Advertisment

୩୫ ବର୍ଷରେ ଅଭିନେତ୍ରୀ ସରନୟାଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ମାଲାୟାଲାମ ଅଭିନେତ୍ରୀ ସରନୟା ଶଶୀଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। ସୋମବାର କେରଳର ତ୍ରିବେନ୍ଦ୍ରମରେ ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ବିଭିନ୍ନ ଟେଲିଭିଜନ ଶୋ’ରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ଥିବା ସରନାୟା ଗତ ମେ’ ମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିରୁ ସେ ସୁସ୍ଥ ହୋଇଯାଇଥିଲେ। କିନ୍ତୁ କୋଭିଡ୍ ପରେ ତାଙ୍କ ଠାରେ ସ୍ୱାସ୍ଥ୍ୟ ଜନିତ ଅନ୍ୟାନ୍ୟ ଜଟିଳତା […]

author-image
Jitendra Garnayak
ଅଦ୍ୟତନ ହୋଇଛି
୩୫ ବର୍ଷରେ ଅଭିନେତ୍ରୀ ସରନୟାଙ୍କ ପରଲୋକ

Late Saranya Sasi

ନୂଆଦିଲ୍ଲୀ: ପ୍ରସିଦ୍ଧ ମାଲାୟାଲାମ ଅଭିନେତ୍ରୀ ସରନୟା ଶଶୀଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। ସୋମବାର କେରଳର ତ୍ରିବେନ୍ଦ୍ରମରେ ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Advertisment

ବିଭିନ୍ନ ଟେଲିଭିଜନ ଶୋ’ରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ଥିବା ସରନାୟା ଗତ ମେ’ ମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିରୁ ସେ ସୁସ୍ଥ ହୋଇଯାଇଥିଲେ। କିନ୍ତୁ କୋଭିଡ୍ ପରେ ତାଙ୍କ ଠାରେ ସ୍ୱାସ୍ଥ୍ୟ ଜନିତ ଅନ୍ୟାନ୍ୟ ଜଟିଳତା ଦେଖାଯାଇଥିଲା। ମିଳିଥିବା ରିପୋର୍ଟ ଅନୁଯାୟୀ, ନିକଟରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସୋଡିୟମ୍ ସ୍ତର ମଧ୍ୟ ହ୍ରାସ ପାଇଯାଇଥିଲା। ସେଥିପାଇଁ କିଛି ଦିନ ତଳେ ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତକାଲି ମଧ୍ୟାହ୍ଣରେ ପରଲୋକ ହୋଇଯାଇଥିଲା।

୧୦ ବର୍ଷ ଧରି ସରନାୟା ବ୍ରେନ୍ ଟ୍ୟୁମରରେ ମଧ୍ୟ ପୀଡ଼ିତ ଥିଲେ। ସେଥିପାଇଁ ୧୧ ଥର ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଶେଷ ଥର ପାଇଁ ଗତ ଏପ୍ରିଲ୍ ମାସରେ ତାଙ୍କ ଠାରେ ଅସ୍ତ୍ରୋପଚାର କରାଯାଇଥିଲା। ବ୍ରେନ୍ ଟ୍ୟୁମରର ଚିକିତ୍ସା ଚାଲିଥିବା ବେଳେ ସେ ଆର୍ଥିକ ସମସ୍ୟା ଦେଇ ଗତି କରିଥିଲେ। ସେଥିପାଇଁ ସେ ତାଙ୍କ ସାଙ୍ଗସାଥୀଙ୍କୁ ସହାୟତା ମାଗିଥିଲେ। ତାଙ୍କ କୋ-ଷ୍ଟାର, ସାଙ୍ଗସାଥୀ ଓ ଶୁଭେଚ୍ଛୁମାନେ ତାଙ୍କ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ।

Advertisment

ଟେଲିଭିଜନ ଧାରାବାହିକ ସହିତ ସେ କିଛି ମାଲାୟାଲାମ ଫିଲ୍ମରେ ମଧ୍ୟ କାମ କରିଥିଲେ।

Kerala Actress Dead