଆଫଗାନିସ୍ତାନରେ ନିଖୋଜ ହୋଇଯାଇଛନ୍ତି। ଏହି ଚିନ୍ତାରେ ସେ ଏବଂ ତାଙ୍କ ପରିବାର ଦୀର୍ଘ ୯ […]

ଆଫଗାନିସ୍ତାନରେ ଭିଣେଇ ନିଖୋଜ, ଅଭିନେତ୍ରୀଙ୍କ ହଜିଲା ନିଦ

Nupur Alankar

Advertisment

ମୁମ୍ବାଇ: ଅଭିନେତ୍ରୀଙ୍କ ଆଖିକୁ ନିଦ ନାହିଁ। ଦୀର୍ଘ ୯ ଦିନ ହେଲେ ସେ ଏବଂ ତାଙ୍କ ପରିବାର ଆଉଟୁ ପାଉଟୁ ହେଉଛନ୍ତି।  ଯେତେ ଚେଷ୍ଟା କଲେ ବି ମନରୁ ଯାଉନି ଚିନ୍ତା। ଫୋନ୍‌ କରି କରି ସେ ଥକି ଗଲେଣି। ତଥାପି ତାଙ୍କ ଭିଣେଇଙ୍କ ମିଳୁନି ପତ୍ତା।

Advertisment

'ଦିଆ ଔର ବାତି ହମ୍‌' ଫେମ ଟେଲି ଅଭିନେତ୍ରୀ ନୁପୂର ଅଳଙ୍କାରଙ୍କ ଭିଣେଇ ଆଫଗାନିସ୍ତାନରେ ନିଖୋଜ ହୋଇଯାଇଛନ୍ତି। ଏହି ଚିନ୍ତାରେ ସେ ଏବଂ ତାଙ୍କ ପରିବାର ଦୀର୍ଘ ୯ ଦିନ ହେବ ଶୋଇ ପାରୁନାହାନ୍ତି। ୧୦ ଦିନ ହେବ ତାଙ୍କ ଫୋନ୍‌ ମଧ୍ୟ ଲାଗୁନଥିବା ନୁପୂର ସୂଚନା ଦେଇଛନ୍ତି।

ଆଫଗାନ-ତାଲିବାନ ସଙ୍କଟ ମଧ୍ୟରେ ପ୍ରତିଦିନ ସେଠାରୁ ହଜାର ହଜାର ଲୋକଙ୍କୁ ଉଦ୍ଧାର କରାଯାଉଛି। ଏହାରି ଭିତରେ କିନ୍ତୁ ତାଙ୍କ ଭିଣେଇ ନିଖୋଜ ଅଛନ୍ତି। ପରିବାର ଲୋକେ ତାଙ୍କର କୌଣସି ଖୋଜଖବର ପାଇପାରୁ ନାହାନ୍ତି । ଏହି କାରଣ ଯୋଗୁଁ ନୁପୂର ଏବଂ ତାଙ୍କ ଭଉଣୀ ଜିଜ୍ଞାସା ଦୁଃଖରେ ଭାଙ୍ଗି ପଡିଛନ୍ତି। ନିଜ ଭଉଣୀକୁ ସାହାସ ଦେବା ପାଇଁ ନୁପୂର ଏବେ ତାଙ୍କ ଘରେ ରହୁଛନ୍ତି।

Advertisment

ଇଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାର୍‌ରେ ନୁପୂର କହିଛନ୍ତି, ଶେଷ ଥର ପାଇଁ ସେ ତାଙ୍କ ଭିଣେଇ ସହିତ କଥା ହେବାବେଳେ ସେ କହିଥିଲେ ଯେ ସେ ତାଙ୍କ ଫୋନ୍ ଚାର୍ଜ କରିବାକୁ ଅସମର୍ଥ। ତା’ପରେ ତାଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା।

ଆଫଗାନିସ୍ତାନରେ ତାଙ୍କ ଭିଣେଇ କେଉଁଠାରେ ରହୁଛନ୍ତି ଏବଂ ତାଲିବାନ ଆକ୍ରମଣ ମଧ୍ୟରେ କେଉଁ ଅବସ୍ଥାରେ ଅଛନ୍ତି ତାହା ମଧ୍ୟ ନୁପୂର ଜାଣି ନାହାଁନ୍ତି। ତାଙ୍କ ଭିଣେଇ ଯାହା ସହ ରହୁଥିଲେ ସେହି ବ୍ୟକ୍ତିଙ୍କ ଫୋନ୍‌ ନମ୍ବର ଦେବା ପାଇଁ କହିଥିଲେ, କିନ୍ତୁ ଆଜି ଯାଏ ସେଭଳି କୌଣସି ମେସେଜ ଆସିପାରି ନାହିଁ। ତେଣୁ ତାଙ୍କ ଭିଣେଇ ଆଫଗାନିସ୍ତାନର କେଉଁଠି ଏବଂ କିପରି ଅଛନ୍ତି ଓ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସରକାରଙ୍କୁ ସେ ନିବେଦନ କରିଛନ୍ତି।

ସୂଚନା ମୁତାବକ, ନୁପୂର ଅଳଙ୍କାର ଅନେକ ଟିଭି ସିରିଏଲ୍‌ରେ କାମ କରିଛନ୍ତି। ଗତବର୍ଷ ଲକଡାଉନ୍‌ ବେଳେ ସେ ଚର୍ଚ୍ଚାକୁ ଆସିଥିଲେ।  କାମ ଅଭାବ ଯୋଗୁଁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ନେଇ ଖୁଲାସା କରିଥିଲେ ଅଭିନେତ୍ରୀ। ଏଥିସହ ହସ୍ପିଟାଲ ଖର୍ଚ୍ଚ ମେଣ୍ଟାଇବା ପାଇଁ ସେ ତାଙ୍କ ଗହଣା ମଧ୍ୟ ବିକ୍ରି କରିଦେଇଥିବା କହିଥିଲେ ନୁପୂର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe